ଆଡଭାନ୍ସ ବୁକିଂରେ ରେକର୍ଡ କଲା ଶାହାରୁଖ ଖାନଙ୍କ 'ପଠାନ'

ଶାହାରୁଖ ଖାନଙ୍କ ସିନେମା 'ପଠାନ' ଆଡଭାନ୍ସ ବୁକିଂରେ ଏକ ରେକର୍ଡ ସୃଷ୍ଟି କରିଛି । ଜାଣନ୍ତୁ କେତେ କୋଟି ଟଙ୍କା ରୋଜଗାର କରିଛି ଫିଲ୍ମ ।

ଆଡଭାନ୍ସ ବୁକିଂରେ ରେକର୍ଡ କଲା ଶାହରୁଖ ଖାନଙ୍କ 'ପଠାନ'

ଆଡଭାନ୍ସ ବୁକିଂରେ ରେକର୍ଡ କଲା ଶାହରୁଖ ଖାନଙ୍କ 'ପଠାନ'

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ​​ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନର ଅନଲାଇନ୍ ବୁକିଂ ( Online booking ) ଆରମ୍ଭ ହୋଇଛି, ସିନେପ୍ରେମୀମାନେ ସିନେମାଟିକୁ ପ୍ରଥମେ ଦେଖିବା ପାଇଁ ମିଳୁଥିବା ସୁଯୋଗର ହାତ ଛଡା କରୁ ନାହାନ୍ତି । ଯାହାର ପ୍ରମାଣ ପଠାନ (Pathan ) ଫିଲ୍ମ ଆଡଭାନ୍ସ ବୁକିଂରୁ ( Advance booking ) ସ୍ପଷ୍ଟ ହୋଇଛି ।

ବଲିଉଡର କିଙ୍ଗ ଖାନଙ୍କ କମାଲ ପୁଣି ଥରେ ରୂପେଲି ପରଦାରେ ଦେଖିବାକୁ ମିଳିବ । ଚାରି ବର୍ଷ ପରେ ବଡ ପରଦାରେ ଏଣ୍ଟ୍ରୀ କରିବା ପୂର୍ବରୁ ମଧ୍ୟ ଶାହରୁଖ ଖାନଙ୍କ ଫିଲ୍ମ ପଠାନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଥିବା ସାମ୍ନାକୁ ଆସୁଛି । ରିଲିଜ ପୂର୍ବରୁ ମଧ୍ୟ ବକ୍ସ ଅଫିସକୁ ମଧ୍ୟ ହୁଲୁସ୍ତୁଲ କରୁଛି ସିନେମା 'ପଠାନ' ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମର ଆଗୁଆ ବୁକିଂରେ ୧ଲକ୍ଷ ୧୭ ହଜାର ଟିକେଟ୍ ବିକ୍ରି ହୋଇସାରିଛି । ବକ୍ସ ଅଫିସର ଟ୍ୱିଟ ପେଜରୁ ମିଳିଥିବା ସୂଚନା ଅନୁସାରେ, ଶାହାରୁଖ ଖାନଙ୍କ ପଠାନ ଆଡଭାନ୍ସ ବୁକିଂ କ୍ଷେତ୍ରରେ ୯ କୋଟି ରୋଜଗାର କରିସାରିଲାଣି । ଯାହା ବଲିଉଡ ଚଳଚ୍ଚିତ୍ର ମଧ୍ୟରେ ଅଧିକ ବୋଲି କୁହାଯାଉଛି । ମଲ୍ଟିପ୍ଲେକ୍ସ ଚେନରେ ୧ଲକ୍ଷ ୧୭ ହଜାର ଟିକେଟ୍ ବିକ୍ରି କରି ଫିଲ୍ମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ରିଲିଜ୍ ପୂର୍ବରୁ ଅନେକ ଟିକେଟ୍ ବିକ୍ରି ହୋଇଥିଲା ।

https://twitter.com/box_oficeIndian/status/1616137954933755904?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1616137954933755904%7Ctwgr%5Eb7f929c09c724ecf500be442958dda9845d0a276%7Ctwcon%5Es1_&ref_url=https%3A%2F%2Fndtv.in%2Fbollywood%2Fshah-rukh-khan-pathaan-made-new-record-in-advance-booking-earned-crores-by-selling-tickets-in-multiplex-chains-3708503

ସିନେ ସମୀକ୍ଷକ ତାରନ ଆଦର୍ଶଙ୍କ କହିବାନୁଯାୟୀ, ଫିଲ୍ମ ବୁକିଂ ପୂର୍ବରୁ ୧ଲକ୍ଷ ୧୭ହଜାର ଟିକେଟ୍ ବିକ୍ରି ହୋଇସାରିଛି । ଏହାକୁ "ବିଓ ସୁନାମି ଲୋଡିଂ" ବୋଲି କହିବାବେଳେ ସେ କହିଛନ୍ତି ଯେ, ପିଭିଆର ୫୧ହଜାର, ଆଇନକ୍ସ ୩୮ହଜାର ୫ଶହ ,ଏବଂ ସିନେପୋଲିସ୍ ୨୭,୫୦୦ ଟିକେଟ୍ ବିକ୍ରି କରିଛି ।

https://twitter.com/taran_adarsh/status/1616135491207987202?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1616135491207987202%7Ctwgr%5Eb7f929c09c724ecf500be442958dda9845d0a276%7Ctwcon%5Es1_&ref_url=https%3A%2F%2Fndtv.in%2Fbollywood%2Fshah-rukh-khan-pathaan-made-new-record-in-advance-booking-earned-crores-by-selling-tickets-in-multiplex-chains-3708503

ସୂଚନାଯୋଗ୍ୟ, ଶାହରୁଖ ଖାନଙ୍କ ସିନେମା ପଟାନ ଜାନୁଆରୀ ୨୫ରେ ରିଲିଜ ହେବ । କିଙ୍ଗ ଖାନଙ୍କ ସହ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କୁ ଆପଣ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ । ଅଭିନେତା ଆଶୁତୋଷ ରାଣା ମଧ୍ୟ ଏହି ସିନେମାରେ ଗୁରୁତ୍ୱପୂର୍ଣ୍ଣ ରୋଲ୍ ନିଭାଇଛନ୍ତି ।

ଅଧିକ ପଢ଼ନ୍ତୁ - http://ଭୟଙ୍କର ଅନଲାଇନ୍ ଠକେଇର ଶିକାର ହୋଇଛି ଆଇସିସି; ପଢନ୍ତୁ ପୂରା ଖବର
Published by:Soubhagya Mishra
First published: