ଶୁକ୍ରାଣୁ ଓ ଅଣ୍ଡାର ମିଳନରେ ଶିଶୁର ଜନ୍ମ ହୋଇଥାଏ; ଏହାକୁ ପିଲାଙ୍କ ଆଗରେ କିପରି ବ୍ୟାଖ୍ୟା କରିବେ, ଜାଣନ୍ତୁ ବିଶେଷଜ୍ଞ କ'ଣ କୁହନ୍ତି

ଏହା ଆପଣଙ୍କ ପିଲାଙ୍କ ପାଇଁ ଏକ ସରଳ ପ୍ରଶ୍ନର ଉତ୍ତର । ଆପଣ ଯେତେ ସଚ୍ଚୋଟ ଓ ସ୍ପଷ୍ଟ ଉତ୍ତର ଦେବେ ତାହା ଜାଣି ପିଲା ଏହା ବିଷୟରେ ଅଧିକ ଆରାମଦାୟକ ଅନୁଭବ କରିବେ ।

ଶୁକ୍ରାଣୁ ଓ ଅଣ୍ଡାର ମିଳନରେ ଶିଶୁର ଜନ୍ମ ହୋଇଥାଏ; ଏହାକୁ ପିଲାଙ୍କ ଆଗରେ କିପରି ବ୍ୟାଖ୍ୟା କରିବେ, ଜାଣନ୍ତୁ ବିଶେଷଜ୍ଞ କ'ଣ କୁହନ୍ତି
ଶିଶୁର ଜନ୍ମ କିପରି ହୋଇଥାଏ ତାହା ପିଲାଙ୍କ ଆଗରେ ଏପରି ବ୍ୟାଖ୍ୟା କରନ୍ତୁ
  • News18 Odia
  • Last Updated: January 18, 2021, 5:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପ୍ରଶ୍ନ: ଆମର ଦ୍ୱିତୀୟ ସନ୍ତାନ ହେବାକୁ ଯାଉଛି ଓ ଦିନେ ମୋର ପାଞ୍ଚ ବର୍ଷର ପୁଅ ମୋତେ ପଚାରିଲା ଯେ କିପରି ପିଲା ମାଆଙ୍କର ପେଟରେ ପହଞ୍ଚି ଯାଇଥାନ୍ତି ଓ ସେମାନେ କିପରି ପୁଣି ବାହାରକୁ ଆସନ୍ତି? ମୁଁ ନିରବ ହୋଇଗଲି । ଦୟାକରି ମୋତେ ସାହାଯ୍ୟ କରନ୍ତୁ ।

ଉତ୍ତର: ଏହି ପ୍ରଶ୍ନର ଉତ୍ତର ପ୍ରଶ୍ନ ପଚାରିଥିବା ପିଲାର ବୟସ ଉପରେ ନିର୍ଭର କରେ । ସବୁଠାରୁ ମୌଳିକ ସ୍ତରରେ ଆପଣଙ୍କର ଉତ୍ତର ଏହିପରି କିଛି ହୋଇପାରେ । ଉଭୟ ମା ଓ ବାପାଙ୍କର ଗୋଟିଏ ଗୋଟିଏ ମଞ୍ଜି ଥାଏ । ପିତାଙ୍କ ମଞ୍ଜି ମାଆର ଶରୀରକୁ ଚାଲି ଯାଏ ଓ ତାହା ମା'ଙ୍କ ମଞ୍ଜି ସହିତ ମିଶିଯାଏ । ଯାହା ପୂର୍ବରୁ ମାଆର ଶରୀରରେ ଥାଏ । ଏହି ଅବସରରେ ଆପଣ ଏହା ମଧ୍ୟ କହିପାରିବେ ଯେ ଏହି ମାତାଙ୍କ ଶରୀରରେ ଏହି ମଞ୍ଜି ପିତାଙ୍କ ଲିଙ୍ଗରୁ ଆସିଥାଏ । ଯଦି ପିଲାଟି ବଡ଼ ତେବେ ଆପଣ ଏଥିରେ ଅଧିକ ସୂଚନା ଯୋଗ କରିପାରିବେ । ଯଦି ଆପଣଙ୍କର ପିଲା ୬-୭ ବର୍ଷ ବୟସ ହୋଇଥାଏ ତେବେ ସେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ସକ୍ଷମ ହେବେ । 'ଯେତେବେଳେ ଏହି ଦୁଇଟି ମଞ୍ଜିର ମିଳିତ ହୁଏ ସେଗୁଡ଼ିକ ଗୋଟିଏ ହୋଇଯାଏ । ଏହା ପରେ ମଞ୍ଜି ବଢ଼ିବାକୁ ଲାଗେ ଓ ଦିନେ ଏହା ଏକ ଶିଶୁ ହୋଇଯାଏ । ଠିକ୍ ଏହା ଏକ ଗଛ ପରି ଯାହା ପ୍ରାରମ୍ଭରେ ଛୋଟ ଓ ଧୀରେ ଧୀରେ ବଡ଼ ହୋଇଥାଏ । ଯେତେବେଳେ ଶିଶୁଟି ବଡ ଓ ଶକ୍ତିଶାଳୀ ହୋଇଯାଏ ସେତବେଳେ ଡାକ୍ତରଙ୍କ ସାହାଯ୍ୟରେ ଶିଶୁକୁ ମାଆର ପେଟରୁ କଢ଼ାଯାଇଥାଏ ।

ଯେତେବେଳ ପିଲାଟି ବଡ ହୋଇଯାଏ ଓ ଯୌବନ ଅବସ୍ଥାକୁ ଆସିଯାଇଥାଏ ସେତବେଳେ ତାଙ୍କୁ ଅଣ୍ଡା ଓ ଶୁକ୍ରାଣୁ (sperm) ବିଷୟରେ କୁହନ୍ତୁ ଓ ଏହା କିପରି ଶୁକ୍ରାଣୁ ଅଣ୍ଡା ସହ ମିଶି ଏହାକୁ ଫର୍ଟିଲାଇଜ୍ କରିଥାଏ ଯେତେବେଳେ ଲିଙ୍ଗ ମାଧ୍ୟମରେ ଏହା ଅଣ୍ଡା ପାଖରେ ପହଞ୍ଚି ଥାଏ । ଶିଶୁକୁ ଏହି ସୂଚନା ଦେବାବେଳେ ମନେରଖନ୍ତୁ ଯେ ସେକ୍ସ କେବଳ ବିବାହ ପରେ ହୋଇ ନଥାଏ ଓ ଏହା କେବଳ ସନ୍ତାନର ଜନ୍ମ ପାଇଁ ମଧ୍ୟ ନୁହେଁ ।

ଏହା ମନେ ରଖିବା ଜରୁରୀ ଯେଉଁ ଯୌନ ସମ୍ପର୍କକୁ ଆପଣ ପର୍ଣ୍ଣ ବୋଲି ଭାବନ୍ତି ତାହା ଆପଣଙ୍କ ପିଲାଙ୍କ ପାଇଁ ଏକ ସରଳ ପ୍ରଶ୍ନର ଉତ୍ତର । ଆପଣ ଯେତେ ସଚ୍ଚୋଟ ଓ ସ୍ପଷ୍ଟ ଉତ୍ତର ଦେବେ ତାହା ଜାଣି ପିଲା ଏହା ବିଷୟରେ ଅଧିକ ଆରାମଦାୟକ ଅନୁଭବ କରିବେ । ଯଦି ଆମେ ଏହି ଉତ୍ତରଗୁଡ଼ିକୁ ନେଇ ଲଜ୍ଜାଜନକ ମନେକରିବୁ ତେବେ ଆମେ ଯୌନ ସ୍ୱାସ୍ଥ୍ୟ ସହିତ ଜଡିତ ଏହି କଳଙ୍କକୁ ଆଗକୁ ବଢାଇବୁ । ଆପଣ ଏହି ବିଷୟରେ ଆରାମଦାୟକ ହେବା ଉଚିତ । ସିଧାସଳଖ ଉତ୍ତର ଦିଅନ୍ତୁ ଓ ଲାଜ କରନ୍ତୁ ନାହିଁ ।
Published by: Jagdish Barik
First published: January 18, 2021, 5:28 PM IST