Sexual wellness Q&A Column | 'ମୁଁ ଦିନରେ ଏକାଧିକ ଥର ହସ୍ତମୈଥୁନ କରେ; କ'ଣ ଏହା ଠିକ୍ କି?'
ହସ୍ତମୈଥୁନରେ ଅନେକ ଉପକାରିତା ରହିଛି । ଯେପରିକି ଏହା ଯୌନ ନିରାଶାକୁ ଦୂର କରିଥାଏ, ନିଦକୁ ଉନ୍ନତ କରିଥାଏ, ମନ ଓ ମସ୍ତିଷ୍କକୁ ଆରାମଦାୟକ ରହିବାକୁ ସାହାଯ୍ୟ କରିଥାଏ ଓ ଆତ୍ମ ସମ୍ମାନ ବଢ଼ାଇଥାଏ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: March 15, 2021, 5:17 PM IST
ଉତ୍ତର: ହସ୍ତମୈଥୁନ (masturbation) ଏକ ସାଧାରଣ ଓ ସୁସ୍ଥ ଯୌନ କାର୍ଯ୍ୟକଳାପ । ସବୁ ବୟସର ଲୋକମାନେ ହସ୍ତମୈଥୁନ କରନ୍ତି । ପିଲାମାନେ ଉତ୍ସାହର ସହିତ ସେମାନଙ୍କର ଯୌନାଙ୍ଗକୁ ସ୍ପର୍ଶ କରନ୍ତି ଓ ସେମାନଙ୍କ ଶରୀର ବିଷୟରେ ସୂଚନା ହାସଲ କରନ୍ତି ଓ କିଶୋର ବୟସର ପିଲା ଓ ବୟସ୍କମାନେ ଯୌନ ଆନନ୍ଦ ପାଇବା ପାଇଁ ଏପରି କରନ୍ତି । ଆପଣ କେତେଥର ଓ କେବେ ଏହା କରନ୍ତି ସେ ବିଷୟରେ କିଛି ନିର୍ଦ୍ଧରିତ ସିଦ୍ଧାନ୍ତ ନାହିଁ ।
ଏହା ସେହି ବ୍ୟକ୍ତିବିଶେଷଙ୍କ ଉପରେ ନିର୍ଭର କରେ ଯେ ସେ ଦିନକୁ କେତେ ଥର ଓ କେଉଁ ସମୟରେ ହସ୍ତମୈଥୁନ କରନ୍ତି । ଏହା ଦିନରେ ଦୁଇରୁ ତିନି ଥର, ସପ୍ତାହରେ ଥରେ କିମ୍ବା ଅଧିକ ଥର, କିମ୍ବା ମାସରେ ଥରେ କିମ୍ବା ଅଧିକ ଥର ହୋଇପାରେ । ଏହା ସତ୍ୟ ଯେ ହସ୍ତମୈଥୁନ ବିଷୟରେ ଅନେକ ପୁରାଣ ଓ ଟାବୁ ଅଛି ଯେଉଁଠାରେ ବୀଜାଣୁର ଅଭାବ, ଲିଙ୍ଗ ଦୁର୍ବଳ ହେବା, ଯୌନ ଇଚ୍ଛା ହ୍ରାସ, ମାନସିକ ବିକୃତି କାରଣରୁ ଲୋକଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ସୃଷ୍ଟି କରେ ଆହୁରି ମଧ୍ୟ କ’ଣ କ’ଣ ଲେଖା ଅଛି । ଏହି ସବୁ ବିଷୟ ମୂର୍ଖତା ଅଟେ! ହସ୍ତମୈଥୁନରେ ଅନେକ ସ୍ୱାସ୍ଥ୍ୟ ଉପକାର ଅଛି ଯେପରିକି ଏହା ଯୌନ ନିରାଶାକୁ ଦୂର କରିଥାଏ, ନିଦକୁ ଉନ୍ନତ କରିଥାଏ, ମନ ଓ ମସ୍ତିଷ୍କକୁ ଆରାମଦାୟକ ରହିବାକୁ ସାହାଯ୍ୟ କରିଥାଏ ଓ ଆତ୍ମ ସମ୍ମାନ ବଢ଼ାଇଥାଏ ।
ତେଣୁ, ଚିନ୍ତା ନକରି ହସ୍ତମୈଥୁନ କରନ୍ତୁ!