ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମୁମ୍ବାଇରେ Sextortion ରାକେଟର ଖୁଲାସା: ଅନେକ ସେଲିବ୍ରିଟିଙ୍କୁ କରିଥିଲେ ଶିକାର; ୪ ଅଭିଯୁକ୍ତ ଗିରଫ

ମୁମ୍ବାଇରେ Sextortion ରାକେଟର ଖୁଲାସା: ଅନେକ ସେଲିବ୍ରିଟିଙ୍କୁ କରିଥିଲେ ଶିକାର; ୪ ଅଭିଯୁକ୍ତ ଗିରଫ

ସେକ୍ସଟୋର୍ଶନ୍ (Sextortion) ଅର୍ଥ ହେଉଛି ସାଇବର ଅପରାଧୀମାନେ ଯୌନ କାର୍ଯ୍ୟକଳାପକୁ ସର୍ବସାଧାରଣ କରିବା ଆଧାରରେ ସେଲିବ୍ରିଟିଙ୍କୁ ବ୍ଲାକମେଲ କରନ୍ତି।

ମୁମ୍ବାଇରେ Sextortion ରାକେଟର ଖୁଲାସା: ଅନେକ ସେଲିବ୍ରିଟିଙ୍କୁ କରିଥିଲେ ଶିକାର; ୪ ଅଭିଯୁକ୍ତ ଗିରଫ
ମୁମ୍ବାଇରେ Sextortion ରାକେଟର ଖୁଲାସା
  • News18 Odia
  • Last Updated: August 19, 2021, 9:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ମହାରାଷ୍ଟ୍ରର (Maharashtra) ଏକ ଗ୍ୟାଙ୍ଗର ଖୁଲାସା ହୋଇଛି, ଯେଉଁମାନେ ଅଶ୍ଳୀଳ ଫଟୋ-ଭିଡିଓ ମାଧ୍ୟମରେ ବଲିଉଡ ଓ ଟିଭି ସେଲିବ୍ରିଟିଙ୍କୁ ବ୍ଲାକମେଲ କରୁଥିଲେ। ଏହି ମାମଲାରେ ପୋଲିସ ବିଭିନ୍ନ ରାଜ୍ୟରୁ ଚାରି ଜଣଙ୍କୁ ମଧ୍ୟ ଗିରଫ କରିଥିବା ଜଣାଯାଇଛି।

କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକ ସେଲିବ୍ରିଟି ସେମାନଙ୍କ ଶିକାର ହୋଇଛନ୍ତି। ଅନୁସନ୍ଧାନକାରୀ ଏଜେନ୍ସିଗୁଡ଼ିକ ଠାରୁ ବଞ୍ଚିବା ପାଇଁ ଅଭିଯୁକ୍ତ ନେପାଳର ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିଥିଲା। ସେକ୍ସଟୋର୍ଶନ୍ (Sextortion) ଅର୍ଥ ହେଉଛି ସାଇବର ଅପରାଧୀମାନେ ଯୌନ କାର୍ଯ୍ୟକଳାପକୁ ସର୍ବସାଧାରଣ କରିବା ଆଧାରରେ ସେଲିବ୍ରିଟିଙ୍କୁ ବ୍ଲାକମେଲ କରନ୍ତି। ଏହା ମାଧ୍ୟମରେ ସେମାନେ ଅନେକ ଥର ଜବରଦସ୍ତି ଟଙ୍କା ମଧ୍ୟ ନେଇ ସାରିଛନ୍ତି ।

ମିଡ଼ିଆ ରିପୋର୍ଟରେ ସାଇବର ସେଲ୍ ଡିସିପି ରଶ୍ମି କରାଣ୍ଡିକରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଗୋଷ୍ଠୀ ୨୮୫ ଜଣଙ୍କୁ ଏହାର ଶିକାର କରିଛି। ଏକା ସାଙ୍ଗରେ ଅପରାଧୀଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ୍ ଓ ଅନ୍ୟାନ୍ୟ ଗ୍ୟାଜେଟର ତଦନ୍ତ ଚାଲିଛି। ଏହି ଅଭିଯୁକ୍ତମାନଙ୍କୁ ନାଗପୁର, ଉତ୍ତର ପ୍ରଦେଶ, ଗୁଜୁରାଟ ଓ ଓଡ଼ିଶାରୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ ବଡ଼ ସେଲିବ୍ରିଟିଙ୍କୁ ବ୍ଲାକମେଲ କରିବା ପାଇଁ ସୋସିଆଲ ମିଡ଼ିଆରେ ଝିଅମାନଙ୍କର ନକଲି ଆକାଉଣ୍ଟ ବ୍ୟବହାର କରିଥିଲେ ।

ଏହି ମାମଲାରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ବୃତ୍ତି ଅନୁଯାୟୀ ଇଞ୍ଜିନିୟର। ଏଗି ଗ୍ରୁପରେ ଜଣେ ୧୮ ବର୍ଷରୁ କମ୍ ଅଭିଯୁକ୍ତ ମଧ୍ୟ ଅଛି । ଯାଞ୍ଚ ବେଳେ ପୋଲିସ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟତୀତ ୧୨ଟି ନକଲି ଆକାଉଣ୍ଟ, ୬ଟି ନକଲି ଇ-ମେଲ୍ ଆଇଡି ମଧ୍ୟ ପାଇଛି ।

କୁହାଯାଉଛି ଯେ ଅଭିଯୁକ୍ତମାନେ ସ୍ନାପଚାଟ ଓ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବ୍ୟବହାର କରି ସେଲିବ୍ରିଟିଙ୍କୁ ସେକ୍ସଟର୍ଶନ ଶିକାର କରାଇଥିଲେ। ଏହି ଅଭିଯୁକ୍ତମାନେ ବାର୍ତ୍ତାଳାପ ମାଧ୍ୟମରେ ଲୋକଙ୍କ ସହ ଘନିଷ୍ଠତା ବଢ଼ାଉଥିଲେ ଓ ସେମାନଙ୍କୁ ପ୍ରଲୋଭିତ କରି ଅଶ୍ଳୀଳ ଫଟୋ ଭିଡିଓ ବ୍ୟବହାର କରୁଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଗ୍ୟାଙ୍ଗର ଶିକାର ହୋଇଥିବା ୨୫୮ ଜଣଙ୍କ ମଧ୍ୟରେ ବଲିଉଡ ଓ ଟିଭିର ୧୦୦ରୁ ଅଧିକ ସେଲିବ୍ରିଟି ଅଛନ୍ତି। ଅଭିଯୁକ୍ତମାନେ ଟ୍ୱିଟର, ଡାର୍କ ନେଟ ସମେତ ବିଭିନ୍ନ ପ୍ଲାଟଫର୍ମରେ ପୀଡିତଙ୍କ ଅଶ୍ଳୀଳ ଫଟୋ ଭିଡିଓ ଲଗାଇବାକୁ ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହା ବ୍ୟତୀତ ଏହି ଅଭିଯୁକ୍ତମାନେ ସିଧାସଳଖ ବ୍ୟକ୍ତିଗତ ଫଟୋ ବିକ୍ରି କରୁଥିଲେ । ଏହା ସହିତ ଅଭିଯୁକ୍ତମାନେ ଚାହିଦା ଅନୁଯାୟୀ ଯେକୌଣସି ସେଲିବ୍ରିଟିଙ୍କ ଅଶ୍ଳୀଳ ଭିଡିଓ ଉପଲବ୍ଧ କରାଉଥିଲେ ।
Published by: Lipina Das
First published: August 19, 2021, 9:49 AM IST