ଲାସ ଭୋଗାସରେ ମଜାରେ ପରିବର୍ତ୍ତନ ହେଲା ଯୌନ ଖେଳଣା ; କ’ଣ ଆମେ ସମୟ ପୂର୍ବରୁ ଅଧିକ ଉତ୍ତେଜିତ ହୋଇଯାଉଛୁ

ମାନସିକତାରେ ପରିବର୍ତ୍ତନ ଅନିର୍ବାର୍ଯ୍ୟ ଭାବେ ଏକ ବର୍ଷର ପରୀକ୍ଷା ଥିଲା । ତେବେ କଣ ଯୌନ ଖେଳଣା ପ୍ରସ୍ତୁତ କାରୀ କମ୍ପାନୀ ଗୁଡ଼ିକ ଆଗାବୀ ବର୍ଷ ଶେଷ ବେଳକୁ ଲାସ ଭୋଗାସ ଫେରିଆସିବେ ।

ଲାସ ଭୋଗାସରେ ମଜାରେ ପରିବର୍ତ୍ତନ ହେଲା ଯୌନ ଖେଳଣା ; କ’ଣ ଆମେ ସମୟ ପୂର୍ବରୁ ଅଧିକ ଉତ୍ତେଜିତ ହୋଇଯାଉଛୁ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 12, 2020, 6:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲାସ ଭୋଗାସ: ଗୋଟେ ବର୍ଷ ବହୁତ ଲମ୍ବା ସମୟ ହୋଇଥିବାବେଳେ ଇଲେକ୍ଟ୍ରୋନିକ୍ସ ଉପଭୋକ୍ତା ସୋ (ସିଇଏସ୍)ଦ୍ବାରା ଯୌନ ଖେଳଣା ଷ୍ଟାର୍ଟଅପ୍ କମ୍ପାନୀ ଲୋରା ଡିକାର୍ଲୋ ଉପରେ କଟକଣା ଲଗାଯାଇଥିବାବେଳେ ତାକୁ ମିଳିବାକୁ ଥିବା ଉଦ୍ଭାବନ ପୁରସ୍କାରକୁ ମଧ୍ୟ ରୋକି ଦିଆଯାଇଥିଲା ଯାହାକୁ କମ୍ପାନୀ ମହିଳା ମାନଙ୍କ ସହ ସମ୍ବନ୍ଧିତ ଯୌନ ଖେଳନା ଓସେ ଲାଗି ପାଇଥିଲା । ତେବେ ଏହାକୁ ବର୍ଷେ ବିତିଥିବାବେଳେ ସିଇଏସ୍ ବର୍ତ୍ତମାନ ଏହି କମ୍ପାନୀକୁ ପୁଣି ନିମନ୍ତ୍ରର କରିଛି ଏବଂ ଲୋରା ଡିକାର୍ଲୋ ମଧ୍ୟ ପୁରା ଦମର ସହ ପ୍ରତ୍ୟାବର୍ତ୍ତନ କରିଛି । ଲୋରା ଦୁଇଟି ନୂଆ ଯୌନ ଖେଳଣା ବାସି ଏବଂ ଓଣ୍ଡା ପ୍ରସ୍ତୁତ କରିଥିବାବେଳେ ଏହି ଦୁଇଟି ଯାକ ସିଇଏସ୍ ସମ୍ମାନଜନକ ଉଦ୍ଭାବନ ପୁରସ୍କାର ପାଇଁ ମନୋନୀତ ହୋଇଛି । କଞ୍ଜ୍ୟୁମର ଟେକ୍ନୋଲଜି ଆସୋସିଏଶନ୍(ସିଟିଏ) ଯିଏ ସିଇଏସ୍ ଆୟୋଜନ କରିଥାଏ ତାକୁ ୨୦୧୯ ଘଟଣା ପରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ପରେ ଏକ ନୂଆ ନୀତି ଆଣି ପୁଣିଥରେ ତାର ଉପସ୍ଥିତି  ଜାହିର କରିଛି । ଯୌନ ଖେଳଣା ପ୍ରସ୍ତୁତି କ୍ଷେତ୍ରରେ ଏହା ଏକ ଲମ୍ବା ରାସ୍ତା ହେବାକୁ ଯାଉଛି । ଏନେଇ ଆଗାମୀ ବର୍ଷମାନଙ୍କରେ ଅନେକ କିଛି ଶୁଣିବାକୁ ମିଳିବାକୁ ଥିବାବେଳେ ବର୍ତ୍ତମାନ ଏ ସମ୍ପର୍କରେ କେତେକ ସୀମିତ ଲୋକଙ୍କ ରୁଚି ରହିଛି ।

‘‘ ଆମର ଉତ୍ପାଦ ଏବଂ ଆମର ମିଶନ ସମ୍ପର୍କରେ ଅଧିକ ଜାଣିବା ପରେ ଲୋକମାନେ ଯୌନ ସୁଖ ଏକ ପ୍ରମୁଖ ସୁଖ ବୋଲି ସେମାନେ ବୁଝି ପାରିବେ । ଆମେ ସିଇଏସରେ ଅଛୁ ଏବଂ ଦେଖିବାକୁ ଚାହୁଁଛୁ କି ଲୋକମାନେ କେଉଁପ୍ରକାର ଯୌନ ଖେଳନା ସମ୍ପର୍କରେ ଚିନ୍ତା କରୁଛନ୍ତି । ଏହା ଟେକନିକ୍ ସମ୍ପର୍କରେ ନୁହେଁ କି ଏହା ଯୌନ ଉଦ୍ଦୀପନା ଉପରେ ନୁହେଁ ’’ ବୋଲି ମିଡିଆକୁ ଏକ ବୟାନ ଦିଆଯାଇ କୁହାଯାଇଛି । ଏହାର ଉପଯୋଗ ଭଲ ନିଦ, କମ ଚିନ୍ତା ଏବଂ ସୁସ୍ଥ ମାନସିକତା ଲାଗି ନିତ୍ୟାନ୍ତ ଆବଶ୍ୟକ ଅଟେ ବୋଲି ଲୋରା ହେଡକକ୍ ଯିଏ ଲୋରା ଡିକାର୍ଲୋର ପ୍ରତିଷ୍ଠାତା ସେ କହିଛନ୍ତି । ୟ

ଲୋରା ଡିକାର୍ଲୋ ମଧ୍ୟ ନିଜର ବିକ୍ରି ସମ୍ପର୍କିତ କେତେକ ଘୋଷଣା କରିଛି  ୨୦୧୯ ନଭେମ୍ବର ଶେଷରେ ଲାଇଭ କରାଯାଇଛି । କମ୍ପାନୀର କହିବା ଅନୁସାରେ ୨୦୧୯ରେ କମ୍ପାନୀ ବନ୍ଦ ହେବା ପୂର୍ବରୁ ଏହାର ବିକ୍ରି ପାଖାପାଖି ୩ ମିଲିୟନ ଡଲାର ରହିଥିଲା  । କମ୍ପାନୀ ଦ୍ବାରା ପ୍ରସ୍ତୁତ ଯୌନ ଖେଳନା ଓସେ ବର୍ତ୍ତମାନ ୨୯୦ ଡଲାର (ଭାରତୀୟ ମୁଦ୍ରାରେ ୨୦,୦୦୦) ଟଙ୍କାରେ ବିକ୍ରି ହେଉଛି ।

ପରେ କମ୍ପାନୀ ପକ୍ଷରୁ ପୁଣି କୁହାଯାଇଥିଲା କି ଯୌନ ଖେଳଣାକୁ ମୁଖ୍ୟ ଧାରାକୁ ଆଣିବା ପାଇଁ ଏକ ଲମ୍ବା ରାସ୍ତାର ପ୍ରାରମ୍ଭ ମାତ୍ର । ଏଥିରେ ମୁଖ୍ୟ ସମସ୍ୟା ହେଉଛି ମାନବୀୟ ମୁଲ୍ୟବୋଧ । ଏସୋସିଏଡ ପ୍ରେସର ରିପୋର୍ଟ ଅନୁସାରେ ଯେତେବେଳେ ସିଣ୍ଡୀ ଗେଲ୍ପ, ଜଣେ ପୂର୍ବତନ  ବିଜ୍ଞାପନ ଅଧିକାରୀ ଯିଏକି ପରେ ଯୌନ ଖେଳଣା ଉଦ୍ୟୋଗୀରେ ପରିବର୍ତ୍ତିତ ହୋଇଥିଲେ ସିଇଏସ୍ ତାଙ୍କସହ କଥାବର୍ତ୍ତା ହେବାଲାଗି ନିମନ୍ତ୍ରଣ କରିଛି । ଏହାର ପ୍ରଦ୍ୟାଗିକ ସୀମା ନାହିଁ । ଏହା ଗୋଟିଏ ବର୍ଷର ଘଟଣା ଥିଲା ଯାହାକୁ ମନେରଖିବାକୁ ପଡ଼ିବ ।
Published by: Durgamadhab Rath
First published: January 12, 2020, 6:31 PM IST
corona virus btn
corona virus btn
Loading