ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟ

Sex by husband without wife wish is not rape, says Chhattisgarh HC | ଏହି ମାମଲାରେ ମହିଳା ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଏହା ବି ଅଭିଯୋଗ କରିଥିଲେ ଯେ ସେ ତାଙ୍କ ସହ ‘‘ଅପ୍ରାକୃତିକ ଯୌନ ସମ୍ପର୍କ’’ ରଖୁଛନ୍ତି ଓ ତାଙ୍କ ଉପରେ ବିଭିନ୍ନ ବସ୍ତୁ ପ୍ରୟୋଗ କରୁଛନ୍ତି । କୋର୍ଟ ସେହି ଅଭିଯୋଗକୁ ଖାରଜ କରିନାହାନ୍ତି ।

ଛତିଶଗଡ଼ ହାଇ କୋର୍ଟର ରାୟ ଉପରେ ଚର୍ଚ୍ଚା ଚାଲିଛି । (ପ୍ରତୀକାତ୍ମକ ଛବି)

ଛତିଶଗଡ଼ ହାଇ କୋର୍ଟର ରାୟ ଉପରେ ଚର୍ଚ୍ଚା ଚାଲିଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରାୟପୁର: ସ୍ୱାମୀଙ୍କ ଦ୍ୱାରା ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ (Sex relation) ରଖିବା ବଳାତ୍କାର ନୁହେଁ ବୋଲି ଛତିଶଗଡ଼ ହାଇ କୋର୍ଟର (Chhattisgarh High Court) ଜଣେ ବିଚାରପତି ଏକ ରାୟରେ କହିଛନ୍ତି । ଏହି ରାୟକୁ ଅନେକ ଲୋକ ଆପତ୍ତିଜନକ ଓ ଅତ୍ୟାଚାରପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ।

ଛତିଶଗଡ଼ ହାଇ କୋର୍ଟର ବିଚାରପତି ଏନ.କେ. ଚନ୍ଦ୍ରବଂଶୀ ଏକ ମାମଲାରେ ରାୟ ଦେଇ କହିଛନ୍ତି ଯେ ଯଦି ପତ୍ନୀ ଜଣଙ୍କ ବୟସ ୧୮ ବର୍ଷରୁ ଅଧିକ, ତାହେଲେ ତାଙ୍କ ସହ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଯୌନ ସମ୍ପର୍କ ରଖିବା କାର୍ଯ୍ୟ ବଳାତ୍କାର ନୁହେଁ । ଯେଉଁ ମାମଲାରେ ବିଚାରପତି ଏହି ରାୟ ଦେଇଥିଲେ ତାହା ୨୦୧୭ରେ ବିବାହ କରିଥିବା ଜଣେ ମହିଳାଙ୍କ ପକ୍ଷରୁ ଆସିଥିଲା ଓ ସେଥିରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଛନ୍ତି, ପିଟୁଛନ୍ତି ଓ ବଳାତ୍କାର କରୁଛନ୍ତି ।

ଏହା ବି ପଢ଼ନ୍ତୁ | ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତ

‘‘ଏହି ମାମଲାରେ ଅଭିଯୋଗକାରୀ ଆଇନଗତ ଭାବରେ ଆବେଦନକାରୀଙ୍କ ପତ୍ନୀ ଅଟନ୍ତି । ତେଣୁ ତାଙ୍କ ସହ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଯୌନ ସମ୍ପର୍କ (sexual relation) କିମ୍ବା ଅନ୍ୟ କୌଣସି ପ୍ରକାର ଯୌନ ସମ୍ପର୍କ ବଳାତ୍କାର ଅପରାଧ ହେବ ନାହିଁ ଏପରିକି ଯଦି ଏହା ବଳପୂର୍ବକ କିମ୍ବା ତାଙ୍କ ଇଚ୍ଛା ବିରୁଦ୍ଧରେ ହୋଇଥିବ । ତେଣୁ ଆବେଦନକାରୀଙ୍କ ସ୍ୱାମୀଙ୍କ ବିରୋଧରେ ଥିବା ଦଫା ୩୭୬ (ବଳାତ୍କାର) ଚାର୍ଜ୍‌ ଭ୍ରମାତ୍ମକ ଓ ବେଆଇନ,’’ ହାଇ କୋର୍ଟ ନିଜ ରାୟରେ କହିଛନ୍ତି ।

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା (ପିଟିଆଇ ଫଟୋ)


ଏହି ମହିଳା ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଏହା ବି ଅଭିଯୋଗ କରିଥିଲେ ଯେ ସେ ତାଙ୍କ ସହ ‘‘ଅପ୍ରାକୃତିକ ଯୌନ ସମ୍ପର୍କ’’ ରଖୁଛନ୍ତି ଓ ତାଙ୍କ ଉପରେ ବିଭିନ୍ନ ବସ୍ତୁ ପ୍ରୟୋଗ କରୁଛନ୍ତି । ବଳାତ୍କାର ଅଭିଯୋଗକୁ ଖାରଜ କରିବା ପରେ କୋର୍ଟ କହିଛନ୍ତି ଯେ ପ୍ରକୃତିର ନିୟମ ବିରୁଦ୍ଧରେ ଯୌନ ସମ୍ପର୍କ ସମ୍ପର୍କିତ ଦଫା ୩୭୭ ଅନୁଯାୟୀ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

ଭାରତରେ ବୈବାହିକ ବଳାତ୍କାର (marital rape) ଅପରାଧ ନୁହେଁ । ବିବାହ ମଧ୍ୟରେ ବଳପୂର୍ବକ ଯୌନ ସମ୍ପର୍କ ଅପରାଧ ଭାବେ ପରିଗଣିତ ହୁଏ କେବଳ ଯଦି ପତ୍ନୀ ୧୮ ବର୍ଷରୁ କମ୍ ହୋଇଥାଆନ୍ତି । ଗତ ମାସ କେରଳ ହାଇ କୋର୍ଟ କହିଥିଲେ ଯେ କୌଣସି ମହିଳାଙ୍କ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କକୁ ବୈବାହିକ ବଳାତ୍କାର ବୋଲି କୁହାଯାଇପାରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତ

ଛତିଶଗଡ଼ ହାଇ କୋର୍ଟର ଏହି ରାୟ ଆସିବା ପରେ କଂଗ୍ରେସ ସାଂସଦ ଗୌରଭ ଗୋଗୋଇ କହିଛନ୍ତି ଯେ ପାର୍ଲାମେଣ୍ଟ୍‌ ଆଇ.ପି.ସି.ର ଦଫା ୩୭୫କୁ (Section 375 of IPC) ସଂଶୋଧନ କରି ବୈବାହିକ ବଳାତ୍କାର ଉପରେ ଥିବା ଆଇନଗତ ସୁରକ୍ଷାକୁ ହଟାଇଦେବାର ସମୟ ଆସିଯାଇଛି । ‘‘ବିବାହିତା ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ପାଇଁ ତାଙ୍କ ସ୍ୱାମୀମାନେ ବାଧ୍ୟ କରିପାରିବା ଉଚିତ ନୁହେଁ,’’ ସେ ଏକ ଟ୍ୱିଟ୍‌ କରି କହିଛନ୍ତି ।

ଏହା ବି ପଢ଼ନ୍ତୁ | Jio ପ୍ରାୟ . କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଓଡ଼ିଶାରେ ନିଜ ନମ୍ବର ସ୍ଥାନ ଅଧିକ ସୁଦୃଢ କଲା

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା (Mahua Moitra) ଛତିଶଗଡ଼ ହାଇ କୋର୍ଟର ଏହି ରାୟ ଉପରେ ଟ୍ୱିଟ୍ କରି କହିଛନ୍ତି, ‘‘ଭାରତର ନ୍ୟାୟପାଳିକାରେ ଥିବା ପ୍ରାଗୈତିହାସିକ ଲୋକେ ଜାଗି ଉଠିବା ଉଚିତ । ଆଶା କରୁଛି ଯେ ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଅପିଲ କରାଯିବ ।’’



ଶିବ ସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଭାରତ ‘‘ଲଜ୍ଜାଜନକ ଭାବରେ’’ ସେହି ଅଳ୍ପ କେତେକ ଦେଶ ମଧ୍ୟରେ ଅଛି ଯେଉଁଠି ବୈବାହିକ ବଳାତ୍କାରକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ ।
Published by:Anand S.T. Das
First published: