ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ (ପ୍ରତୀକାତ୍ମକ ଛବି)
News18 Odia Digital
ମଙ୍ଗଳବାର ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଫତେହଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ କ୍ୟାଣ୍ଟର ଓ ଆମ୍ବୁଲାନ୍ସ ମଧ୍ୟରେ ଭୟଙ୍କର ଧକ୍କାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।
ଗାଡି ଚଲାଉ ଥିବା ବେଳେ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା। ଆମ୍ବୁଲାନ୍ସଟି ଡିଭାଇଡର୍ ପାର ହୋଇ ଅନ୍ୟ ପାର୍ଶ୍ୱକୁ ଯାଉଥିବା କ୍ୟାଣ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୪ ଜଣ ପୁରୁଷ ଅଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।