ଶୀତକାଳୀନ ଅବକାଶ ପରେ ଖୋଲିଲା ସୁପ୍ରିମ କୋର୍ଟ; ପ୍ରମୁଖ ୭ ମାମଲାର ଶୁଣାଣି ଉପରେ ନଜର

୧୫ ଦିନର ଶୀତ ଅବକାଶ ପରେ ସୋମବାର ସୁପ୍ରିମ୍‌ କୋର୍ଟରେ ଆରମ୍ଭ ହୋଇଛି ବିଭିନ୍ନ ମାମଲାର ବିଚାର । ଧାରା ୩୭୦, ସିଏଏ, ରୋହିଙ୍ଗ୍ୟାଙ୍କୁ ନିର୍ବାସନ ଏବଂ ବିସିସିଆଇ ସମ୍ବନ୍ଧିତ ଆଦି ୭ଟି ବଡ଼ ମାମଲାର ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ ।

ଶୀତକାଳୀନ ଅବକାଶ ପରେ ଖୋଲିଲା ସୁପ୍ରିମ କୋର୍ଟ; ପ୍ରମୁଖ ୭ ମାମଲାର ଶୁଣାଣି ଉପରେ ନଜର
୧୫ ଦିନର ଶୀତ ଅବକାଶ ପରେ ସୋମବାର ସୁପ୍ରିମ୍‌ କୋର୍ଟରେ ଆରମ୍ଭ ହୋଇଛି ବିଭିନ୍ନ ମାମଲାର ବିଚାର । ଧାରା ୩୭୦, ସିଏଏ, ରୋହିଙ୍ଗ୍ୟାଙ୍କୁ ନିର୍ବାସନ ଏବଂ ବିସିସିଆଇ ସମ୍ବନ୍ଧିତ ଆଦି ୭ଟି ବଡ଼ ମାମଲାର ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ ।
  • News18 Odia
  • Last Updated: January 6, 2020, 3:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆଦିଲ୍ଲୀ: ଶୀତ ଅବକାଶ ପରେ ପୁଣି ସୁପ୍ରିମ୍‌ କୋର୍ଟରେ ଆରମ୍ଭ ହୋଇଛି ଅନେକ ମାମଲାର ବିଚାର । ଧାରା ୩୭୦ ଏବଂ ନାଗରିକତା ସଂଶୋଧନ ଆଇନ ଭଳି ଗୁରୁତ୍ବପୂର୍ଣ୍ଣ ମାମଲା ସାଙ୍ଗକୁ ଆହୁରି ଅନେକ ମାମଲା ବିଚାରାଧିନ ରହିଛି ।

୧୫ ଦିନର ବିରତି ପରେ ପୁଣି ଖୋଲିଛି ସୁପ୍ରିମ୍‌ କୋର୍ଟ । କୋର୍ଟଙ୍କ ପାଖରେ ଏବେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ବିଚାରାଧୀନ ରହିଛି । ଯାହାକି ଆଗାମୀ ମାସଗୁଡ଼ିକ ମଧ୍ୟରେ ରାୟ ପ୍ରକାଶ ପାଇପାରେ ।

ଯେଉଁ ମାମଲାଗୁଡ଼ିକ ମଧ୍ୟରେ ରହିଛି ଧାରା ୩୭୦ ଉଚ୍ଛେଦ ହେବା, ନାଗରିକତା ସଂଶୋଧନ ଆଇନ ଉପରେ ଉଠିଥିବା ପ୍ରଶ୍ନ ଏବଂ ଏପରିକି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ।

ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ଏନ.ଭି. ରମାନାଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ଧାରା ୩୭୦ ଉଚ୍ଛେଦ ଏବଂ ଜାମୁ ଓ କାଶ୍ମୀର ଓ ଲାଦାଖକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଆଦି ବିଶେଷ ମାମଲାର ବିଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଜଷ୍ଟିସ ଏସ.କେ କୌଲ, ଜଷ୍ଟିସ୍‌ ଆର. ସୁଭାଷ ରେଡ୍ଡି, ଜଷ୍ଟିସ୍‌ ବି.ଆର. ଗଭାଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ହୋଇଛି ଖଣ୍ଡପୀଠ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧାରା ୩୭୦(୧) ସମ୍ପର୍କିତ ଏକ ଆଦେଶ ଜାରି କରିଛନ୍ତି ।

ଯେଉଁଥିରେ ଜାମୁ ଓ କାଶ୍ମୀର ଉପରେ ଲାଗୁ ହେବାକୁ ଥିବା ଭାରତୀୟ ସମ୍ବିଧାନର ସମସ୍ତ ପ୍ରବନ୍ଧନକୁ ଲାଗୁ କରିବା । ଅନ୍ୟପଟେ ଅଗଷ୍ଟ ୬ରେ ରାଷ୍ଟ୍ରପତି ଆଉ ଏକ ଆଦେଶନାମା ଜାରି କରିଥିଲେ । ଯାହାକି ଜାମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା । ତେବେ ଏସବୁ ମାମଲା ଏବେ ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ରହିଛି ।

ଏହାଛଡ଼ା ଅଗଷ୍ଟ ୯ରେ ଜାମୁ ଓ କାଶ୍ମୀରର ପୁନର୍ଗଠନ, ଲାଦାଖକୁ ବିଭାଜନ କରିବା ଆଦି ପ୍ରସ୍ତାବ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଛି ।

ଏହାଛଡ଼ା ଏକାଧିକ ପିଟିସନ୍‌ ମଧ୍ୟ ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଛି । ଯାହାର ଶୁଣାଣି ଜାନୁଆରୀ ୨୧ ତାରିଖରେ ହେବ ।

ସିଏଏ ବିରୋଧରେ ଦେଶର ଏକାଧିକ ସହରରେ ଆନ୍ଦୋଳନ ଜାରି ରହିଛି । ସାମ୍ବିଧାନିକ ବୈଧତା ଦୃଷ୍ଟିକୋଣରୁ ପ୍ରାୟ ୬୦ଟି ପିଟିସନ୍‌ ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଛି ଯାହା କୋର୍ଟଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।

କେରଳର ସାବରିମାଳା ମନ୍ଦିରର ଗର୍ଭଗୃହରେ ସବୁ ବୟସର ମହିଳାମାନଙ୍କ ପ୍ରବେଶ ନେଇ ଦାୟର ପିଟିସନ୍‌ ଉପରେ ସୁପ୍ରିମ୍‌କୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି ।

ଗତ ବର୍ଷ ଡିସେମ୍ବରର ପ୍ରଥମାର୍ଦ୍ଧରେ ଇଲୋକ୍ଟ୍ରୋରାଲ ବଣ୍ଡ୍‌ ବିକ୍ରି ଉପରେ ରୋକ ଲଗାଇବାକୁ ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର) ପକ୍ଷରୁ ଦାଖଲ ଷ୍ଟେ ପିଟସନ୍‌ ଉପରେ ଶୁଣାଣି ପାଇଁ ରାଜି ହୋଇଥିଲେ ସୁପ୍ରିମ୍‌ କୋର୍ଟ ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ, ଜଷ୍ଟିସ୍‌ ଗଭାଇ ଓ ଜଷ୍ଟିସ୍‌ କାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ମାମଲାର ବିଚାର ଜାନୁଆରୀକୁ ଦେଖାଯିବ’ ବୋଲି କହିଥିଲେ । ଏଡିଆର ପକ୍ଷରୁ ମାମଲା ପାଇଁ ପ୍ରତିନିଧିତ୍ବ କରୁଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୁଷଣ ।

ଦେଶରେ ବେଆଇନ ଭାବେ ବସବାସ କରୁଥିବା ରୋହିଙ୍ଗ୍ୟା ସମ୍ପ୍ରଦାୟର ଲୋକଙ୍କୁ ବାହାର କରିବା ନେଇ ଦାୟର ମଧ୍ୟ ଦାୟର ହୋଇଛି ପିଟିସନ୍‌ । ତେବେ ଜାନୁଆରୀ ୧୦ ସୁଦ୍ଧା ସୁପ୍ରିମ୍‌ କୋର୍ଟ ଏହା ଉପରେ ଏକ ବେଞ୍ଚ୍‌ ଗଠନ ନେଇ ଆଶା କରାଯାଉଛି । ୨୦୧୭ରେ ସଂସଦରେ କେନ୍ଦ୍ର ସରକାର ତଥା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜ୍‌ଜୁ ରୋହିଙ୍ଗ୍ୟାଙ୍କୁ ମିଆଁମାର ପଠାଇବା ପାଇଁ ଜୋର ଦେଇଥିଲେ । ଯେଉଁ ରାଜ୍ୟରେ ରୋହିଙ୍ଗ୍ୟାମାନେ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଲାଗି ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମହାରାଷ୍ଟ୍ରରେ ମରାଠା ସମୁଦାୟଙ୍କୁ ଶିକ୍ଷା ଓ ନୂଆ ନିଯୁକ୍ତି କ୍ଷେତ୍ରରେ ସମାନ ଅଧିକାର ନେଇ ବମ୍ବେ ହାଇକୋର୍ଟ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ପିଟିସନ ଦାଖ ହୋଇଥିଲା । ଯାହାର ମଧ୍ୟ ଶୁଣାଣି କରିବା ବାକି ଅଛି ।

ସେହିପରି ବିସିସିଆଇ ଏବଂ ବିସିସିଆଇ ସମ୍ବଦ୍ଧିତ କେତେକ ମାମଲାର ଶୁଣାଣି ମଧ୍ୟ ଜାନୁଆରୀରେ କରାଯିବ । ଜଷ୍ଟିସ୍‌ ଆର.ଏମ. ଲୋଧା କମିଟି ଦ୍ବାରା ଅନୁବନ୍ଧିତ କେତେକ ନିୟମରେ ସଂଶୋଧନ ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋର୍ଟଙ୍କ ଅନୁମତି ମାଗିଛନ୍ତି । ତେବେ ଏହା ଉପରେ ମଧ୍ୟ ଖଣ୍ଡପୀଠରେ ଶୁଣାଣି ହେବାକୁ ବାକି ରହିଛି ।

୨୦୧୯ ଅକ୍ଟୋବରରେ ଶେଷ ଥର ପାଇଁ ହୋଇଥିବା ଶୁଣାଣିରେ ସୁପ୍ରିମ୍‌ କୋର୍ଟ ବିନୋଦ ରୟଙ୍କ ନେତୃତ୍ବରେ ଗଠିତ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର (ସିଓଏ) କୁ ଆଦେଶ ଦେଇଥିଲେ ଯେ କ୍ରିକେଟ୍‌‌ ସହ ଜଡ଼ିତ ନୂଆ ପଦାଧିକାରୀଙ୍କୁ ଦାୟିତ୍ବ ନ୍ୟସ୍ତ କରିବା ପାଇଁ ।

ତେବେ ଶୀତ ଅବକାଶ ପରେ ଏହିଭଳି ୭ ପ୍ରମୁଖ ମାମଲା ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ରହିଛି ।
Published by: Sibanava Panda
First published: January 6, 2020, 3:25 PM IST
corona virus btn
corona virus btn
Loading