ଆସାମରେ ମ୍ୟାଟ୍ରିକ ପରୀକ୍ଷା ଦେବାର କିଛି ଦିନ ପରେ ନାବାଳିକାକୁ ବଳାତ୍କାର କରି ହତ୍ୟା କଲେ ୭ ବାଳକ

ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ବାଳକମାନେ ଗାଁରୁ ପଳାଇ ଯାଇଥିଲେ, କିନ୍ତୁ ପୋଲିସ ସେମାନଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

ଆସାମରେ ମ୍ୟାଟ୍ରିକ ପରୀକ୍ଷା ଦେବାର କିଛି ଦିନ ପରେ ନାବାଳିକାକୁ ବଳାତ୍କାର କରି ହତ୍ୟା କଲେ ୭ ବାଳକ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଆହାଟି:ଆସାମର ବିଶ୍ୱନାଥ ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଜଣେ ୧୨ ବର୍ଷର ଝିଅକୁ ଗଣ-ବଳାତ୍କାର କରିବା ପରେ ହତ୍ୟା କରିଦେଇଛନ୍ତି କିଛି ନାବାଳକ । ଏହି ଅଭିଯୋଗରେ ପୋଲିସ ଏ ପର୍ଯ୍ୟନ୍ତ ସାତ ଜଣ ନାବାଳକଙ୍କୁ ଗିରଫ ହୋଇଛନ୍ତି ।

ଏହି ସାତ ଜଣ ବାଳକ କିଛି ଦିନ ତଳେ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ । ଘଟଣାଟି ଗୋହପୁର ଥାନା ଅନ୍ତର୍ଗତ ସାକାଲା ଗ୍ରାମରେ ଘଟିଛି।

ଅଭିଠୋଗ ଅନୁସାରେ ନାବାଳକମାନଙ୍କ ମଧ୍ୟରୁ ଜଣେ ପୀଡିତାଙ୍କୁ ପ୍ରଲୋଭିତ କରି ଶୁକ୍ରବାର ରାତିରେ ସେମାନଙ୍କ ଘର ପାଖରେ ଥିବା ଏକ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲା । ସେଇଠି ଅନ୍ୟ ନାବାଳକମାନଙ୍କ ମଧ୍ୟରୁ କିଛି ଥିଲେ ଓ କେତେକ କିଛି ସମୟ ପରେ ପହଞ୍ଚିଠିଲେ । ସେମାନେ ଜଣେ ପରେ ଜଣେ ସେ ଝିଅଟି ସହ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି ।

ରାତିରେ ଝିଅଟି ଘରକୁ ନ ଫେରିବାରୁ ପର ଦିନ (ଶନିବାର) ସକାଳେ ତା’ ପରିବାରର ସଦସ୍ୟମାନେ ସ୍ଥାନୀୟ ପୋଲିସ ନିକଟରେ ଏକ ନିଖୋଜ ଅଭିଯୋଗ ଦେଇଥିଲେ। ସେଦିନ ସେହି ଝିଅଟିର ମୃତ ଦେହ ସେହି ଜଙ୍ଗଲ ଅଞ୍ଚଳରେ ଗୋଟିଏ ଗଛରୁ ଓହଳିଥିବାର ଦେଖାଯାଇଥିଲା ।

ଏହି ଘଟଣା ପରେ ପୋଲିସ ଏକ ସ୍ଥାନୀୟ ବାଳକକୁ ଅଟକ ରଖି ପଚ଼ରାଉଚ଼ରା କରିବା ପରେ ସେ ଅପରାଧ ସ୍ୱୀକାର କରିଥିଲା ଓ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ନାଁ ବି କହିଥିଲା । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ବାଳକମାନେ ଗାଁରୁ ପଳାଇ ଯାଇଥିଲେ, କିନ୍ତୁ ଶନିବାର ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

ଗିରଫ ହୋଇଥିବା ସାତ ଜଣଯାକ ବାଳକଙ୍କ ବୟସ ୧୮ ବର୍ଷରୁ କମ୍ ଓ ସେମାନେ କିଛି ଦିନ ତଳେ ଆସାମ ମାଧ୍ୟମିକ ଶିକ୍ଷା ବୋର୍ଡ (SEBA) ଦ୍ୱାରା ପରିଚ଼ାଳିତ ହାଇସ୍କୁଲ ପରୀକ୍ଷା ଦେଇଥିଲେ ।

ଗତ ମାସ ଆସାମର କରିମଗଞ୍ଜ ଜିଲ୍ଲାରେ ଜଣେ ୧୮ ବର୍ଷ ବୟସ୍କା ଝିଅକୁ ବଳାତ୍କାର କରି ହତ୍ୟା କରିଥିବା ଅଭିଯୋଗରେ ଶୁକ୍ରବାର ତିନି ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା । କାଲିଗଞ୍ଜ ପୋଲିସ ଆଉଟପୋଷ୍ଟ ଅନ୍ତର୍ଗତ କାକରା ନଦୀରୁ ସେହି ଝିଅଟିର ମୃତ ଦେହ ଉଦ୍ଧାର କରାଯିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ପୋଲିସ ସନ୍ଦେହ କରିଛି ଯେ ଝିଅଟିକୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରି ମୃତ ଦେହ ନଦୀରେ ଫିଙ୍ଗିଦେଇଥିଲେ ।

ଫେବୃଆରୀ ୨୭ ତାରିଖ ଦିନ ଆସାମର ହୋଜାଇ ଜିଲ୍ଲାରେ ଜଣେ ପାଞ୍ଚ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୫ ବର୍ଷ ବୟସ୍କ ଯୁବକକୁ ଗିରଫ କରାଯାଇଥିଲା ।
First published: March 3, 2020, 1:50 PM IST
corona virus btn
corona virus btn
Loading