ଯୁ.ପି.ର ଝାନସୀରେ ୭ ବାଂଲାଦେଶୀ ଗିରଫ, ତାଙ୍କ ପାଖରେ ଦେଶରେ ରହିବା ପାଇଁ ପ୍ରମାଣପତ୍ର ନାହିଁ

ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କୌଣସି ଆପରାଧିକ ମାମଲା ନାହିଁ । ସେମାନଙ୍କ ବିରୋଧରେ ବିଦେଶୀ ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି ।

ଯୁ.ପି.ର ଝାନସୀରେ ୭ ବାଂଲାଦେଶୀ ଗିରଫ, ତାଙ୍କ ପାଖରେ ଦେଶରେ ରହିବା ପାଇଁ ପ୍ରମାଣପତ୍ର ନାହିଁ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 9, 2020, 10:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଝାନସୀ (ୟୁ.ପି.): ଉତ୍ତର ପ୍ରଦେଶର ଝାନସୀରେ ସାତ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ସେମାନଙ୍କ ପାଖରେ ଦେଶରେ ରହିବା ପାଇଁ ସଠିକ ପ୍ରମାଣପତ୍ର ନାହିଁ ।

ଝାନସୀର ବରିଷ୍ଠ ପୋଲିସ ଅଧିକ୍ଷକ ଡି. ପ୍ରଦୀପ କହିଛନ୍ତି ଯେ ବବିନା ବସ ଷ୍ଟାଣ୍ଡ ପାଖରେ ରୁଟିନ ଚ଼େକିଂ ସମୟରେ ଶୁକ୍ରବାର ଦିନ ସାତ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ବବିନା ଝାନସୀ ଜିଲ୍ଲାର ଏକ ସେନା ଛାଉଣୀ ସହର (cantonment town) । ବବିନା (Babina) ଶବ୍ଦର ଉତ୍ପତ୍ତି British Army Base in North Asia (ଉତ୍ତର ଏସିଆରେ ବ୍ରିଟିଶ୍‌ ଆର୍ମି ବେସ) ରୁ ହୋଇଛି ।

ଗିରଫ କରାଯାଇଥିବା ବ୍ୟକ୍ତିମାନେ ବସ୍ ଷ୍ଟାଣ୍ଡ ପାଖରେ ଏକ ହୋଟେଲରେ ରହୁଥିଲେ ଏବଂ ସେମାନଙ୍କ ପାଖରେ ଭାରତରେ ରହିବା ପାଇଁ ସଠିକ ପ୍ରମାଣପତ୍ର ନ ଥିଲା । ଏସ୍‌.ଏସ୍‌.ପି. କହିଛନ୍ତି ଯେ ଏହି ସାତ ଜଣ ଲୋକ ଢ଼ାକାର ନିବାସୀ ।

‘‘ସେମାନେ କିଛି ଦିନ ହେବ ମାଛ ତେଲ ବିକ୍ରୀ କରୁଥିଲେ । ସେମାନଙ୍କ ବିରୁଦ୍ଧରେ କୌଣସି ଆପାରଧିକ ମାମଲା ନାହିଁ, କିନ୍ତୁ ସେମାନଙ୍କ ବିରୋଧରେ ବିଦେଶୀ ଅଧିନିୟମ (Foreigners Act) ଅନୁସାରେ ମାମଲା ରୁଜୁ କରାଯାଇଛି,’’ କହିଛନ୍ତି ବରିଷ୍ଠ ପୋଲିସ ଅଧିକ୍ଷକ ଡି. ପ୍ରଦୀପ ।

ଗିରଫ ହୋଇଥିବା ସାତ ଜଣ ହେଲେ ମାମୁନ ଶେଖ, ମିଲନ ଶେଖ, ଅସଲମ ଶେଖ, ଫଲନ ଶେଖ, ସିଜେର ଶେଖ, ମୁକୁଲ ଶେଖ ଏବଂ ମୋନୁ ବୈଦ ।

ବିଗତ କିଛି ବର୍ଷ ହେବ ବୈଧ ଯାତ୍ରା ଦସ୍ତାବେଜ ନ ଥିବା ଯୋଗୁଁ ଉତ୍ତର ପ୍ରଦେଶରେ କେତେକ ବାଂଗଲାଦେଶୀ ନାଗରିକଙ୍କୁ ଗିରଇ କରାଯାଇଥିଲା । ଗତ ବର୍ଷ ମେ ମାସରେ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ୱାର୍ଡ଼ (ଏ.ଟି.ଏସ୍‌.) ନକଲି ପାସପୋର୍ଟ ତିଆାରି କରିବା ଅଭିଯୋଗରେ ଛଅ ଜଣ ବାଂଲାଦେଶୀ ନାଗରିକଙ୍କୁ ଆଗ୍ରାରୁ ଗିରଫ କରିଥିଲା ।

ଏ.ଟି.ଏସ୍‌.କୁ ସୂଚନା ମିଳିଥିଲା ଯେ ରାଜ୍ୟରେ ଅବୈଧ ରୂପେ ରହୁଥିବା କିଛି ବାଂଲାଦେଶୀ ନକଲି ଆଧାର କାର୍ଡ଼ ଓ ରାସନ କାର୍ଡ଼ ତିଆରି କରୁଥିଲେ ଓ ପୁଣି ସେହି ଦସ୍ତାବେଜ ବ୍ୟବହାର କରି ଭାରତୀୟ ପାସପୋର୍ଟ ତିଆରି କରାଉଥିଲେ । (ପି.ଟି.ଆଇ.)
First published: February 9, 2020, 10:51 PM IST
corona virus btn
corona virus btn
Loading