ଆଜି ୩ଟା ୩୦ ପୂର୍ବରୁ ସାରି ଦିଅନ୍ତୁ ନିଜର ସମସ୍ତ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ; ୩୧ ଏବଂ ୧ ଜାନୁଆରୀରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ବ୍ୟାଙ୍କ ୟୁନିଅନ ୩୧ ଜାନୁଆରୀ ଏବଂ ୧ ଫେବୃଆରୀରୁ ଦେଶବ୍ୟାପୀ ଧର୍ମଘଟ ପାଇଁ ଆହ୍ବାନ ଦେଇଛି । ସେହିପରି ୨ ଫେବୃଆରୀ ରବିବାର ଥିବାରୁ ଛୁଟି ରହିବ ।

ଆଜି ୩ଟା ୩୦ ପୂର୍ବରୁ ସାରି ଦିଅନ୍ତୁ ନିଜର ସମସ୍ତ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ; ୩୧ ଏବଂ ୧ ଜାନୁଆରୀରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 30, 2020, 12:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧିତ କୌଣସି କାର୍ଯ୍ୟ ରହିଛି ତାହାଲେ ଆଜି ୩ଟା ୩୦ ସୁଦ୍ଧା ସାରିଦିଅନ୍ତୁ ନହେଲେ ଅସୁବିଧାର ସାମ୍ନାକରିବାକୁ ପଡ଼ିପାରେ । କାହିଁକିନା ଆଗାମୀ ୩ଦିନ ଧରି ବ୍ୟାଙ୍କ ଗୁଡ଼ିକ ଛୁଟି ରହିବ । ୩୧ ଜାନୁଆରୀ ଏବଂ ୧ ଫେବୃଆରୀରେ ବ୍ୟାଙ୍କ ୟୁନିଅନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିବାବେଳେ ୨ତାରିଖ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦରହିବ । ଏହି କାରଣରୁ ଲଗାତାର ୩ଦିନ ଧରି ବ୍ୟାଙ୍କ ଗୁଡ଼ିକ ଛୁଟି ରହିବ । ଏଥିପାଇଁ ନିଜ ପାଖରେ କ୍ୟାସର ପୁରା ବ୍ୟବସ୍ଥା କରନ୍ତୁ  ଏବଂ ଯଦି କୌଣସି ବଡ଼ ଆବଶ୍ୟକତା ଅଛି ତାହାଲେ ଆଜି ହିଁ ଏହାର ବନ୍ଦୋବସ୍ତ କରନ୍ତୁ । ୨୦୨୦ରେ ଏହା ଦ୍ବିତୀୟ ବଡ଼ ବ୍ୟାଙ୍କ ହରତାଳ ଅଟେ । ଏହା ପୂର୍ବରୁ ୮ ଜାନୁଆରୀରେ ଭାରତ ବନ୍ଦରେ ୬ ବ୍ୟାଙ୍କ କର୍ମଚାରୀ ୟୁନିଅନ ସାମିଲ ହୋଇଥିଲେ । ସେହିଦିନ ଅଧିକାଂଶ ବ୍ୟାଙ୍କ ବନ୍ଦ ରହିଥିବାବେଳେ ଖୋଲା ଥିବା ବ୍ୟାଙ୍କରେ କାମ କରିବା ବହୁତ ଅସୁବିଧା ସୃଷ୍ଟି ହୋଇଥିଲା ।

ଦେଶର ୯ଟି ଟ୍ରେଡ ୟୁନିଅନର ପ୍ରତିନିଧିତ୍ବ କରୁଥିବା ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନସ୍ ଦୁଇଦିନ ପାଇଁ ଧର୍ମଘଟ ଆହ୍ବାନ ଦେଇଛନ୍ତି । ତେଣୁ ଅଲଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋଶିଏସନ୍, ଅଲଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଫେଡେରେସନ, ନ୍ୟାସନାଲ ଫେଡେରେସନ ଅଫ ବ୍ୟାଙ୍କ ଏମ୍ପ୍ଲୋଇଜ ଇତ୍ୟାଦି ଆସିଥାନ୍ତି । ଏହି ଧର୍ମଘଟ ଅନେକ ଦାବିକୁ ନେଇ କରାଯାଉଥିବାବେଳେ ଏହି ସବୁ ଦାବିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ । ଦାବି ଗୁଡ଼ିକ ମଧ୍ୟରେ ସମାନ କାମ ଲାଗି ସମାନ ଦରମା, କାମ ସମୟ ନିର୍ଦ୍ଧାରିତ ହେବା, ପାରିବାରିକ ପେନସନ୍ ଆଦି ରହିଛି ।
First published: January 30, 2020, 12:53 PM IST
corona virus btn
corona virus btn
Loading