ଉଦ୍ଧବ ଠାକରେଙ୍କୁ ପୁଣି ବଡ଼ ଝଟକା; ୧୨ଟି ରାଜ୍ୟର ଅଧ୍ୟକ୍ଷ ସିନ୍ଦେ ଦଳରେ ହେଲେ ସାମିଲ

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ରାଜ୍ୟ ମୁଖ୍ୟମାନଙ୍କୁ ନିଜ ରାଜ୍ୟରେ ଦଳର ବିକାଶ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ନିଶ୍ଚିତ କରିଛନ୍ତି।

 ୧୨ଟି ରାଜ୍ୟର ଅଧ୍ୟକ୍ଷ ସିନ୍ଦେ ଦଳରେ ହେଲେ ସାମିଲ

୧୨ଟି ରାଜ୍ୟର ଅଧ୍ୟକ୍ଷ ସିନ୍ଦେ ଦଳରେ ହେଲେ ସାମିଲ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୧୫ଟି ରାଜ୍ୟ ମଧ୍ୟରୁ ୧୨ଟିରୁ ଶିବସେନା ଅଧ୍ୟକ୍ଷ ଏକନାଥ ସିନ୍ଦେଙ୍କ ଦଳରେ ଯୋଗ ଦେଇଛନ୍ତି। ଯାହାଦ୍ବାରା ଉଦ୍ଧବଙ୍କୁ ବଡ଼ ଝଟକା ମିଳିଛି।

ଉଦ୍ଧବ ଠାକୁର ଦଳରେ ବିଦ୍ରୋହ ପରେ ଅନେକ ବିଧାୟକ ସିନ୍ଦେ ଦଳରେ ଯୋଗ ଦେଇଥିଲେ, ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜୁନ ୩୦ରେ, ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ସେହିପରି ସେପ୍ଟେମ୍ବର ୧୫ ଗୁରୁବାର ଦିନ ଅନୁଷ୍ଠିତ ବୈଠକରେ ୧୨ଟି ରାଜ୍ୟରୁ ଶିବସେନା ଅଧ୍ୟକ୍ଷମାନଙ୍କୁ ସିନ୍ଦେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ରାଜ୍ୟ ମୁଖ୍ୟମାନଙ୍କୁ ନିଜ ରାଜ୍ୟରେ ଦଳର ବିକାଶ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ନିଶ୍ଚିତ କରିଛନ୍ତି।



ଏହି ରାଜ୍ୟଗୁଡିକର ମୁଖ୍ୟମାନେ ସିନ୍ଦେ ଦଳରେ ଯୋଗ ଦେଲେ

ଏକନାଥ ସିନ୍ଦେ ଦଳରେ ଯୋଗଦେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଦିଲ୍ଲୀ ଶିବସେନା ରାଜ୍ୟ ମୁଖ୍ୟ ସନ୍ଦୀପ ଚୌଧରୀ, ମଣିପୁର ମୁଖ୍ୟ ତୋମ୍ବି ସିଂ, ମଧ୍ୟପ୍ରଦେଶ ମୁଖ୍ୟ ଥଡେଶ୍ୱର ମହୱାର, ଛତିଶଗଡ ମୁଖ୍ୟ ଧନଞ୍ଜୟ ପରିହାର, ଗୁଜୁରାଟର ମୁଖ୍ୟ ଏସ. ଆର. ପାଟିଲ, ରାଜସ୍ଥାନ ମୁଖ୍ୟ ଲଖନ ସିଂ ପାୱାର।

ଏମାନଙ୍କ ବ୍ୟତୀତ ହାଇଦ୍ରାବାଦ ମୁଖ୍ୟ ମୁରାରୀ ଆନ୍ନା, ଗୋଆ ମୁଖ୍ୟ ଜିତେଶ କାମତ, କର୍ଣ୍ଣାଟକ ମୁଖ୍ୟ କୁମାର ଏ ହକରୀ, ପଶ୍ଚିମବଙ୍ଗର ମୁଖ୍ୟ ଶାନ୍ତି ଦତ୍ତ, ଓଡ଼ିଶା ରାଜ୍ୟ ଦାୟିତ୍ୱରେ ଥିବା ଜ୍ୟୋତିଶ୍ରୀ ପ୍ରସନ୍ନ କୁମାର, ତ୍ରିପୁରା ରାଜ୍ୟ ଦାୟିତ୍ୱରେ ଥିବା ବାରୀଭଦେବ ନାଥ ଏଥିରେ ସାମିଲ ହୋଇଛନ୍ତି।
Published by:Lipina Das
First published: