ଏଣିକି ମାଗଣା ଶୁକ୍ରାଣୁ ପାଇବାକୁ ପ୍ରତିଯୋଗିତାକୁ ଓହ୍ଲାଇବେ ମହିଳା!

Serial Sperm Donor: ଶୁକ୍ରାଣୁ ଦାନ କରିବା ମୋ ନିଶା । ମହିଳାଙ୍କ ସେବା କରିବା ମୋ ଧର୍ମ ବୋଲି ଲାଇଭ ଆସି କହିଲେ ଯୁବକ ।

Serial Sperm Donor

Serial Sperm Donor

  • News18 Odia
  • Last Updated :
  • Other, India
  • Share this:
News18 Odia Digital


Serial Sperm Donor: ଏଣିକି ସ୍ପର୍ମ (ଶୁକ୍ରାଣୁ) ପାଇବାକୁ ହେଲେ କରିବାକୁ ପଡ଼ିବ ପ୍ରତିଯୋଗିତା । ଶୁକ୍ରାଣୁ(Sperm) ଦାନରେ ଟଙ୍କା ରୋଜଗାର କରୁ ନାହିଁ । ମହିଳା ସେବା କରିବା ମୋ ଧର୍ମ । ତେଣୁ ମୁଁ ମାଗଣାରେ ଏହାକୁ ଦାନ କରିବି...ସୋସିଆଲ ମିଡ଼ିଆରେ ଲାଇଭ ଆସି ଏଭଳି କିଛି ଅଜବ ଘୋଷଣା କରିଛନ୍ତି ୩୧ ବର୍ଷୀୟ କାଲିଫର୍ଣ୍ଣିଆCarlifarnia) ବାସିନ୍ଦା କିଲ ଜୋର୍ଡି(Kyle Gordy) ।


କିଲ ବର୍ତ୍ତମାନ ସୁଦ୍ଧା ୬୩ଟି ସନ୍ତାନର ପିତା ହୋଇସାରିଛନ୍ତି। ସେ ତାଙ୍କର ସମସ୍ତ ପିଲାଙ୍କୁ ସମାନ ଭାବରେ ଭଲ ପାଆନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କର ଏଭଳି ପୋଷ୍ଟକୁ ନେଇ ଖେଳିଯାଇଛି ଆଲୋଡ଼ନ । ଠିକ୍ ସମୟରେ ମୋ ସହିତ ଯୋଗାଯୋଗ କଲେ ଆପଣ ମୋ ସ୍ପର୍ମ ପାଇପାରିବେ । ସମସ୍ତେ ମୋର ଶୁକ୍ରାଣୁ ଚାହାଁନ୍ତି! ସେଥିପାଇଁ ମୁଁ ଏକ ଟିଭି ଶୋ ଲଞ୍ଚ କରିବି । ଯେଉଁଠାରେ ମୋର ଶୁକ୍ରାଣୁ ପାଇବା ପାଇଁ ମହିଳାମାନଙ୍କ ମଧ୍ଯରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ। ''

କିଲଙ୍କ କୁହନ୍ତି ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ପ୍ରତିଦିନ ମହିଳାମାନେ ତାଙ୍କୁ ଶୁକ୍ରାଣୁ ଦାନ ପାଇଁ ଅନୁରୋଧ କରନ୍ତି । ଶୁକ୍ରାଣୁ ଦାନ କରିବା ହେଉଛି ତାଙ୍କର ନିଶା। ଯଦିଓ ଏହି ପ୍ରସଙ୍ଗରେ ବିବାଦ ଲାଗି ରହିଛି, ବେଳେବେଳେ ବିଭିନ୍ନ ଦେଶର ମହିଳାମାନେ ଅନଲାଇନରେ ସନ୍ତାନ ପ୍ରାପ୍ତ କରିବାକୁ ଚାହାଁନ୍ତି ।
କିନ୍ତୁ କିଲ ଏହି ରହସ୍ୟକୁ ଲୁଚାଇରଖିବା ପାଇଁ ପସନ୍ଦ କରନ୍ତି ନାହିଁ । ଏହା ପରିବର୍ତ୍ତେ, ଯେଉଁମାନେ ତାଙ୍କ ଶୁକ୍ରାଣୁ ନେଉଛନ୍ତି ସେମାନଙ୍କ ସହିତ ପୂର୍ବରୁ କଥା ହୁଅନ୍ତି । ପ୍ରତିଦିନ ସେ ଏତେ ସଂଖ୍ୟକ ମହିଳାଙ୍କୁ କଥା ହୁଅନ୍ତି ଯେ କାହାକୁ ଦାନ କରିବେ ସେ ନେଇ କେବେ କେବେ ଦ୍ୱନ୍ଦରେ ପଡିଯାଆନ୍ତି।

ନାଟୁ ନାଟୁ' କୋରିଓଗ୍ରାଫରଙ୍କ ସଘଂର୍ଷମୟ କାହାଣୀ: ଟଙ୍କା ପାଇଁ ବିକିଥଲେ ମା'ଙ୍କ ସିନ୍ଦୂର ଫରୁଆ

କେବଳ ସେତିକି ନୁହେଁ, କିଲ କେଉଁ ବି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ । ମୁଁ କେବଳ ମାଷ୍ଟରବେଟ୍‌ ମାଧ୍ୟମରେ ଶୁକ୍ରାଣୁ ସଂଗ୍ରହ କରେ । ଯେପର୍ଯ୍ୟନ୍ତ ମହିଳାମାନେ ଆବଶ୍ୟକ କରିବେ ମୁଁ ଏହା ଜାରି ରଖିବି। କିନ୍ତୁ ଏତେ ମହିଳାଙ୍କ ଅନୁରୋଧ ରଖିବା ମୋ ପକ୍ଷେ ଆଉ ସମ୍ଭବ ନୁହେଁ 
Published by:Soumya Das
First published: