ଫ୍ରାନ୍ସର ସିରିଏଲ କିଲର ଚାର୍ଲ୍ସ ସୋବରାଜଙ୍କୁ ନେପାଳ ଜେଲରୁ ମୁକ୍ତ କରାଯିବ ଯେଉଁଠାରେ ସେ ୨୦୦୩ରୁ ଆଜୀବନ କାରାଦଣ୍ଡ ପାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା।
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଫ୍ରାନ୍ସର ସିରିଏଲ କିଲର ଚାର୍ଲସ୍ ଶୋଭରାଜଙ୍କୁ ନେପାଳ ଜେଲରୁ ମୁକ୍ତ କରାଯିବ ଯେଉଁଠାରେ ସେ ୨୦୦୩ରୁ ଆଜୀବନ କାରାଦଣ୍ଡ ପାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୧୯ ବର୍ଷ ଦଣ୍ଡ ଭୋଗିବା ପରେ ତାଙ୍କୁ ଜେଲରୁ ମୁକ୍ତ କରାଯିବ।
ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସପନା ପ୍ରଧାନ ମଲ୍ଲା ଓ ଜଷ୍ଟିସ୍ ତିଲ ପ୍ରସାଦ ଶ୍ରେଷ୍ଠଙ୍କ ପୀଠ ଶୋଭରାଜକୁ ମୁକ୍ତ କରିବା ନିମନ୍ତେ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ମୁଖପାତ୍ର ବିମଲ ପୌଡେଲ କହିଛନ୍ତି ଯେ ଜେଲରୁ ମୁକ୍ତ ହେବା ଲାଗି ଶୋଭରାଜ ପିଟିସନ ଦାଖଲ କରିଥିଲା। ଯେହେତୁ ନିର୍ଦ୍ଧାରିତ ଅବଧିରୁ ଅଧିକ ସମୟ ଧରି ସେ ଜେଲରେ କୈଦୀ ଥିଲା ଏଣୁ ତାକୁ ସେହି ଆଧାରରେ ଜେଲରୁ ମୁକ୍ତ କରିବାକୁ ପୀଠ ଆଦେଶ ଦେଇଛନ୍ତି।
ଚାର୍ଲସ ଶୋଭରାଜ ଉପରେ ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗ ଥିଲା। ଏହି ଅଭିଯୋଗରେ ସେ ୨୦୦୩ ମସିହାରୁ ନେପାଳ ଜେଲରେ ବନ୍ଦୀ ଥିଲା। ନେପାଳ ସୁପ୍ରିମକୋର୍ଟ ଶୋଭରାଜକୁ ମୁକ୍ତ କରିବା ସହ ୧୫ ଦିନ ମଧ୍ୟରେ ନିର୍ବାସନ (ଡିପୋର୍ଟେସନ) ଆଦେଶ ଦେଇଛନ୍ତି। ୭୦ ଦଶକରେ ଚାର୍ଲସ୍ ଶୋଭରାଜ ବିରୋଧରେ ନେପାଳ ସମେତ ଭାରତ, ଥାଇଲ୍ୟାଣ୍ଡ, ତୁର୍କି ଇରାନରେ ୨୦ରୁ ଅଧିକ ଲୋକଙ୍କ ହତ୍ୟା ଅଭିଯୋଗ ରହିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।