ବରିଷ୍ଠ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା CBI

ପଶୁ ଚୋରା ଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ। ୧୦ଟି ସମନ ଜାରି ପରେ ବି ହଜାର ହେଇ ନଥିଲେ ସେ।

ବରିଷ୍ଠ ଟିଏମସି ନେତା ଅନୁବ୍ରତ ମଣ୍ଡଳ

ବରିଷ୍ଠ ଟିଏମସି ନେତା ଅନୁବ୍ରତ ମଣ୍ଡଳ

  • Share this:
News 18 Odia Digital

ପଶ୍ଚିମବଙ୍ଗ : ପଶୁ ଚୋରା ଚାଲାଣ ମାମଲାରେ ସିବିଆଇ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପଚରାଉଚରା ପାଇଁ ସିବିଆଇ ମଣ୍ଡଳଙ୍କୁ ୧୦ଟି ସମନ ଜାରି କରିଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଏହା ପରେ ସିବିଆଇ କୋର୍ଟରେ ଗିରଫ ପାଇଁ ଅନୁମତି ମାଗିଥିଲା।

ଦୁଇ ଦିନ ପୂର୍ବେ ସିବିଆଇ ଅନୁବ୍ରତ ମଣ୍ଡଳଙ୍କୁ ଡାକିଥିଲା କିନ୍ତୁ ସେ ଯାଇ ନଥିଲେ । ଅନୁବ୍ରତ ଟିଏମସିର ବୀରଭୂମ ଜିଲ୍ଲା ସଭାପତି ଓ ଦଳର ଜଣେ ଦୃଢ଼ ସଙ୍ଗଠକ ନେତା ଭାବେ ବେଶ୍ ପରିଚୟ। ବୁଧବାର ସକାଳ ୧୧ଟାରେ ନିଜାମ ପ୍ୟାଲେସରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସିବିଆଇ ମଣ୍ଡଳଙ୍କୁ କହିଥିଲା। କିନ୍ତୁ ସେ ଅସୁସ୍ଥ ଥିବା ଦର୍ଶାଇ ହାଜର ହୋଇନଥିଲେ।

ଏହାପୂର୍ବରୁ ସୋମବାର ମଧ୍ୟ ମଣ୍ଡଳଙ୍କୁ ଡକାଯାଇଥିଲା, କିନ୍ତୁ ସେ ସିବିଆଇ କାର୍ଯ୍ୟାଳୟକୁ ଯାଇ ନଥିଲେ। ତାଙ୍କ ଓକିଲଙ୍କ କହିବାନୁସାରେ, ସେ ସିବିଆଇକୁ ମେଲ୍ ମାଧ୍ୟମରେ ତାରିଖ ବଦଳାଇବାକୁ କହିଥିଲେ। ସେ କହିଥିଲେ ଯେ ଚେକଅପ୍ ପାଇଁ ତାଙ୍କୁ କୋଲକାତାର ଏସଏସକେଏମ ଯିବାକୁ ପଡ଼ିବ। ସେପଟେ ମଣ୍ଡଳଙ୍କ ଚିକିତ୍ସା କରୁଥିବା ମେଡିକାଲ ବୋର୍ଡ ଏକ ରିପୋର୍ଟରେ କହିଛି ଯେ ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରିବାର କୌଣସି ଆବଶ୍ୟକତା ନାହିଁ।
Published by:Sujit Swain
First published: