News18 Odia Digital
ଭୋପାଳ: ମଧ୍ୟ ପ୍ରଦେଶର ବରିଷ୍ଠ IPS ଅଫିସର ପୁରୁଷୋତ୍ତମ ଶର୍ମା ନିଜ ପତ୍ନୀଙ୍କୁ ଘରେ ଖୁବ୍ ପିଟୁଥିବାର ଏକ ଭିଡିଓ ଭାଇରାଲ (Video Viral) ହେବା ପରେ ତାଙ୍କୁ ରାଜ୍ୟ ସରକାର ପଦରୁ ହଟାଇ ଦେଇଛନ୍ତି । DG ରାଙ୍କର ଏହି IPS ଅଫିସର ମଧ୍ୟ ପ୍ରଦେଶର (Madhya Pradesh) ପବ୍ଲିକ ପ୍ରସେକ୍ୟୁସନ୍ ନିର୍ଦ୍ଦେଶକ (public prosecution director) ପଦରେ ଥିଲେ । ସେହି ମାରପିଟର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଏହି ପଦରୁ ହଟାଇ ଗୃହ ବିଭାଗରେ ପୋଷ୍ଟିଂ କରାଯାଇଛି ।
ଭାଇରାଲ୍ ହୋଇଥିବା ଭିଡିଓଟି ପୁରୁଷୋତ୍ତମ ଶର୍ମାଙ୍କ ଘର ଭିତରର । ଏଥିରେ ଦେଖାଯାଉଛି ଯେ ସେ ନିଜ ପତ୍ନୀଙ୍କ ସହ ଯୁକ୍ତିତର୍କ ପରେ ତାଙ୍କୁ ଚଟାଣ ଉପରେ ପକାଇ ମାଡ଼ ମାରୁଛନ୍ତି । ଏଥିରେ ପତ୍ନୀ ତାଙ୍କୁ ଏକ ଛୁରୀ ବା କଇଁଚିରେ ଆକ୍ରମଣ କରି ଆହତ କରିଥିବା କଥା ବି ଶର୍ମା କହୁଥିବା ଶୁଣିବାକୁ ମିଳୁଛି । ଏହି ଝଗଡ଼ା ଶର୍ମାଙ୍କ ତଥାକଥିତ ଅବୈଧ ସମ୍ପର୍କ ବିଷୟରେ ପତ୍ନୀଙ୍କ ପ୍ରତିବାଦ ପରେ ଘଟିଥିବା କୁହାଯାଉଛି ।
ମଧ୍ୟ ପ୍ରଦେଶ ଗୃହ ବିଭାଗ ପକ୍ଷରୁ ସୋମବାର ଦିନ ଶର୍ମାଙ୍କୁ ପଦରୁ ହଟାଇବା ନିର୍ଦ୍ଦେଶ ଆସିବା ପରେ ସେ ନ୍ୟୁଜ୍୧୮ ସହିତ କଥା ହୋଇଥିଲେ । ଏଥିରେ ସେ ନିଜ ପତ୍ନୀଙ୍କ ସହ ଝଗଡ଼ାର ସେହି ଭାଇରାଲ ଭିଡିଓକୁ ସତ୍ୟ ବୋଲି କହିଛନ୍ତି । ଶର୍ମା କହିଛନ୍ତି, ‘‘ଏହା ଏକ ଆପରାଧିକ ମାମଲା ନୁହେଁ । ଏହା ମୋ’ର ଓ ମୋ’ ପତ୍ନୀଙ୍କ ମଧ୍ୟରେ ପାରିବାରିକ ବିଷୟ । ଯଦି ସେ ମୋ’ ଉପରେ ଏତେ ରାଗିଛନ୍ତି, ତେବେ ମୋ’ ସହିତ ଏହି ଘରେ କେମିତି ରହୁଛନ୍ତି?’’
ଦେଖନ୍ତୁ ପତ୍ନୀଙ୍କୁ ମାଡ଼ ମାରିବାର ଭାଇରାଲ୍ ଭିଡିଓ (watch viral video):
‘‘ଏହା ମୋର ପାରିବାରିକ ଘଟଣା ଓ ସମ୍ପର୍କ । ମୁଁ ନିଜେ ଏହାକୁ ସମାଧାନ କରିବି | ମୁଁ ମୋ ପତ୍ନୀଙ୍କ ସହିତ ମୁଁ ନିରନ୍ତର ସମ୍ପର୍କରେ ଅଛି । ଏହି ସମସ୍ୟାର ସମାଧାନ ପାଇଁ ମୁଁ ଚେଷ୍ଟା କରୁଛି । ଆତ୍ମରକ୍ଷା କ୍ରମରେ ଏହା ଏକ ସାଧାରଣ ମାରପିଟର ମାମଲା । ମୁଁ ପିଟାମରା କରି ନାହିଁ, ଧକ୍କାମୁକ୍କି ଓ ଠେଲାପେଲା କରିଛି,’’ କହିଛନ୍ତି ଶର୍ମା ।

DG ରାଙ୍କର IPS ଅଫିସର ପୁରୁଷୋତ୍ତମ ଶର୍ମା
‘‘ମୋ’ ପତ୍ନୀ ଯଦି ବାସ୍ତବରେ ମୋ’ ଉପରେ ଏତେ ନାରାଜ ତେବେ ସେ କେମିତି ମୋ’ ଟଙ୍କା ବ୍ୟବହାର କରୁଛନ୍ତି? ମୋ’ ଟଙ୍କାରେ ସେ ବିଦେଶ ବି ଯାତ୍ରା କରୁଛନ୍ତି କେମିତି?’’ ପଚାରିଛନ୍ତି ଶର୍ମା ।
ସେହି ଭାଇରାଲ୍ ଭିଡିଓ ବିଷୟରେ ପୁରୁଷୋତ୍ତମ ଶର୍ମା କହିଛନ୍ତି ଯେ ତାଙ୍କ ପତ୍ନୀ ଓ ପୁଅ ସେହି ଭିଡିଓକୁ ଭାଇରାଲ୍ କରିଛନ୍ତି ।
ଏହା ବି ପଢ଼ନ୍ତୁ | ବିହାରରେ ଅକ୍ଟୋବର ୨୮ରୁ ଆରମ୍ଭ ହେବ ବିଧାନ ସଭା ନିର୍ବାଚନ; ୩ଟି ପର୍ଯ୍ୟାୟରେ ହେବଏହା ବି ପଢ଼ନ୍ତୁ | ଚାଲିଗଲେ ଗାୟକ ଏସ୍.ପି. ବାଲାସୁବ୍ରମଣ୍ୟମ; ଦେଖନ୍ତୁ ତାଙ୍କର ଶେଷ VIDEO ଓ ଶେଷ ଗୀତ‘‘ମୋ’ ପତ୍ନୀ ସାରା ଘରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ମୁଁ ଯୁଆଡ଼େ ଯାଏ ସେ ମୋତେ ଫଲୋ କରନ୍ତି । ମୋତେ ଷ୍ଟକ୍ (stalk) କରନ୍ତି । ମୁଁ ଖୁବ୍ ବିବ୍ରତ ଅଛି । ୨୦୦୮ରେ ବି ସେ ମୁଁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ଆଜି, ୧୨ ବର୍ଷ ପରେ ମୁଁ ଜାଣେ ନାହିଁ ତାଙ୍କର ମୋ’ ସହିତ କ’ଣ ଅସୁବିଧାର ହୋଇଗଲା,’’ କହିଛନ୍ତି ଶର୍ମା ।
‘‘ଯଦି ସେ ମୋ’ ଉପରେ ଏତେ ଅସନ୍ତୁଷ୍ଟ, ତେବେ ସେ ଏତେ ବର୍ଷ ଧରି ମୋ’ ସହିତ କେମିତି ରହିଆସୁଛନ୍ତି? ଏ ସବୁ ମୋ’ ପାଇଁ ଅତି ଦୁର୍ଭାଗ୍ୟଜନକ,’’ କହିଛନ୍ତି ସ୍ପେଶାଲ୍ ଡିଜି ପୁରୁଷୋତ୍ତମ ଶର୍ମା । ତାଙ୍କ ପତ୍ନୀ ମିଡ଼ିଆ ସହ କଥା ହେବାକୁ ମନା କରିଦେଇଛନ୍ତି । ସେ ଅଳକାପୁରୀରେ ଥିବା ସେହି ବଙ୍ଗଳାରେ ରହୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।