ଶଶି ଥରୁର ନୁହଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମର୍ଥନ କରିବ G-23!

ବର୍ତ୍ତମାନ ମଲ୍ଲିକାର୍ଜୁନଙ୍କ ପ୍ରବେଶ ଶଶି ଥରୁରଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ G-23 ସମର୍ଥନ କରିବ ବୋଲି ଶୁଣାଯାଉଛି ।

ମଲ୍ଲିକାର୍ଜୁନ ଖଡ଼ଗେ

ମଲ୍ଲିକାର୍ଜୁନ ଖଡ଼ଗେ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ସଭାପତି ପଦକୁ ନେଇ ବିବାଦ ଜାରି ରହିଛି। ଗୋଟିଏ ପଟେ ମଲ୍ଲିକାର୍ଜୁନ ଖଡ଼ଗେ ଓ ଅନ୍ୟ ପଟେ ଶଶି ଥରୁର। ଉଭୟ ନେତାଙ୍କୁ ଜି -23 ର ପସନ୍ଦ ବୋଲି ବିବେଚନା କରାଯାଇଛି। ତେବେ ବର୍ତ୍ତମାନ ମଲ୍ଲିକାର୍ଜୁନଙ୍କ ପ୍ରବେଶ ଶଶି ଥରୁରଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ପୂର୍ବରୁ ଯେଉଁଠାରେ ଦିଗବିଜୟ ସିଂ ଖଡଗେଙ୍କ ପ୍ରସ୍ତାବକ ହେବା ସହିତ ନାମାଙ୍କନ ଦାଖଲ କରିବାକୁ ମନା କରିଦେଇଥିଲେ, ବର୍ତ୍ତମାନ ଆନନ୍ଦ ଶର୍ମା ମଧ୍ୟ ତାଙ୍କ ସମର୍ଥନରେ ଆସିଛନ୍ତି।

ପ୍ରମୋଦ ତିୱାରୀ, ପିଏଲ ପୁନିଆ, ସଲମାନ ଖୁରସିଦ, ଅଖିଳେଶ ପ୍ରସାଦ ସିଂ, ଦିଗ ବିଜୟ ସିଂ, ଦିପେନ୍ଦ୍ର ସିଂ ହୁଡା, ଭୁପେନ୍ଦ୍ର ହୁଡା, ଅଶୋକ ଗେହଲଟଙ୍କ ଭଳି ପ୍ରମୁଖ ନେତମାନେ ଖଡ଼ଗେଙ୍କ ପାଇଁ ପ୍ରସ୍ତାବ ହୋଇଥାଇପାରନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କହିଛନ୍ତି ଯେ ସମସ୍ତ ବରିଷ୍ଠ ନେତା ଖଡ଼ଗେଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସେ ଖଡ଼ଗେଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଭେଟିଥିଲେ। ଦିପେନ୍ଦର ହୁଡା ଏହା ମଧ୍ୟ କହିଛନ୍ତି ଯେ ସେ ଖଡ଼ଗେଙ୍କ ପ୍ରସ୍ତାବକ ଭାବରେ ସାଇନ୍ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଦଳର ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିବା ପୂର୍ବରୁ ଥରୁର ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ରାଜୀବ ଗାନ୍ଧିଙ୍କ ସ୍ମାରକୀ ମଧ୍ୟ ପରିଦର୍ଶନ କରିଥିଲେ। ବର୍ତ୍ତମାନ ଏହି ଲଢ଼େଇ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏଥି ସହିତ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ AICC ମୁଖ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି।
Published by:Soumya Das
First published: