News18 Odia Digital
କୋଲକତା: ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ଦିଲୀପ ଘୋଷ ରବିବାର ଦିନ ତାଙ୍କ ଦଳର ସମର୍ଥକଙ୍କୁ କହିଛନ୍ତି ଯେ ଯଦି ତୃଣମୂଳ କଂଗ୍ରେସ (ଟିଏମସି) ପଞ୍ଚାୟତ ସଦସ୍ୟ ବିକାଶ ପାଇଁ ଦିଆଯାଇଥିବା ଅର୍ଥର ହିସାବ ନ ଦିଅନ୍ତି, ତେବେ ସେମାନଙ୍କୁ ଗଛରେ ବାନ୍ଧି ଦଣ୍ଡ ଦିଆଯିବ।
ଯେଉଁମାନେ ଆପଣଙ୍କ ପଇସାରେ ଘର ତିଆରି କରିଛନ୍ତି, ସ୍ତ୍ରୀ, ଛୁଆ ଓ ବନ୍ଧୁବାନ୍ଧବଙ୍କୁ ଗହଣା ଦେଇଛନ୍ତି ସେମାନଙ୍କ ଛାଡ଼ନ୍ତୁନି, ସମସ୍ତଙ୍କୁ ଗଛରେ ବାନ୍ଧି ଦିଅନ୍ତୁ ବୋଲି କହିଛନ୍ତି ବିଜେପି ନେତା।
ପୂର୍ବ ବର୍ଦ୍ଧମାନର ଶକ୍ତିଗଡରେ ଏକ ପାର୍ଟି ସଭାକୁ ସମ୍ବୋଧିତ କରି ଘୋଷ ଅଭିଯୋଗ କରିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଟିଏମସି ନେତାମାନେ ଜନସାଧାରଣଙ୍କ ଟଙ୍କା ଲୁଟି ନେଇଛନ୍ତି। ସେ କହିଛନ୍ତି ଯେ ସେମାନେ (ଟିଏମସି ପଞ୍ଚାୟତ ସଦସ୍ୟ) ଜାଣିବା ଉଚିତ ଯେ ଆସନ୍ତା ଗ୍ରାମୀଣ ନିର୍ବାଚନରେ ଲୋକମାନେ ନିଜର ଭୁଲ ପାଇଁ ପ୍ରତିଶୋଧ ନେବେ।
ବିଜେପି ନେତା କହିଛନ୍ତି, 'ଗତ ପଞ୍ଚାୟତ ନିର୍ବାଚନରେ ଟିଏମସି ଆମକୁ ନାମାଙ୍କନ ଦାଖଲ କରିବାକୁ ଦେଇ ନଥିଲା। ସେମାନେ (ଟିଏମସି) ଭୋଟ୍ ଲୁଟ୍ କରି ଜିତିଥିଲେ। ବର୍ତ୍ତମାନ ଜନସାଧାରଣଙ୍କ ଅସନ୍ତୋଷ ଦେଖି ସେମାନେ ଲୁଚି ରହିଛନ୍ତି। ପଞ୍ଚାୟତ ତରଫରୁ ଖର୍ଚ୍ଚର ବିବରଣୀ ସେମାନଙ୍କୁ ପଚାରି ବୁଝନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।