ବରିଷ୍ଠ ଆଇନଜୀବୀ ଆର ଭେଙ୍କଟରମଣୀ ହେବେ ଦେଶର ନୂଆ ଆଟର୍ଣ୍ଣି ଜେନେରାଲ

ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ଆର ଭେଙ୍କଟରମଣୀ। ତାଙ୍କୁ ତିନି ବର୍ଷ ପାଇଁ ଭାରତର ନୂତନ ଆଟର୍ଣ୍ଣି ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଛି।

ଆର ଭେଙ୍କଟରମଣି (ପ୍ରତୀକାତ୍ମକ ଛବି)

ଆର ଭେଙ୍କଟରମଣି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ଆର ଭେଙ୍କଟରମଣୀ। ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ। ଭେଙ୍କଟରମଣିଙ୍କୁ ତିନି ବର୍ଷ ପାଇଁ ଭାରତର ନୂତନ ଆଟର୍ଣ୍ଣି ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଛି। କେ.କେ ବେନୁଗୋପାଳଙ୍କ ବଦଳରେ ଭେଙ୍କଟରମଣି ଭାରତର ଚତୁର୍ଦ୍ଦଶ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ପାଇଛନ୍ତି।

ଏହା ପୂର୍ବରୁ ମୁକୁଲ ରୋହତୋଗି ୨୦୧୪ରୁ ୨୦୧୭ ଯାଏଁ ତିନି ବର୍ଷ ଧରି ଆଟର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୭ ରେ ତାଙ୍କୁ ବ୍ୟକ୍ତିଗତ କାରଣରୁ ପଦରୁ ହଟାଇ ଦିଆଯାଇଥିଲା । ଜୁନ ୨୦୧୭ରେ ୬୭ ବର୍ଷରେ ମୁକୁଲ ରୋହତଗି ଆଟର୍ଣ୍ଣି ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ। କେ.କେ ବେଣୁଗୋପାଲ ତାଙ୍କ ପରେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ବେଣୁଗୋପାଳଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେବ। ସେ ପାଞ୍ଚ ବର୍ଷ ପାଇଁ କେନ୍ଦ୍ରର ସର୍ବୋଚ୍ଚ ଆଇନ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ।
୨୦୧୪ରେ ମୋଦି ସରକାର ଶାସନକୁ ଆସିବା ପରେ ରୋହତଗି ଆଟର୍ଣ୍ଣି ଜେନେରାଲ ନିଯୁକ୍ତ ହୋଇଥିଲେ । ୨୦୧୭ରେ ତାଙ୍କ କାର୍ଯ୍ୟକାଳ ସରକାର ବଢାଇବାକୁ ଚାହିଁଥିଲେ । କିନ୍ତୁ ସେ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାପରେ କେକେ ବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ କରାଯାଇଥିଲା ।  ରୋହତଗିଙ୍କ ଗୁଜୁରାଟ ଦଙ୍ଗା ମାମଲା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ରହିଛି ଯେଉଁଥିରେ ସେ ଗୁଜୁରାଟ ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ। ନିକଟରେ  ରୋହତଗୀ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପ୍ରତିରକ୍ଷା ଦଳର ନେତୃତ୍ୱ ନେଇଥିଲେ, ଯାହା ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ଗିରଫ କରାଯାଇଥିଲା।

Published by:Soumya Das
First published: