ଦିବ୍ୟାଙ୍ଗ ଗୃହ ସହାୟିକାଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ବିଜେପି ନେତ୍ରୀ ଗିରଫ

ସୁନିତାଙ୍କୁ ଏକ ଗରମ ଚେଙ୍କ ଦିଆଯାଉଥିଲା। ଲୁହା ରଡ଼ରେ ମାରି ତାଙ୍କ ଆଗ ତିନି-ଚାରି ଦାନ୍ତ ଭାଙ୍ଗି ଦିଆ ଯାଇଛି । ତାଙ୍କୁ କୋଠରୀରେ ବନ୍ଦ କରିଦିଆଯାଉଥିଲା ।

ସୀମା ପାତ୍ର (ପ୍ରତୀକାତ୍ମକ ଛବି)

ସୀମା ପାତ୍ର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ବିଜେପିରୁ ନିଲମ୍ବିତ ହୋଇଥିବା ଝାଡ଼ଖଣ୍ଡ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିବି ପାତ୍ରଙ୍କ ପତ୍ନୀ ସୀମା ପାତ୍ରଙ୍କୁ ପୋଲିସ ଗିରଫ କରିଛି। ସୀମା ପାତ୍ର ଜଣେ ଆଦିବାସୀ ମହିଳାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ସୀମା ପାତ୍ର ୮ ବର୍ଷ ଧରି ତାଙ୍କ ଗୃହ ସହାୟିକାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସୁନୀତା ଯାହା କହିଛନ୍ତି ତାହା ତୃତୀୟ ଡିଗ୍ରୀ ନିର୍ଯାତନା ପରି। ତାଙ୍କୁ ୮ ବର୍ଷ ଧରି ବନ୍ଧକ ରଖାଯାଇଥିଲା ଓ ତାଙ୍କୁ ମାଡ ଦିଆଯାଉଥିଲା ବୋଲି ସୁନିତା ଅଭିଯୋଗ ଆଣିଛନ୍ତି।

ସୁନୀତାଙ୍କ କହିବାନୁସାରେ, ତାଙ୍କୁ ଏକ ଗରମ ଚେଙ୍କ ଦିଆଯାଇଛି। ଲୁହା ରଡ଼ରେ ମାରି ତାଙ୍କ ଆଗ ତିନି-ଚାରି ଦାନ୍ତ ଭାଙ୍ଗି ଦିଆ ଯାଇଛି। ଏପରିକି ତାଙ୍କୁ ଖାଇବାକୁ ଦିଯାଉନଥିଲା।

ସୁନୀତା ଏକ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ସୁନୀତା ଗୁମ୍ଲାର ଏକ ଗାଁର ବାସିନ୍ଦା। ପ୍ରାୟ ଦଶ ବର୍ଷ ପୂର୍ବେ ତାଙ୍କୁ ଅବସରପ୍ରାପ୍ତ ଆଇଏଏସ୍ ମହେଶ୍ୱର ପାତ୍ର ଓ ବିଜେପି ନେତା ସୀମା ପାତ୍ରଙ୍କ ଘରେ ସହାୟିକା ଭାବରେ କାମ କରିବାକୁ ଅଣାଯାଇଥିଲା। ପରେ ତାଙ୍କୁ ଝିଅ ବତ୍ସଲା ପାତ୍ରଙ୍କ ସହ ଦିଲ୍ଲୀ ପଠାଯାଇଥିଲା। ଦିଲ୍ଲୀରୁ ସ୍ଥାନାନ୍ତର ପରେ ସୁନୀତା ରାଞ୍ଚି ସୀମା ପାତ୍ରଙ୍କ ଘରକୁ ଫେରି ଆସିଥିଲେ। ଏଠାରେ କାମ କରିବାବେଳେ ତାଙ୍କୁ ସବୁବେଳେ ହଇରାଣ କରାଯାଉଥିଲା। ଯେତେବେଳେ ସେ ଘରକୁ ଯିବାକୁ ଅନୁମତି ମାଗିଥିଲେ, ତାଙ୍କୁ ପିଟିପିଟି କୋଠରୀରେ ବନ୍ଦ କରି ଦିଆଯାଉଥିଲା ବୋଲି କହିଛନ୍ତି ସୁନିତା।
Published by:Soumya Das
First published: