ସ୍ବପ୍ନରେ ସବୁବେଳେ ଦେଖୁଛନ୍ତି କି ନିଜ ବାହାଘର? ଶୁଭ ନା ଅଶୁଭ ଜାଣନ୍ତୁ...

Wedding Dreams Good or Bad: ମନୁଷ୍ୟ ବିଭିନ୍ନ ପ୍ରକାରର ସ୍ବପ୍ନ ଦେଖିଥାଏ। କିଛି ଲୋକ ସବୁଦିନ ଏକ ପ୍ରକାର ସ୍ବପ୍ନ ମଧ୍ୟ ଦେଖନ୍ତି। କିଛି ଲୋକ ଭଲ ସ୍ବପ୍ନ ଓ ଆଉ କିଛି ଲୋକ ଭୟାନକ ସ୍ବପ୍ନ ଦେଖନ୍ତି। ସେହିପରି ବିବାହ ସ୍ବପ୍ନ ଦେଖିବାର ଅର୍ଥ କଣ ଆସନ୍ତୁ ଜାଣିବା...

ସ୍ବପ୍ନରେ ସବୁବେଳେ ଦେଖୁଛନ୍ତି କି ନିଜ ବାହାଘର? ଜାଣନ୍ତୁ

ସ୍ବପ୍ନରେ ସବୁବେଳେ ଦେଖୁଛନ୍ତି କି ନିଜ ବାହାଘର? ଜାଣନ୍ତୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Wedding Dreams Good or Bad: କୁହାଯାଏ ଯେ ସମସ୍ତେ ବ୍ୟକ୍ତି ସ୍ବପ୍ନ (Dreams) ଦେଖିଥାଆନ୍ତି। ମନୋ ବୈଜ୍ଞାନିକଙ୍କ ମତାନୁସାରେ ସ୍ବପ୍ନରେ ଆପଣ ମନରେ ଯାହା ଭାବିଥାଆନ୍ତି କିମ୍ବା ଯେଉଁ କଥା ବିଷୟରେ ବେଶୀ ଭାବିଥାଆନ୍ତି। ତାହାକୁ ଅନେକାଂଶରେ ସ୍ବପ୍ନରେ ଦେଖିଥାଆନ୍ତି।

ନିଦରେ ପ୍ରାୟତଃ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ସେଥି ମଧ୍ୟରୁ କିଛି ସ୍ବପ୍ନ ଭଲ ଓ କିଛି ଖରାପ ହୋଇଥାଏ। ତେବେ ସ୍ବପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି ଅର୍ଥ ଥାଏ। ଯାହା ଆମେ ସ୍ବପ୍ନରେ ଦେଖିଥାଉ ତାହା ଭବିଷ୍ୟତର ବାର୍ତ୍ତା ଦେଇଥାଏ।
ଶାସ୍ତ୍ରରେ ଏହାର ମାନ୍ୟତା ଅଲଗା ହୋଇଥାଏ। ମନୁଷ୍ୟ ବିଭିନ୍ନ ପ୍ରକାରର ସ୍ବପ୍ନ ଦେଖିଥାଏ। କିଛି ଲୋକ ସବୁଦିନ ଏକ ପ୍ରକାର ସ୍ବପ୍ନ ମଧ୍ୟ ଦେଖନ୍ତି। କିଛି ଲୋକ ଭଲ ସ୍ବପ୍ନ ଓ ଆଉ କିଛି ଲୋକ ଭୟାନକ ସ୍ବପ୍ନ ଦେଖନ୍ତି।

ଏହି ଧାରାରେ କିଛି ଲୋକ ସ୍ବପ୍ନରେ ବାରମ୍ବାର ନିଜ ବିବାହ (Marriage) ଦେଖିଥାନ୍ତି। ଏହାର ଅର୍ଥ କ’ଣ ହୋଇଥାଏ ଆସନ୍ତୁ ଜାଣିବା...

୧. ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଭାଗ ହୋଇଥିଲେ ମଧ୍ୟ, ନିଜ ବିବାହର ସ୍ବପ୍ନ ନିଜେ ଦେଖିଲେ ଅଶୁଭ ହୋଇଥାଏ।

୨. ସ୍ବପ୍ନ ଶାସ୍ତ୍ର ଅନୁସାରେ, ନିଜ ବିବାହ କୌଣସି ସାଙ୍ଗସାଥୀ ବା ପ୍ରିୟଜନଙ୍କ ସହ ହେଉଥିବାର ଦେଖୁଥିଲେ, ଏହା କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି କରିଥାଏ।

୩. ନିଜେ ପୁନଃଶ୍ଚ ବିବାହ କରୁଥିବାର ସ୍ବପ୍ନ ଦେଖିବାର ଅର୍ଥ ଆପଣ ଦାମ୍ପତ୍ୟ ଜୀବନରେ ଖୁସି ନାହାନ୍ତି ଏବଂ ଏହି ସ୍ବପ୍ନ ବିବାହ ବନ୍ଧନ ଭାଙ୍ଗିବାର ସୂଚନା ଦେଇଥାଏ।

୪. କୌଣସି ମହିଳାକୁ ବିବାହ ଯୋଡ଼ିରେ ଦେଖିବା ଅର୍ଥ ଜୀବନରେ ବହୁତ ଶୀଘ୍ର ଖୁସି ଆସିବାକୁ ସୂଚାଇ ଥାଏ।

ପଢ଼ନ୍ତୁ ଏହି ଖବର:  Dream Interpretation: ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ବାରା କଣ ହୁଏ? ଏହାର ଲାଭ-କ୍ଷତି ଜାଣନ୍ତୁ

୫. ସ୍ବପ୍ନରେ ନିଜ ବିବାହରେ ଆସୁଥିବା ବରଯାତ୍ରୀମାନଙ୍କୁ ଦେଖିବା ଶୁଭ ହୋଇଥାଏ। ଏହି ସ୍ବପ୍ନର ଅର୍ଥ ସମାଜରେ ମାନସମ୍ମାନ ବୃଦ୍ଧି ପାଇବା। ଭବିଷ୍ୟତ ଉଜ୍ଜ୍ବଳମୟ ରହିବାର ସୂଚନା ମିଳିଥାଏ।
Published by:Lipina Das
First published: