ସ୍ୱପ୍ନରେ ବାପାଙ୍କୁ ମୃତ୍ୟୁ ଦେଖି ପୁଅର ୩୦ ବର୍ଷ ପରେ ମନେ ପଡ଼ିଲା ଘର କଥା; ଜାଣନ୍ତୁ ପୂରା ମାମଲା

ତିରିଶ ବର୍ଷ ଧରି ଅଲଗା ହୋଇଯାଇଥିବା ପୁଅକୁ ଦେଖି ମାତା କୃଷ୍ଣାବତୀ ଓ ପିତା ମୋହନ ପ୍ରସାଦଙ୍କ ଖୁସିରେ ଆଖିରୁ ଲୁହ ଆସିଯାଇଥିଲା । ଏହା ଦେଖି ବହୁ ସଂଖ୍ୟାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ଆଖି ମଧ୍ୟ ଭରି ଆସିଥିଲା ।

ସ୍ୱପ୍ନରେ ବାପାଙ୍କୁ ମୃତ୍ୟୁ ଦେଖି ପୁଅର ୩୦ ବର୍ଷ ପରେ ମନେ ପଡ଼ିଲା ଘର କଥା; ଜାଣନ୍ତୁ ପୂରା ମାମଲା
କୃଷ୍ଣ ଚାନ୍ଦ ତିୱାରୀ ୩୦ ବର୍ଷ ପରେ ନିଜ ପିତାମାତାଙ୍କ ସହିତ ଘରକୁ ଫେରିଛନ୍ତି
  • News18 Odia
  • Last Updated: April 10, 2021, 11:03 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଜୌନପୁର: ୩୦ ବର୍ଷର ଦୀର୍ଘ ବ୍ୟବଧାନ ପରେ ଯେତେବେଳେ ପିତାମାତା ନିଜର ନୟନ ତାରା ପୁଅକୁ ପାଇଲେ ଦୁହେଁ ନିଜକୁ ବିଶ୍ୱାସ କରିପାରିଲେ ନାହିଁ । ଏହା ହେଉଛି ଉତ୍ତର ପ୍ରଦେଶର ଜୌନପୁରର ବିକାଶ ବ୍ଲକ ଖୁଥାନର ପାଟିନେନ୍ଦ୍ରପୁର ଗ୍ରାମର ଘଟଣା । ପ୍ରକୃତରେ ଏହି ମାମଲା ୧୧ ନଭେମ୍ବର ୧୯୯୧ ରେ ହୋଇଥିଲା ଯେତେବେଳେ ଗ୍ରାମର ମୋହନ ପ୍ରସାଦ ତିୱାରୀଙ୍କ (ଜର୍ମନୀ) ୧୬ ବର୍ଷର ପୁଅ କୃଷ୍ଣ ଚାନ୍ଦ ତିୱାରୀ (ଗୁଡଡୁ) କୌଣସି କଥାରେ ରାଗିଯାଇ ଘର ଛାଡି ଚାଲି ଯାଇଥିଲେ।

ଏକମାତ୍ର ପୁଅ ରାଗି ଘରୁ ଚାଲିଯିବାରୁ ଅଭିଭାବକମାନେ ବ୍ୟତିବ୍ୟସ୍ତ ହୋଇ ଯାଇଥିଲେ । ସେହି ସମୟରେ ଜର୍ମନୀ ତିୱାରୀଙ୍କ ପାଟିନେନ୍ଦ୍ରପୁର ବଜାରରେ ଏକ ରେଡିଓ-ଟେପ୍ ରେକର୍ଡର୍ ମରାମତି ଦୋକାନ ଥିଲା । ପିଲାଦିନରୁ ନମ୍ର ପ୍ରକୃତିର ଥିବା ଗୁଡ୍ଡୁ ମଧ୍ୟ ପିତାଙ୍କ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରୁଥିଲା । ପୁଅ ଘରୁ ଚାଲିଯିବା ପରେ ପିତାମାତା ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ବହୁ ବର୍ଷ ଧରି ସେମାନେ ନିଜ ପୁଅକୁ ଖୋଜୁଥିଲେ । ସେମାନେ ପୁଅକୁ ପାଇବା ପାଇଁ ମନ୍ଦିର, ସନ୍ଥ ଓ ସାଧୁମାନଙ୍କ ବ୍ୟତୀତ ମନ୍ଦିର, ପୁରୋହିତ ଓ ତାନ୍ତ୍ରିକମାନଙ୍କ ମଧ୍ୟ ସାହାଯ୍ୟ ନେଇଥିଲା । କିନ୍ତୁ ଚାରିଆଡୁ ନିରାଶା ମିଳିଥିଲା । ସମୟ ବିତିବା ସହିତ ପିତାମାତାଙ୍କ ପୁଅକୁ ପାଇବା ଆଶା ମଧ୍ୟ ମଉଳି ଯାଇଥିଲା ।

ଦିଲ୍ଲୀରେ ଆଶ୍ରୟସ୍ଥଳି ଓ ଘର ସ୍ଥାପନ କରିଥିଲେ
କୃଷ୍ଣ ଚାନ୍ଦ ଘର ଛାଡିବାପରେ କୌଣସି ପ୍ରକାରେ ଦିଲ୍ଲୀ ସହରରେ ପହଞ୍ଚି ନିଜ ପେଟ ପୋଷିବା ପାଇଁ କଠିନ ପରିଶ୍ରମ କରିବାକୁ ଲାଗିଲେ । ସେ ନିଜେ ଦିଲ୍ଲୀରେ ଏକ ଆଶ୍ରୟସ୍ଥଳ ନିର୍ମାଣ କରିବାର ସ୍ୱପ୍ନ ଦେଖିବା ପାଇଁ ଜୀବନ ସହ ସଂଘର୍ଷ କରି ସଫଳତା ହାସଲ କରିଥିଲେ । ଏହା ସହ ନିଜସ୍ୱ ଘର ଓ ନିଜର ବ୍ୟବସାୟ ଆରମ୍ଭ କରିଦେଇଥିଲେ । ଏଠାରେ ମଧ୍ୟ ବିବାହ କରି ତିନି ସନ୍ତାନର ପିତା ହୋଇଥିଲେ ।

ସ୍ୱପ୍ନରେ ବାପାଙ୍କ ମୃତ୍ୟୁ ଦେଖି ଅସ୍ଥିର ହୋଇପଡିଥିଲେ
କିନ୍ତୁ ବିଧିର ବିଧାନ କିଏ ଟାଳିପାରିବ । ଏକଦା ରାତିରେ କୃଷ୍ଣ ସ୍ୱପ୍ନରେ ନିଜର ପିତାଙ୍କ ମୃତ୍ୟୁକୁ ଦେଖି ଅସ୍ଥିର ହୋଇ ଉଠିଥିଲେ । ଦିଲ୍ଲୀର ବନ୍ଧୁ ରବି ସିଂଙ୍କୁ ସବୁ କଥା କହିବା ପରେ କୃଷ୍ଣ ଚାନ୍ଦ ତାଙ୍କ ପିତାଙ୍କ ଯତ୍ନ ନେବାକୁ କହିଥିଲେ । ତା’ପରେ ତାଙ୍କ ବନ୍ଧୁ ବୀର ସିଂ ଖୁଥାନ ବାସିନ୍ଦା ତାଙ୍କ ସମ୍ପର୍କୀୟ ସାନ୍ତୁ ସିଂଙ୍କୁ ପଟ୍ଟିନେନ୍ଦ୍ରପୁରକୁ ପଠାଇ ପରିବାରକୁ ସମସ୍ତ ସୂଚନା ଦେଇଥିଲେ । ପୁଅର ଖବର ପାଇବା ମାତ୍ରେ ବୃଦ୍ଧ ପିତାମାତା ଖୁସିର ସୀମା ନ ଥିଲା । ପରଦିନ ପଡୋଶୀ ଲୋକମାନେ କାର୍ ଯୋଗେ ଦିଲ୍ଲୀ ଯାଇ କୃଷ୍ଣ ଚାନ୍ଦ ତିୱାରୀଙ୍କୁ ଘରକୁ ଆଣିଥିଲେ । ତିରିଶ ବର୍ଷ ଧରି ଅଲଗା ହୋଇଯାଇଥିବା ପୁଅକୁ ଦେଖି ମାତା କୃଷ୍ଣାବତୀ ଓ ପିତା ଜର୍ମନୀର ଆଖି ଖୁସିର ଲୁହରେ ଭରିଆସିଥିଲା । ବହୁ ସଂଖ୍ୟାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ମଧ୍ୟ ଆଖି ଭାରି ଆସିଥିଲା । ପିତାମାତା ନିଜ ପୁଅକୁ ପାଇ ଯେପରି ଆଲିଙ୍ଗନ କରୁଥିଲେ ତାହା ଦେଖି ଲାଗୁଥିଲା ଯେ ସତେଯେମିତ ୩୦ ବର୍ଷର ଭଲପାଇବା ଗୋଟିଏ କ୍ଷଣରେ ଅଜାଡି ଦେବେ ।
Published by: Jagdish Barik
First published: April 10, 2021, 11:03 AM IST