ପାଗଳ ପ୍ରେମୀର କାରନାମା: ଗ୍ରାମର ଯୁବତୀ ସହିତ ପୋଖରୀକୁ ଡେଇଁ କହିଲା I Love You, ଦେଖନ୍ତୁ ଭିଡ଼ିଓ

ଶାମଲିରେ ଜଣେ ପାଗଳ ପ୍ରେମୀ ଜଣେ ଯୁବତୀଙ୍କ ଆଗରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଯେତେବେଳେ ସେ ମନା କରିଦେଲେ ସେତେବେଳେ ସେ ଯୁବତୀକୁ ଧରି ପୋଖରୀକୁ ଡେଇଁ ପଡିଥିଲା । ଏହା ପରେ ସେ ପୁଣି ଗଭୀର ପାଣି ମଧ୍ୟରେ ନିଜର ପ୍ରେମ ବ୍ୟକ୍ତ କରିଥିଲା । ଏହି ପୂରା ଘଟଣାର ଭିଡିଓ ଭାଇରାଲ ହେଉଛି ।

ପାଗଳ ପ୍ରେମୀର କାରନାମା: ଗ୍ରାମର ଯୁବତୀ ସହିତ ପୋଖରୀକୁ ଡେଇଁ କହିଲା I Love You, ଦେଖନ୍ତୁ ଭିଡ଼ିଓ
ପାଗଳ ପ୍ରେମୀର କାରନାମା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଶାମଲି: ପ୍ରେମକୁ ବ୍ୟକ୍ତ କରିବା ପାଇଁ ଓ ପ୍ରେମିକାକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉପାୟରେ ଉପହାର ଉପସ୍ଥାପନ କରିବାକୁ ଲୋକମାନେ ବିଭିନ୍ନ ପ୍ରକାର ଗିଫ୍ଟ ପ୍ରଦାନ କରନ୍ତି । କିନ୍ତୁ ଶାମଲି (Shamli) ଜିଲ୍ଲାରେ ଜଣେ ପାଗଳ ପ୍ରେମିକ ଅନନ୍ୟ କାରନାମା ଦେଖିବାକୁ ମିଳିଛି । ଏଠାରେ ଏକ ଗାଁରେ ଜଣେ ପ୍ରେମୀକ ଜଣେ ଯୁବତୀଙ୍କ ସହ ପୋଖରୀକୁ ଡେଇଁପଡି ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଏହା ପରେ ସେ ପୁଣି ଗଭୀର ପାଣି ମଧ୍ୟରେ ନିଜର ପ୍ରେମ ବ୍ୟକ୍ତ କରିଥିଲା । ଏହି ପୂରା ଘଟଣାର ଭିଡିଓ ଭାଇରାଲ ହେଉଛି ।

ଭାଇରାଲ୍ ଭିଡିଓକୁ ୨ ଦିନ ପୁରୁଣା ବୋଲି ବର୍ଣ୍ଣନା କରାଯାଉଛି । ଭିଡିଓରେ ପାଗଳ ପ୍ରେମୀ ଜଣକ ଯୁବତୀଙ୍କ ସହ ପୋଖରୀର ଗଭୀର ପାଣିରେ ଥିବାର ନଜର ଆସୁଛନ୍ତି । ଏଠାରେ ସେ ଯୁବତୀଙ୍କୁ ଏକପାଖିଆ ପ୍ରେମ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟ ପରେ ଲୋକମାନେ ସେଠାରେ ଏକଜୁଟ ହୋଇ ପାଗଳ ପ୍ରେମୀକୁ ବୁଝାଇଥିଲେ । ଦୀର୍ଘ ସମୟ ପରେ ଅଭିଯୁକ୍ତ ଜଣକ ଯୁବତୀକୁ ଛାଡି ଦେଇଥିଲା । ଏହା ପରେ ଯୁବତୀ ଜଣକ ଧୀରେ ଧୀରେ ପାଣିରୁ ବାହାରକୁ ଆସିଥିଲେ । ଏହି ସମୟ ମଧ୍ୟରେ ଉପସ୍ଥିତ ଲୋକମାନେ ନିଜ କ୍ୟାମେରାରେ ପୂରା ଘଟଣାକୁ କଏଦ କରିଥିଲେ । ଏହା ପରେ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା ।



ଝିଅଟି ପ୍ରେମକୁ ସ୍ୱୀକାର କରୁନଥିଲା
ଏହି ଭିଡିଓକୁ ଗଢ଼ିପୁକ୍ତା ପୋଲିସ ଷ୍ଟେସନ ଅଞ୍ଚଳର ଖେଡ଼କି ଗ୍ରାମରେ ବୋଲି କୁହାଯାଉଛି । କୁହାଯାଉଛି ଯେ ପ୍ରେମିକ ଜଣକ ମଦ୍ୟପାନ କରିଥିଲେ । ନିଶାସକ୍ତ ଅବସ୍ଥାରେ ସେ ଏହି ଘଟଣା ଘଟାଇଛନ୍ତି । ଅଭିଯୁକ୍ତ ଯୁବକ ଜଣକ ସେ ଗାଁର ଜଣେ ଝିଅକୁ ଭଲ ପାଆନ୍ତି କିନ୍ତୁ ଝିଅଟି ତାଙ୍କ ପ୍ରେମକୁ ଗ୍ରହଣ କରୁନଥିଲେ । ନିଜ ପ୍ରେମକୁ ପ୍ରକାଶ କରିବାକୁ ଯାଇ ହଠାତ୍ ସେ ଯୁବତୀଙ୍କ ସହ ପୋଖରୀକୁ ଡେଇଁପଡିଥିଲା । ଏହା ପରେ ସେ ଗଭୀର ପାଣିରେ ମଧ୍ୟରେ ନେଇ ନିଜର ପ୍ରେମ ବ୍ୟକ୍ତ କରିଥିଲା । ଗ୍ରାମବାସୀଙ୍କ ମନାଇବାରେ ସେ ପୋଖରୀରୁ ବାହାରି ଆସିଥିଲା ।

ଏହି ପାଗଳାମି ଯୋଗୁଁ ଗାଁରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଖରୀ ପାଖରେ ବହୁ ସଂଖ୍ୟାରେ ଗ୍ରାମବାସୀ ଏକତ୍ରିତ ହୋଇଯାଇଥିଲେ । ପରେ ପ୍ରେମୀକକୁ ବୁଝାଇ ସୁଝାଇ ପୋଖରୀରୁ ବାହାରକୁ ଆଣିଥିଲେ । ଏହା ପରେ ଗ୍ରାମବାସୀ ଉଭୟଙ୍କୁ ବୁଝାଇଥିଲେ । ବର୍ତ୍ତମାନ ସମୟରେ ଉଭୟ ପକ୍ଷର ଲୋକମାନେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । କିନ୍ତୁ ଏହି ପାଗଳ ପ୍ରେମିକଙ୍କ କାରନାମାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଏହି ଅଞ୍ଚଳର ପ୍ରେମିକାର ଏହି କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Published by: Jagdish Barik
First published: April 1, 2021, 6:45 PM IST