News18 Odia Digital
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଓ ଏନକାଉଣ୍ଟର ଜାରି ରହିଛି। ପୁଲୱାମା, ହନ୍ଦୱାଡ଼ା ଗନ୍ଦରବାଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରିଛନ୍ତି ସୁରକ୍ଷା କର୍ମୀ।
ଇନପୁଟ୍ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନସୂଚନାନୁସାରେ, ଶୁକ୍ରବାର ରାତିରେ ସେନାକୁ ପୁଲଓ୍ୱାମା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ସେନା, ସ୍ଥାନୀୟ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ତେବେ ସୁରକ୍ଷା କର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ। ଯାହା ଦ୍ବାରା ୪ ଜଣ ଲଶ୍କର ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ସରପଞ୍ଚଙ୍କୁ ଗୁଳି କରି ହତ୍ୟାଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ମାସରେ ଜାମ୍ମୁ କାଶ୍ମୀରରେ ଏହା ହେଉଛି ତୃତୀୟ ଘଟଣା ଯେତେବେଳେ ଆତଙ୍କବାଦୀମାନେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧୀଙ୍କୁ ହତ୍ୟା କରିଛନ୍ତି।
ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଆଡୁରା ଅଞ୍ଚଳରେ ରାତି ପ୍ରାୟ ୮.୫୦ ସମୟରେ ଶବବୀର ଅହମ୍ମଦ ମୀରଙ୍କୁ ତାଙ୍କ ଘର ନିକଟରେ ଗୁଳି ଚଳାଇଥିଲେ। ସେ କହିଛନ୍ତି ଶବବୀର ଅହମ୍ମଦ ମୀରଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଶବବୀର ଅହମ୍ମଦ ମୀର ଜଣେ ସ୍ୱାଧୀନ ସରପଞ୍ଚ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।