ଟିକ୍‌ ଟକ୍‌ର ସୁରକ୍ଷାରେ ତ୍ରୁଟି; ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟକୁ ନିୟନ୍ତ୍ରଣ କରିପାରିବେ; ଏଇ ମହତ୍ବପୂର୍ଣ୍ଣ କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ

ସୋସିଆଲ ସାଇଟ ଟିକଟକ୍ ରେ କେତେକ ଗମ୍ଭୀର ସୁରକ୍ଷାଗତ ତ୍ରୁଟି ଦେଖାଦେଇଛି । ଫଳରେ ହ୍ୟାକର୍ସମାନେ ଏହାର ଫାଇଦା ନେଇ ଲୋକମାନଙ୍କର ଆକାଉଣ୍ଟକୁ ହେଣ୍ଡେଲ କରିପାରିବା ସହ ତଥ୍ୟ ଚୋରି କରିବା, ଭିଡିଓ ଡିଲିଟ କରିବା ଏବଂ ୟୁଜରଙ୍କ ଆକାଉଣ୍ଟରୁ ଭିଡିଓ ପୋଷ୍ଟ କରିପାରିବେ ।

ଟିକ୍‌ ଟକ୍‌ର ସୁରକ୍ଷାରେ ତ୍ରୁଟି; ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟକୁ ନିୟନ୍ତ୍ରଣ କରିପାରିବେ; ଏଇ ମହତ୍ବପୂର୍ଣ୍ଣ କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ
ଟିକ୍‌ ଟକ୍ ଆପ
  • News18 Odia
  • Last Updated: January 10, 2020, 2:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଗତ ୧ ବର୍ଷ ମଧ୍ୟରେ ଟିକଟକ୍ ବିଶ୍ବର ଏକ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ଲିକେଶନ ଭାବେ ଉଭା ହୋଇଛି । ତେବେ ଏଥିରୁ ବ୍ୟବହାରକାରୀଙ୍କ ଡାଟା ଲିକ ହେଉଥିବା ନେଇ ଜଣାପଡ଼ିଛି । ଏହାର ସୁରକ୍ଷାରେ କେତେକ ତ୍ରୁଟି ମିଳିଥିବା ଏକ ଯାଞ୍ଚ ରୁ ଜଣାପଡ଼ିଛି । ଯାହା ଫଳରେ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଛି । ଭାରତରେ ଟିକଟକ୍ ର ସବୁଠୁ ବେଶି ବ୍ୟବହାରକାରୀ ଅଛନ୍ତି । ଏକ  ଅନୁମାନ ଅନୁସାରେ ଭାରତରେ ୩୦୦ ମିଲିୟନ ଲୋକେ ଏହି ଆପ ବ୍ୟବହାର କରୁଛନ୍ତି ।

‘‘ ନିକଟରେ ଏକ ରିସର୍ଚ୍ଚ ଟିମ୍ ଟିକଟକ୍ ରେ ଅନେକ ତ୍ରୁଟି ଖୋଜି ପାଇଥିବାବେଳେ ଏ ସମ୍ପର୍କରେ କମ୍ପାନୀର ଅଧିକାରୀମାନଙ୍କୁ ସୂଚନା ଦେଇ ଏହାର ସମାଧାନର ପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ଯାହା ଫଳରେ ବ୍ୟବହାରକାରୀ ବିନା ଦ୍ବିଧାରେ ଏହାର ଉପଯୋଗ କରିପାରିବେ’’ ।

ରିସର୍ଚ୍ଚ ଟିମ୍ ଦ୍ବାରା ଖୋଜା ଯାଇଥିବା ତ୍ରୁଟି ଗୁଡ଼ିକ ହେଉଛି ହ୍ୟାକର୍ସମାନେ କଣ୍ଟେଟ ଗୁଡ଼ିକ ପରିବର୍ତ୍ତନ କରିପାରିବେ, ଭିଡିଓ ଡିଲିଟ କରିପାରିବେ, ଅଜାଣତରେ ଭିଡିଓ ଅପଲୋଡ କରିପାରିବେ, ବ୍ୟକ୍ତିଗତ ଭିଡିଓ ଗୁଡ଼ିକୁ ପବ୍ଲିକ କରିପାରିବେ ଏବଂ ଇମେଲ ଆଡ୍ରେସକୁ ମଧ୍ୟ ହ୍ୟାକ କରିପାରିବେ ।

ରିସର୍ଚ୍ଚ କରୁଥିବା ବ୍ୟକ୍ତିମାନଙ୍କ ହିସାବରେ  ଏହାର ଏସଏମଏସ୍ ପ୍ରଣାଳୀକୁ ବ୍ୟବହାର କରି ଆକାଉଣ୍ଟ ହୋଲଡରଙ୍କ ଆକାଉଣ୍ଟ ଉପରେ କଣ୍ଟ୍ରୋଲ କରିବାକୁ ସୁଯୋଗ ଦେଇଥାଏ ଯାହାର ଉପଯୋଗ ଖାତା ଖୋଲିବ ସମୟରେ ଉପଭୋକ୍ତା କରିଥାନ୍ତି ।

ତେବେ ଏହା ସ୍ପଷ୍ଟ ହୋଇନି କି, ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଉପଭୋକ୍ତାଙ୍କ ଆକାଉଣ୍ଟକୁ ଏଭଳି ଉପାୟରେ ହ୍ୟାକ କରାଯାଇଛି । କିନ୍ତୁ ରିସର୍ଚ୍ଚରୁ ଏହି କଥା ସ୍ପଷ୍ଟ ହୋଇଯାଇଛି କି ଏହାଦ୍ବାରା ଲକ୍ଷଲକ୍ଷ ଟିକଟକ୍ ବ୍ୟବହାରୀ ସଙ୍କଟରେ ପଡ଼ିଯାଇଛନ୍ତି ।

 
First published: January 10, 2020, 2:53 PM IST