PM Security Breach: ପୁଣି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି; ଯୁବକଙ୍କୁ କାବୁ କଲା ପୋଲିସ

PM Security Breach: ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପାଖକୁ ଦୌଡ଼ି ଆସିଲେ ଯୁବକ । କର୍ଣ୍ଣାଟକ ଗସ୍ତ ସମୟରେ ଏହା ଦ୍ୱିତୀୟ ଥର ସୁରକ୍ଷାରେ ତ୍ରୁଟି ।

ଯୁବକଙ୍କୁ କାବୁ

ଯୁବକଙ୍କୁ କାବୁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

PM Security Breach:  କର୍ଣ୍ଣାଟକ(Karnataka)ରେ ପୁଣି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି(Security Breach)। ଦାବଣଗେରେରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi)ଙ୍କ ରୋଡ଼ ଶୋ ସମୟରେ ଗାଡ଼ି ପାଖକୁ ଏକ ଅଜ୍ଞାତ ଯୁବକ ଦୌଡ଼ି ଆସିଥିଲେ । ତାଙ୍କୁ ଆସୁଥିବାର ଦେଖି ଉପସ୍ଥିତ  ପୋଲିସ ଓ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ଥିଲେ । ତାଙ୍କୁ ଗିରଫ କରି ପଚାରାଉଚରା ଜାରି ରହିଛି ।

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟିବା ଏହା ତୃତୀୟ ଥର । ଏହି ବର୍ଷ ଜାନୁଆରୀରେ କର୍ଣ୍ଣାଟକ ହୁବେଲିରେ ରୋଡ଼ ଶୋ ସମୟରେ ଏଭଳି ଘଟିଥିଲା । ଜଣେ ଯୁବକ ପୂରା ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପାଖକୁ ଆସିଯାଇଥିଲେ ।

ଜାନୁଆରୀ ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ଯାତ୍ରାରେ ଥିବା ସମୟରେ କିଛି ଆନ୍ଦୋଳନକାରୀ ଉକ୍ତ ରାସ୍ତାକୁ ଅବରୋଧ କରିଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ସେଠାରେ ପ୍ରାୟ ୧୫-୨୦ମିନିଟ ଫସି ରହିଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏ ଥିଲା ସବୁଠୁ ବଡ଼ ତ୍ରୁଟି ।

ଆଶୀର୍ବାଦ ବଦଳରେ ମିଳିଲା ସଜା; ରାଷ୍ଟ୍ରପତିଙ୍କ ପାଦ ଛୁଇଁବା ଯୋଗୁଁ ଚାକିରି ହରାଇଲେ ଇଞ୍ଜିନିୟର


ଫ୍ଲାଏଓଭର ଉପରେ ଅଟକି ରହିବା ଯୋଗୁଁ ମୋଦିଙ୍କୁ ତାଙ୍କ କାର୍ଯ୍ଯକ୍ରମ ବାତିଲ କରିବାକୁ ପଡ଼ିଥିଲା । ଏହା ମାମଲା ସୁପ୍ରିମକୋର୍ଚ ପର୍ଯ୍ୟନ୍ତ ଯାଇଥିଲା । ସୁପ୍ରିମକୋର୍ଟ ଏକ ଯାଞ୍ଚ କମିଟି ମଧ୍ଯ ବସାଇଥିଲେ ।



ପିଏମ ମେଟ୍ରୋ ଲାଇ ଓ ମେଡିକାଲ ଉଦ୍ଘାଟନ କଲେ

ଶନିବାର ଦିନ କର୍ଣ୍ଣାଟକ ଗସ୍ତରେ ଯାଇ ଦବଣେଗେରରେ ଜନସଭାକୁ ସମ୍ୱୋଧିତ କରିଥିଲେ । ଏହା ପୂର୍ବରୁ ସେ ଏକ ରୋଡ଼ ଶୋ କରିଥିଲେ । ରୋଡ ଶୋ ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ଯମନ୍ତ୍ରୀ ବାସବରାଜ ବୋମ୍ମାଇ, ବିଏସ ୟେଦୁରପ୍ପା ମଧ୍ଯ ଉପସ୍ଥିତ ଥିଲେ । ମୋଦି ଚିକମ୍ମାବଲ୍ଲାପୁରରେ ମଧ୍ଯ ଜନସଭା କରିଥିଲେ । ସେ ଶ୍ରୀ ମଧୁସୂଦନ ସାଇ ଚିକିତ୍ସା ବିଜ୍ଞାନ ଏବଂ ଅନୁସନ୍ଧାନ କେନ୍ଦ୍ର ବ୍ୟତୀତ କୃଷ୍ଣରାଜପୁରରେ ମେଟ୍ରୋ ଲାଇନ ମଧ୍ୟ ଉଦଘାଟନ କରିଥିଲେ ।
Published by:Soumya Das
First published: