News18 Odia Digital
କର୍ଣ୍ଣାଟକ: କର୍ଣ୍ଣାଟକର ହୁବଲିରେ ରୋଡ୍ ସୋ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ନ୍ୟୁଜ୍ ଏଜେନ୍ସି ANI ଏହି ଘଟଣାର ଭିଡିଓ ସେୟାର କରିଛି। ରୋଡ ସୋ (PM Modi Road Show) ସମୟରେ ଜଣେ ଲୋକ ଭିଡ଼ ଭିତରୁ ହାତରେ ଫୁଲମାଳ ଧରି ପିଏମ ମୋଦିଙ୍କ ଆଡକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଆସିଥିବା ବ୍ୟକ୍ତିଙ୍କୁ ଏସପିଜି ଗାର୍ଡମାନେ ବହୁତ ସତର୍କତାର ଦୂର କରିଥିଲେ।
ଭିଡିଓରେ ପିଏମ ମୋଦି ଯୁବକ ଜଣଙ୍କଠାରୁ ଫୁଲମାଳ ନେଇ ନିଜ କାରରେ ରଖିଥିବା ଦେଖାଯାଇଛି। ଜାତୀୟ ଯୁବ ମହୋତ୍ସବର ଉଦଘାଟନ ପୂର୍ବରୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏକ ରୋଡ୍ ସୋ ସମୟରେ ଏଭଳି ଘଟଣା ଘଟିଥିଲା ।
ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ରେଳ ସ୍ପୋର୍ଟସ ଗ୍ରାଉଣ୍ଡରେ ପିଏମ ମୋଦି ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିବେ। ଅଧିକାରୀଙ୍କ କହିବାନୁସାରେ, ପ୍ରତି ବର୍ଷ ପ୍ରତିଭାବାନ ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ଉତ୍ସାହିତ କରିବା ସହିତ ଯୁବକମାନଙ୍କୁ ଜାତୀୟ ସ୍ତରରେ ଆଗକୁ ଆଣିବା ପାଇଁ ଏହି ଉତ୍ସବ ଆୟୋଜିତ ହୋଇଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।