Maharashtra Political Crisis: ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିବ ସେନା; ମୁମ୍ବାଇରେ ୧୪୪ ଧାରା ଲାଗୁ

ମହାରାଷ୍ଟ୍ରର ଓସମାନାବାଦ ସହରରେ ୨ ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ଶିବସେନା କର୍ମୀମାନେ ଭଙ୍ଗାରୁଜା କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୁମ୍ବାଇରେ ଧାରା ୧୪୪ ଜାରି ହୋଇଛି।

ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇରେ ୧୪୪ ଧାରା ଲାଗୁ

  • Share this:
News18 Odia Digital

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ମୁମ୍ବାଇ ପୋଲିସ ମଧ୍ୟ ସତର୍କ ସୂଚନା ଜାରି କରିଛି। ରାଜ୍ୟରେ ଚାଲିଥିବା ରାଜନୈତିକ ଅସ୍ଥିରତା ଓ ଶିବସେନାରେ ବିଭିନ୍ନ ଦଳ ମଧ୍ୟରେ ବିବାଦର ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନେ ଜିଲ୍ଲା ପ୍ରଶାସନ ଜୁନ ୩୦ ପର୍ଯ୍ୟନ୍ତ କୌଣସି ପ୍ରକାରର ରାଜନୈତିକ ଶୋଭାଯାତ୍ରା ତଥା ଜନସମାଗମ କିମ୍ବା ସ୍ଲୋଗାନ ଦେବା ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ସହିତ ପୋଲିସ କୌଣସି ପ୍ରକାରର ରାଜନୈତିକ ପୋଷ୍ଟର ତିଆରି ଉପରେ ପ୍ରତିବନ୍ଧକ ଲଗାଇଛି। ପୋଲିସ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ତାଙ୍କ ସହ କୌଣସି ବ୍ୟକ୍ତି ବାଡି, କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବେ ନାହିଁ।

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଥମିବାରେ ନାଁ ନେଉନାହିଁ। ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପ୍ରତି ସମର୍ଥନ ବଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ଶିବସେନା କର୍ମୀମାନେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି। ମହାରାଷ୍ଟ୍ରର ଓସମାନାବାଦ ସହରରେ ୨ ବି‌‌ଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ଶିବସେନା କର୍ମୀମାନେ ଭଙ୍ଗାରୁଜା କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ବିଭିନ୍ନ ସ୍ଥାନରେ ବିଦ୍ରୋହୀ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ ଓ ଅଫିସ୍ ଭଙ୍ଗାରୁଜା ଚାଲିଥିବାରୁ ଏହାକୁ ନେଇ ହିଂସା ବଢ଼ିବା ଆଶଙ୍କା ରହିଛି। ଉଲ୍ଲାସନଗରରେ ଅଫିସ ଭଙ୍ଗାରୁଜା କରିଛନ୍ତି କର୍ମୀ। ମୁମ୍ବାଇରେ ଧାରା ୧୪୪ ଜାରି ହୋଇଛି। ବୈଠକରେ ଭର୍ଚୁଆଲି ଯୋଗ ଦେଇ ବିଦ୍ରୋହୀ ବିଧାୟକ ଦୀପକ କେସରକର କହିଛନ୍ତି, ଶିବ‌ ସୈନିକମାନେ ରାସ୍ତାକୁ ଓହ୍ଲାଇବାର କୌଣସି ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ଉଚିତ ଓ ଭଙ୍ଗାରୁଜା ବନ୍ଦ କରିବା ଉଚିତ। ଅନ୍ୟପକ୍ଷେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରି ଆଜି ଥାନେ ସ୍ଥିତ ଏକନାଥ ସିନ୍ଦେଙ୍କ ବାସଭବନ ବାହାରେ ତାଙ୍କ ସମର୍ଥକମାନେ ରୁଣ୍ଡ ହୋଇଛନ୍ତି। ଏକନାଥ ସିନ୍ଦେଙ୍କ ବାସଭବନ ବାହାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି ହୋଇଛି।
Published by:Soumya Das
First published: