ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାଇରାଲ ହେଲା ପୁଟନିଙ୍କ ସିକ୍ରେଟ ଗର୍ଲଫ୍ରେଣ୍ଡଙ୍କ ଭିଡିଓ

ପ୍ରାୟ ଏକ ଦଶନ୍ଧି ଧରି ତାଙ୍କ ନାମ ଜିମ୍ନାଷ୍ଟିକ ଏଲିନା କାବଏଭାଙ୍କ ସହ ଯୋଡ଼ା ଯାଇଥିଲା। ୩୮ ବର୍ଷୀୟା ଏଲିନା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କୁହାଯାଉଛି ରାଷ୍ଟ୍ରପତି ପୁଟିନଙ୍କ ଯାଆଁଳା ପିଲାଙ୍କ ମା' ମଧ୍ୟ ଏଲିନା।

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାଇରାଲ ହେଲା ପୁଟନିଙ୍କ ସିକ୍ରେଟ ଗର୍ଲଫ୍ରେଣ୍ଡଙ୍କ ଭିଡିଓ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାଇରାଲ ହେଲା ପୁଟନିଙ୍କ ସିକ୍ରେଟ ଗର୍ଲଫ୍ରେଣ୍ଡଙ୍କ ଭିଡିଓ

  • Share this:
News18 Odia Digital

Russia and Ukraine war: ବର୍ତ୍ତମାନ ଋଷ ଦ୍ବାରା ୟୁକ୍ରେନ ଉପରେ ଜବରଦସ୍ତ ଆକ୍ରମଣ ହୋଇଛି। ଏହି ସମୟ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଉଛି। କିନ୍ତୁ ବର୍ତ୍ତମାନ ଲୋକ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚାହୁଁଛନ୍ତି।

ସେପଟେ ପୁଟିନ ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ରୋମାଣ୍ଟିକ ବୋଲି କୁହାଯାଉଛି

ପ୍ରାୟ ଏକ ଦଶନ୍ଧି ଧରି ତାଙ୍କ ନାମ ଜିମ୍ନାଷ୍ଟିକ ଏଲିନା କାବଏଭାଙ୍କ ସହ ଯୋଡ଼ା ଯାଇଥିଲା। ୩୮ ବର୍ଷୀୟା ଏଲିନା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କୁହାଯାଉଛି ରାଷ୍ଟ୍ରପତି ପୁଟିନଙ୍କ ଯାଆଁଳା ପିଲାଙ୍କ ମା' ମଧ୍ୟ ଏଲିନା। ୨୦୦୮ରେ, ଏଲିନାଙ୍କ ନାମ ପ୍ରଥମ ଥର ପାଇଁ ପୁଟିନଙ୍କ ସହ ଯୋଡ଼ା ହୋଇଥିଲା। ମସ୍କୋରୁ ପ୍ରକାଶିତ ମିଡ଼ିଆ ଟାଇକୁନ୍ ତଥା ପୂର୍ବତନ କେଜିବି ଗୁପ୍ତଚର ଆଲେକ୍ସଜାଣ୍ଡାର୍ ଲେବେଡେଭଙ୍କ ଖବରକାଗଜ ଏହା ଦାବି କରିଥିଲା।

୨୦୧୩ରେ ଋଷର ରାଷ୍ଟ୍ରପତି ପୁଟିନ ତାଙ୍କ ପତ୍ନୀ ଲ୍ୟୁଡମିଲାଙ୍କୁ ଛାଡ଼ିପତ୍ର ଦେଇଥିଲେ। ଏହା ପରେ ଏଲିନାଙ୍କୁ ଋଷର ପ୍ରଥମ ଲେଡି କୁହାଯାଉଥିଲା। ତା’ପରେ ସେ ସର୍ବସାଧାରଣରେ ଅସ୍ୱୀକାର କରିଥିଲେ ଯେ ସେ ଋଷର ରାଷ୍ଟ୍ରପତିଙ୍କ ଗର୍ଲଫ୍ରେଣ୍ଡ ନୁହେଁ ବୋଲି।




ହେଲେ ସେମାନଙ୍କ ସମ୍ପର୍କର ଗୁଜବ ବନ୍ଦ ହୋଇନାହିଁ। କୁହାଯାଉଥିଲା ଯେ ଉଭୟ ନିବର୍ନ୍ଧ ବନ୍ଧନରେ ଆବଦ୍ଧ ହୋଇଥିଲେ ଓ ପରେ ବିବାହ କରିଥିଲେ। ଏହା ପରେ ଏକ ପରିବାର ସମାବେଶ ମଧ୍ୟ ହୋଇଥିଲା।

୨୦୧୬ ମସିହାରେ,ଏଲିନା ସର୍ବସାଧାରଣ ସ୍ଥାନରେ ଏକ ରିଙ୍ଗ ପିନ୍ଧିଥିବାର ନଜର ଆସିଥିଲେ। ଯାହା ପରେ ସେ କ୍ୟାମେରାରୁ ଦୂରେଇ ରହୁଥିବାର ମଧ୍ୟ ନଜର ଆସିଥିଲେ। ଏହା ପରେ, ଅନେକ ଥର ସେ ନିଜ ବିବାହ ରିଙ୍ଗ ସହିତ ଦେଖାଦେଇଥିଲେ। ଯାହା ଗୁଜବକୁ ପକ୍କା କରିଥିଲା।
Published by:Lipina Das
First published: