କେନ୍ଦ୍ରର ବଡ଼ ନିଷ୍ପତ୍ତି: କାର ପଛ ସିଟରେ ବସିଥିବା ଲୋକ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ

ବର୍ତ୍ତମାନ କାରରେ ଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ସୂଚନା ଦେଇଛନ୍ତି।

ନୀତିନ ଗଡ଼କରୀ (ପ୍ରତୀକାତ୍ମକ ଛବି)

ନୀତିନ ଗଡ଼କରୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ବର୍ତ୍ତମାନ କାରରେ ଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗାଡି ପଛରେ ବସିଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ପୂର୍ବତନ ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କାରର ପଛ ସିଟରେ ବସିଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି।

ମଙ୍ଗଳବାର ଦିନ ନୀତିନ ଗଡକରୀ କହିଛନ୍ତି, "ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଆଜି ସରକାର ପଛ ସିଟର ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପଛ ସିଟ୍ ପାଇଁ ସିଟ୍ ବେଲ୍ଟ ମଧ୍ୟ ଆବଶ୍ୟକ।

ଯଦି ଆପଣ ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ ତେବେ ଏକ ବିପ୍ ଧ୍ୱନି ଆସିବ

ଏକ ଗଣମାଧ୍ୟମ ଇଭେଣ୍ଟକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି ଯେ ଏକ କାର ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଆମେ ନିଷ୍ପତ୍ତି ନେଇଛୁ ଯେ ପଛ ସିଟ୍ ପାଇଁ ଯାନବାହାନରେ ସିଟ୍ ବେଲ୍ଟ ବିପ୍ ବ୍ୟବସ୍ଥା ମଧ୍ୟ ରହିବ।

ସେ କହିଛନ୍ତି ଯେ ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦଣ୍ଡ ଦିଆଯିବ। ନୀତିନ ଗଡକରୀ କହିଛନ୍ତି, "ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ଚାଲାଣ (ଦଣ୍ଡବିଧାନ ଜୋରିମାନା) କଟା ଯିବ। ଏହି ନିର୍ଦ୍ଦେଶ ୩ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ।"
Published by:Soumya Das
First published: