ପୁଣି ଚର୍ଚ୍ଚାରେ ଏୟାର ଇଣ୍ଡିଆ; ଫ୍ଲାଇଟ୍ ଭିତରେ ମହିଳା ଯାତ୍ରୀଙ୍କୁ କାମୁଡ଼ିଲା ବିଛା

Scorpion in Flight: ପକ୍ଷୀ ଓ ମୂଷା ପରେ ଏବେ ଫ୍ଲାଇଟରେ ବିଛା ଆତଙ୍କ। ନାଗପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି।

ଫ୍ଲାଇଟ୍ ଭିତରେ ମହିଳା ଯାତ୍ରୀଙ୍କୁ କାମୁଡ଼ିଲା ବିଛା

ଫ୍ଲାଇଟ୍ ଭିତରେ ମହିଳା ଯାତ୍ରୀଙ୍କୁ କାମୁଡ଼ିଲା ବିଛା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Scorpion in Flight: ପୁଣି ଚର୍ଚ୍ଚାରେ ଏୟାର ଇଣ୍ଡିଆ (Air India)। ଏଥର ବିଛାକୁ (Sccrpion in FliGht) ନେଇ ଚର୍ଚ୍ଚାରେ ମହାରାଜା। ବିମାନରେ ମହିଳାଙ୍କୁ କାମୁଡ଼ିଦେଲା ବିଛା (Scorpion Bites Woman)। ଗତ ଏପ୍ରିଲ ୨୩ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି ଖବର।

ଏୟାର୍ ଇଣ୍ଡିଆର ଫ୍ଲାଇଟ୍ ନମ୍ବର ୬୩୦, ମୁମ୍ବାଇରୁ ନାଗପୁର ଯାଉଥିଲା। ତେବେ ସେହି ବିମାନରେ ଥିବା ଜଣେ ମହିଳା ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିଲା। ତୁରନ୍ତ ଏହା ଜାଣିବା ପରେ ବିମାନରେ ଥିବା ଷ୍ଟାଫ୍ ସମସ୍ତ ପ୍ରକାର ସହଯୋଗ କରିଥିଲେ।

ବିମାନ ଲ୍ୟାଣ୍ଡିଂ କରିବା ପରେ ସମ୍ପୃକ୍ତ ମହିଳା ଯାତ୍ରୀଙ୍କୁ ହସ୍ପିଟାଲକୁ ନେଇ ତାଙ୍କ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ମହିଳା ଜଣକ ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏୟାର ଇଣ୍ଡିଆର ଇଞ୍ଜିନିୟରିଂ ଟିମ୍ ପ୍ରୋଟୋକଲ ପାଳନ ପୂର୍ବକ ବିମାନରେ ତନ୍ନ ତନ୍ନ ଯାଞ୍ଚ କରିବା ପରେ ବିଛା ମିଳିଥିଲା। ଯାତ୍ରୀମାନଙ୍କ ଅସୁବିଧା ପାଇଁ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି ।

କିଛିଦିନ ତଳେ ଦୁଇ ଜଣ ମଦ୍ୟପ ଯାତ୍ରୀଙ୍କ ପରିସ୍ରା ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା ଏୟାର ଇଣ୍ଡିଆ। ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ମଦ୍ୟପ ଯାତ୍ରୀ, ଦୁଇ ଜଣ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା।

ପଢ଼ନ୍ତୁ ପୂରା ଖବର:  କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ରାସନ କାର୍ଡ଼ଧାରୀଙ୍କୁ ମିଳିବ ଆଶ୍ବସ୍ତ; ଦେଶରେ ନୂଆ ନିୟମ ଲାଗୁ

ସେହିଭଳି ଗତ ବର୍ଷ ଡିସେମ୍ବରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର କାର୍ଗୋ ବିମାନରୁ ଗୋଟେ ସାପ ବାହାରିଥିଲା। କାର୍ଗୋ ବିମାନଟି କେରଳର କାଲିକଟରୁ ଦୁବାଇ ଯାଇଥିବା ବେଳେ ସେଥିରୁ ବାହାରିଥିଲା ସାପ।

ସେହିପରି ଏପ୍ରିଲ ମାସରେ ଏକ ବିଦେଶୀ ବିମାନରେ କକ୍‌ପିଟରେ କୋବ୍ରା ବାହାରିବା କଥା ସାମ୍ନାକୁ ଆସିଥିଲା। ମଝି ଆକାଶରେ ବିମାନ କକ୍‌ପିଟରେ ପଶିଥିଲା ସାପ। ତାହା ପୁଣି କୌଣସି ସାଧାରଣ ସାପ ନୁହେଁ, ବିଷଧର ନାଗ (Cobra)। କିନ୍ତୁ ପାଇଲଟଙ୍କ ଧୈର୍ଯ୍ୟ ଓ ସାହସ ବଞ୍ଚାଇ ଦେଇଥିଲା ଯାତ୍ରୀଙ୍କ ଜୀବନ। ଏଥିଲାଗି ପାଇଲଟଙ୍କର ଖୁବ୍ ପ୍ରଶଂସା ମିଳିଥିଲା
Published by:Lipina Das
First published: