ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»SCO Meet: PM ମୋଦି ଉଠାଇ ପାରନ୍ତି ଆତଙ୍କବାଦୀ ପ୍ରସଙ୍ଗ; ଇମରାନ ଖାନ ବି ରହିବେ ଉପସ୍ଥିତ

SCO Meet: PM ମୋଦି ଉଠାଇ ପାରନ୍ତି ଆତଙ୍କବାଦୀ ପ୍ରସଙ୍ଗ; ଇମରାନ ଖାନ ବି ରହିବେ ଉପସ୍ଥିତ

ଅଗଷ୍ଟ ମାସରେ ଭାରତର ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ଦୃଢ଼ ସଂକଳ୍ପ ନେଇଥିଲା । ଯେଉଁଥିରେ ଆଫଗାନିସ୍ତାନର ଅଞ୍ଚଳ କୌଣସି ଦେଶ କିମ୍ବା ଆତଙ୍କବାଦୀଙ୍କୁ ରଖିବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ଦାବି କରାଯାଇଛି ।

SCO Meet: PM ମୋଦି ଉଠାଇ ପାରନ୍ତି ଆତଙ୍କବାଦୀ ପ୍ରସଙ୍ଗ; ଇମରାନ ଖାନ ବି ରହିବେ ଉପସ୍ଥିତ
SCO Meetରେ ଇମରାନ ଖାନଙ୍କୁ ଆତଙ୍କବାଦୀ ପ୍ରସଙ୍ଗ ପଚାରିବେ PM ମୋଦି
  • News18 Odia
  • Last Updated: September 6, 2021, 1:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସାଙ୍ଘାଇ ସହଯୋଗ ସଙ୍ଗଠନ (SCO) ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାରିନ୍ତି । ବିଶେଷ କଥା ହେଉଛି ଏହି ସଭାରେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନ ମଧ୍ୟ ଉପସ୍ଥିତ ରହିବେ । ଏ ମାସ ୧୬-୧୭ ତାରିଖରେ ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ଏହି ବୈଠକ ଅନୁଷ୍ଠିତ ହେବକୁ ଯାଉଛି । କୁହାଯାଉଛି ଯେ ପ୍ରଧାନ ମନ୍ତ୍ରୀ ମୋଦି ଏହି ବୈଠକରେ ଏକ ଭର୍ଚୁଆଲ୍ ଢ଼ଙ୍ଗରେ ଯୋଗ ଦେବେ । ଗତ ଦୁଇ ମାସ ମଧ୍ୟରେ ଏଠାରେ ଏସସିଓର ବିଦେଶୀ, ପ୍ରତିରକ୍ଷା ଓ ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କର ଅନେକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ୟୁଏନଏସସି ଓ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଆଫଗାନିସ୍ତାନ ଉପରେ ଭାରତର ବିବୃତ୍ତିକୁ ଦୃଷ୍ଟିରେ ରଖି ଏହି ମାମଲା ରଖାଯିବ । ତେବେ କୁହାଯାଉଛି ଯେ ପ୍ରଧାନ ମନ୍ତ୍ରୀ ମୋଦି ତାଙ୍କ ବିବୃତ୍ତିରେ ତାଲିବାନର ନାମକରଣ କରିବା ସମ୍ଭବ ନୁହେଁ । ତାଲିବାନ ଓ ପାକିସ୍ତାନର ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଭାରତ ଚିନ୍ତା ପ୍ରକଟ କରିଛି ।

ଏହି ସଭାରେ ଆଉ କେହି ଜଡିତ ହେବେ କି?

ଏହି ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମରାନ ଖାନ, ଋଷର ରାଷ୍ଟ୍ରପତି ପୁଟିନ ଓ ମଧ୍ୟ ଏସିଆର ଅନ୍ୟ ଦେଶର ନେତାମାନେ ବ୍ୟକ୍ତିଗତ ଭାବେ ଏହି ବୈଠକରେ ଯୋଗ ଦେବେ ।

ତାଲିବାନ ଉପରେ ଭାରତର ଆଭିମୁଖ୍ୟ

ଗତ ମାସରେ ଭାରତର ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ଦୃଢ଼ ସଂକଳ୍ପ ନେଇଥିଲା । ଯେଉଁଥିରେ ଆଫଗାନିସ୍ତାନର ଅଞ୍ଚଳ କୈଣସି ଦେଶ କିମ୍ବା ଆତଙ୍କବାଦୀଙ୍କୁ ରଖିବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ଦାବି କରାଯାଇଛି । ଏହା ମଧ୍ୟ ଆଶା କରାଯାଉଥିଲା ଯେ ତାଲିବାନ ଆଫଗାନିସ୍ତାନ ଓ ବିଦେଶୀ ନାଗରିକଙ୍କୁ ନିରାପଦ ତଥା ଶୃଙ୍ଖଳିତ ଭାବରେ ଦେଶ ଛାଡ଼ିବାକୁ ଅନୁମତି ଦେବ ।

SCO କ’ଣ?

SCO ହେଉଛି ଏକ ସ୍ଥାୟୀ ଆନ୍ତର୍ଜାତୀୟ ସଙ୍ଗଠନ । ଏହା ଏକ ଅର୍ଥନୈତିକ ଓ ସୁରକ୍ଷା ସଙ୍ଗଠନ ଯାହାର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ବଜାୟ ରଖିବା । ସମ୍ପ୍ରତି ଏହାର ସଦସ୍ୟ ଦେଶଗୁଡ଼ିକରେ କଜାକିସ୍ତାନ, ଚୀନ୍, କିର୍ଗିସ୍ଥାନ, ଋଷ, ତାଜିକିସ୍ତାନ, ଉଜବେକିସ୍ତାନ, ଭାରତ ଓ ପାକିସ୍ଥାନ ଅନ୍ତର୍ଭୁକ୍ତ । SCO ବର୍ତ୍ତମାନ ବିଶ୍ବର ସର୍ବ ବୃହତ ଆଞ୍ଚଳିକ ସଙ୍ଗଠନ ଭାବରେ ପରିଗଣିତ ।
Published by: Lipina Das
First published: September 6, 2021, 1:07 PM IST