ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»SCO Council Meet: ଭେଙ୍କୟା ନାଇଡୁ କହିଲେ - ଆତଙ୍କବାଦ ଆମ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ

SCO Council Meet: ଭେଙ୍କୟା ନାଇଡୁ କହିଲେ - ଆତଙ୍କବାଦ ଆମ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ

SCO Meeting: ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ (Vice President M Venkaiah Naidu) କହିଛନ୍ତି ଯେ ଆତଙ୍କବାଦର ବିପଦ ସମାପ୍ତ କରିବା ଦ୍ୱାରା ନିଜର ବାସ୍ତବିକ ଅଞ୍ଚଳ ଏହାର ପ୍ରକୃତ କ୍ଷମତା ହାସଲ କରିବାରେ ସମର୍ଥ ହେବ ।

SCO Council Meet: ଭେଙ୍କୟା ନାଇଡୁ କହିଲେ - ଆତଙ୍କବାଦ ଆମ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ
ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ସାଂଘାଇ ସହଯୋଗ ସଂଗଠନ ପରିଷଦ ମୁଖ୍ୟଙ୍କ ଏକ ଅନଲାଇନ୍ ବୈଠକରେ ସମ୍ବୋଧିତ କରିଛନ୍ତି
  • News18 Odia
  • Last Updated: November 30, 2020, 7:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ (India) ସୋମବାର ଦିନ କହିଛି ଯେ ଏହି କ୍ଷେତ୍ରର ସବୁଠୁ ବଡ ଆହ୍ୱାନ ହେଉଛି ଆତଙ୍କବାଦ (Terrorists) ଓ ଏହି ବିପଦକୁ ଦୂର କରିବା ଦ୍ୱାରା ଏହି ଅଞ୍ଚଳରେ ଏହାର ପ୍ରକୃତ ସାମର୍ଥ୍ୟକୁ ସାକାର କରିବାରେ ସାହାଯ୍ୟ କରିବ । ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ (Vice President M Venkaiah Naidu) ସାଂଘାଇ ସହଯୋଗ ସଂଗଠନ ପରିଷଦ (Shanghai Cooperation Organization) ମୁଖ୍ୟଙ୍କ ଏକ ଅନଲାଇନ୍ ବୈଠକରେ ସମ୍ବୋଧିତ କରିବାବେଳେ ବିଶେଷ ରୂପରେ ସୀମାରେ ଆତଙ୍କବାଦ (Cross Border Terrorism) ବିଷୟରେ ଉଲ୍ଲେଖ କରିଛନ୍ତି ଓ ମିଳିମିଶି ଏହି ବିପଦକୁ ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି ।

ପାକିସ୍ତାନ ବିଷୟରେ ଏକ ସ୍ପଷ୍ଟ ସନ୍ଦର୍ଭରେ ନାଇଡୁ କହିଛନ୍ତି ଯେ ଆତଙ୍କବାଦକୁ 'ରାଜ୍ୟ ନୀତି'ର ମାଧ୍ୟମ ଭାବରେ ବ୍ୟବହାର କରୁଥିବା ଦେଶ ବିଷୟରେ ଆମେ ବିଶେଷ ଚିନ୍ତିତ । ସେ କହିଛନ୍ତି, ଏହି ଅଞ୍ଚଳରେ ଆମ ସମ୍ମୁଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଚ ହେଉଛି ଆତଙ୍କବାଦ । ବିଶେଷକରି ସୀମାରେ ଆତଙ୍କବାଦ । ନାଇଡୁ କହିଛନ୍ତି ଯେ ଆତଙ୍କବାଦର ଧମକକୁ 'ସମାପ୍ତ କରିବା' ଏହି ଅଞ୍ଚଳକୁ ଏହାର ପ୍ରକୃତ କ୍ଷମତା ହାସଲ କରିବାରେ ସାହାଯ୍ୟ କରିବ ।

୨୦୧୭ ମସିହାରେ ଭାରତ SCO ରେ ପୂର୍ଣ୍ଣ ସଦସ୍ୟ ହୋଇଥିଲା
୨୦୧୭ ରେ ଭାରତ ଏହି ପ୍ରଭାବଶାଳୀ ଗୋଷ୍ଠୀର ପୂର୍ଣ୍ଣ ସଦସ୍ୟ ହୋଇଥିଲା ଓ ଏହା ପରେ ପ୍ରଥମ ଥର ପାଇଁ ଏହି ସଭାର ଆୟୋଜନ କରୁଛି । ପାକିସ୍ତାନର ଅନ୍ୟ ଏକ ସନ୍ଦର୍ଭରେ ସେ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ଏସସିଓରେ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ସୁଚିନ୍ତିତ ଭାବେ ଆଣିବା ପାଇଁ ଉଦ୍ୟମ କରାଯାଇଥିଲା ଓ ସେ ଏହାକୁ ସିଦ୍ଧାନ୍ତ ଓ ଆଦର୍ଶର ଉଲ୍ଲଂଘନ ବୋଲି କହିଛନ୍ତି ।

ସେପ୍ଟେମ୍ବର ମଧ୍ୟଭାଗରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏସସିଓ ସଦସ୍ୟ ଦେଶର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଏକ ଡିଜିଟାଲ ବୈଠକରୁ ବାହାରି ଯାଇଥିଲେ ଯେତେବେଳେ ପାକିସ୍ତାନୀ ପ୍ରତିନିଧୀ ଏକ ମାନଚିତ୍ର ଉପସ୍ଥାପନ କରିଥିଲେ ଯାହା କାଶ୍ମୀରକୁ ଭୁଲ ଭାବରେ ଚିତ୍ରଣ କରାଯାଇଥିଲା । ଏହି ସଭାର ଆଦର୍ଶକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଥିବାରୁ ଭାରତ ପାକିସ୍ତାନକୁ ସମାଲୋଚନା କରିଛି ।
Published by: Jagdish Barik
First published: November 30, 2020, 6:58 PM IST