ଆଜିଠୁ ଦେଶର ଅନେକ ରାଜ୍ୟରେ ଖୋଲିଲା ସ୍କୁଲ; କୋଭିଡ କଟକଣା ସହ ପାଠପଢ଼ିବେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ସହ ସ୍କୁଲ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଛି। ଦୀର୍ଘ ସମୟରୁ ସ୍କୁଲ ବନ୍ଦ ଥିବାରୁ ଅଭିଭାବକମାନେ ସ୍କୁଲ ଖୋଲିବାକୁ ସହମତି ପ୍ରକାଶ କରିଛନ୍ତି।

ଆଜିଠୁ ଦେଶର ଅନେକ ରାଜ୍ୟରେ ଖୋଲିଲା ସ୍କୁଲ

ଆଜିଠୁ ଦେଶର ଅନେକ ରାଜ୍ୟରେ ଖୋଲିଲା ସ୍କୁଲ

  • Share this:
News18 Odia Digital

School Reopen: ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ପ୍ରତିବନ୍ଧକ କୋହଳ କରିବା ଆରମ୍ଭ କରିଦେଇଛନ୍ତି। ସେହିପରି ଅନେକ ରାଜ୍ୟରେ ସ୍କୁଲ ଖୋଲାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି। ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶରେ ଆଜିଠୁ ସ୍କୁଲ ଖୋଲିଛି।

ଛାତ୍ରଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ସହ ସ୍କୁଲ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଛି। ଦୀର୍ଘ ସମୟରୁ ସ୍କୁଲ ବନ୍ଦ ଥିବାରୁ ଅଭିଭାବକମାନେ ସ୍କୁଲ ଖୋଲିବାକୁ ସହମତି ପ୍ରକାଶ କରିଛନ୍ତି।

ସୋମବାର ଠାରୁ ବେଙ୍ଗାଲୁରୁରେ ସ୍କୁଲ, କଲେଜ ଗୁଡ଼ିକ ଖୋଲାଯାଇଛି । ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଫଲାଇନ୍ କ୍ଲାସ୍ ଆରମ୍ଭ ହୋଇଯାଇଛି ।

ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ସ୍କୁଲ୍ ଗେଟରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲାଙ୍କ ହାତରେ ସାନିଟାଇଜ୍‌ର ଦିଆଯାଉଛି। ସାମାଜିକ ଦୂରତା ବଜାୟ ରଖି ପାଠ ପଢ଼ାଇବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନେକ ଦିନ ପରେ ସ୍କୁଲ ଯିବା ପାଇଁ ସୁଯୋଗ ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟ ଉତ୍ସହ ଦେଖିବାକୁ ମିଳୁଛି।

ଛାତ୍ରଛାତ୍ରୀମାନେ ଯେପରି ସୁସ୍ଥ ରହିବେ ସେନେଇ ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୁପକ୍ଷ ଦାୟିତ୍ୱ ନେବେ। ସାମାନ୍ୟ ଅସୁସ୍ଥ ହେଲେ ସ୍କୁଲ ଆସିବାକୁ ମନା କରାଯାଇଛି । ଅଫଲାଇନ୍ କ୍ଲାସ ସହ ଅନଲାଇନ୍‌ କ୍ଲାସ ବି ଜାରି ରହିବ। ଯେଉଁମାନେ ଅନଲାଇନ୍‌ କ୍ଲାସ କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ। କିଛି ରାଜ୍ୟରେ ସ୍କୁଲ ଆସିବା ସହ ଅଭିଭାବକଙ୍କ ଅନୁମତି ପତ୍ର ନେଇ ଆସିବା ପାଇଁ କୁହାଯାଇଛି।
Published by:Lipina Das
First published: