Srilanka Crisis: ଇନ୍ଧନ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ସପ୍ତାହେ ବନ୍ଦ ରହିବ ସ୍କୁଲ

ଇନ୍ଧନ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରାଳୟ ଜୁଲାଇ ୪ ତାରିଖରୁ ସମସ୍ତ ସରକାରୀ ଓ ସରକାରୀ ଅନୁମୋଦିତ ଘରୋଇ ସ୍କୁଲଗୁଡ଼ିକ ପାଇଁ ୧ ସପ୍ତାହ ଛୁଟି ଘୋଷଣା କରିଛି।

ସପ୍ତାହେ ବନ୍ଦ ହେବ ସ୍କୁଲ (ପ୍ରତୀକାତ୍ମକ ଛବି)

ସପ୍ତାହେ ବନ୍ଦ ହେବ ସ୍କୁଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଇନ୍ଧନ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରାଳୟ ଜୁଲାଇ ୪ ତାରିଖରୁ ସମସ୍ତ ସରକାରୀ ଓ ସରକାରୀ ଅନୁମୋଦିତ ଘରୋଇ ସ୍କୁଲଗୁଡ଼ିକ ପାଇଁ ୧ ସପ୍ତାହ ଛୁଟି ଘୋଷଣା କରିଛି।

ପୂର୍ବରୁ ଜୁନ୍‌ ୧୮ ତାରିଖରେ ମଧ୍ୟ ଶ୍ରୀଲଙ୍କା ସରକାର ଏକ ସପ୍ତାହ ନିମନ୍ତେ ସ୍କୁଲ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ।

‘ଡେଲି ମେଲ୍‌’ ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ବିଜୁଳି କାଟ ଯୋଗୁଁ କଲମ୍ବୋ ନଗରୀ ଅନ୍ତର୍ଗତ ତଥା ଅନ୍ୟାନ୍ୟ ପ୍ରଦେଶରେ ଥିବା ମୁଖ୍ୟ ନଗରୀଗୁଡ଼ିକରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁମୋଦିତ ଘରୋଇ ସ୍କୁଲ ସବୁ ଆଗାମୀ ସପ୍ତାହରେ ବନ୍ଦ ରହିବ। ଛୁଟି ଯୋଗୁଁ ପଢ଼ା ହୋଇ ପାରୁ ନ ଥିବା ପାଠ୍ୟକ୍ରମ ଅନ୍ତର୍ଗତ ବିଷୟ ସବୁ ପରବର୍ତ୍ତୀ ଛୁଟି ସମୟରେ ସ୍କୁଲରେ ପଢ଼ାଯିବ।

ଅନଲାଇନ କ୍ଲାସ କରାଇବା ଲାଗି ଶ୍ରୀଲଙ୍କା ଶିକ୍ଷାମନ୍ତ୍ରାଳୟର ସଚିବ ନିହାଲ୍‌ ରଣସିଂଘେ ସ୍କୁଲମାନଙ୍କୁ କହିଛନ୍ତି। ଛାତ୍ର, ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ଯାନବାହନରେ ଯାତାୟାତ କରିବାରେ ଅସୁବିଧା ହେଉ ନ ଥିବା ଡିଭିଜ୍‌ନାଲ୍‌ସ୍ତରୀୟ ଅଞ୍ଚଳରେ ସ୍ବଳ୍ପ ସଂଖ୍ୟକ ଶିକ୍ଷାର୍ଥୀଙ୍କୁ ନେଇ ସ୍କୁଲ୍‌ରେ କ୍ଲାସ୍‌ କରାଯାଇପାରିବ।

ସପ୍ତାହକଯାକ ଅନ୍‌ଲାଇନ୍‌ ଶିକ୍ଷାଦାନରେ ସୁବିଧା ହେବା ନିମନ୍ତେ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିଜୁଳି କାଟ ହେବନାହିଁ ବୋଲି ‘ପବ୍ଲିକ୍‌ ୟୁଟିଲିଟିଜ୍‌ କମିସନ୍‌ ଅଫ୍‌ ଶ୍ରୀଲଙ୍କା’ ରାଜି ହୋଇଛି।
Published by:Soumya Das
First published: