News18 Odia Digital
Teacher killed student: ଉତ୍ତରପ୍ରଦେଶର ଶ୍ରାବାସ୍ତି ଜିଲ୍ଲାରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଏହି ମାମଲାଟି ପୁଣି ଥିରେ ଶିକ୍ଷକଙ୍କୁ ଅପମାନିତ କରିଛି। ଆଜ୍ଞା ହଁ, ଜଣେ ଶିକ୍ଷକ ତୃତୀୟ ଶ୍ରେଣୀର ଜଣେ ୧୩ ବର୍ଷ ନାବଳକ ଛାତ୍ରଙ୍କୁ ବାଡ଼େଇ ବାଡ଼େଇ ମାରି ଦେଇଛନ୍ତି।
ଅଭିଯୋଗ ହୋଇଛି ଯେ ବିଦ୍ୟାଳୟର ଫି ୨୫୦ ଟଙ୍କା ପାଇଁ ମୃତ୍ୟୁ ବରଣ କରିଛନ୍ତି ଛାତ୍ର। ବର୍ତ୍ତମାନ ପୋଲିସ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣା ହେତୁ ବାଳକର ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଦେଇଛି।
ବିରୋଧ ପ୍ରଦର୍ଶନ କଲା ପରିବାରଛାତ୍ରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଅଗଷ୍ଟ ୮ରେ, ସ୍କୁଲ ଯାଇଥିବା ଛାତ୍ର ଫି ପ୍ରଦାନ ନକରିବାରୁ ସ୍କୁଲ ଶିକ୍ଷକ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। ଯାହା ପରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କୁ ଚିକିତ୍ସା ପାଇଁ ବହରାଇଚକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ଗତକାଲି ବିଳମ୍ବିତ ରାତିରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।
ଛାତ୍ରଙ୍କ ମୃତ୍ୟୁ ପରେ ଉତ୍ତେଜିତ ସମ୍ପର୍କୀୟଙ୍କ ସମେତ ସ୍ଥାନୀୟ ଲୋକ ଭିନଗା ସିରସିଆ ମାର୍ଗ ଅବରୋଧ କରି ବିରୋଧ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଶାନ୍ତ କରାଇଥିବା। ମୃତ ଛାତ୍ରଙ୍କ ଦାଦାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପରିବାର ସଦସ୍ୟ କହିଛନ୍ତି ଯେ ୧୩ ବର୍ଷୀୟ ବ୍ରିଜେଶଙ୍କର ଏକ ସ୍ୱପ୍ନ ଥିଲା ଯେ ସେ ଜଣେ ସରକାରୀ ଅଧିକାରୀ ହୋଇ ବଡ଼ ହୋଇ ପରିବାର ସଦସ୍ୟଙ୍କୁ ବହୁତ ଖୁସି ଦେବେ।
ଭାଇଙ୍କ ବିବୃତ୍ତିମୃତକଙ୍କ ଭାଇ କହିଛନ୍ତି ଯେ ସେ ଶ୍ରେଣୀକୁ ଆସିବା ମାତ୍ରେ ଶିକ୍ଷକ ତାଙ୍କ ଭାଇଙ୍କୁ ନିର୍ଦ୍ଦୟ ଭାବରେ ପିଟିବା ଆରମ୍ଭ କରିଥିଲେ। ସେ କହିଥିଲେ, ‘‘ମୁଁ କହିଥିଲି ଯେ ମୋର ଭାଇ ଫି ଜମା କରିଛି। ତାଙ୍କୁ ମାର ନାହିଁ କିନ୍ତୁ ପ୍ରଧାନ ଶିକ୍ଷକଙ୍କ ସହ କଥାବାର୍ତ୍ତା ନକରି ଓ ସତ୍ୟ ଜାଣିବା ବିନା ଆମ ଶିକ୍ଷକ ତାଙ୍କୁ ଏତେ ମାଡ଼ ମାରିଥିଲେ ଯେ ସେ ମରିଗଲେ।’’
CM ଯୋଗୀଙ୍କୁ ଅପିଲବର୍ତ୍ତମାନ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପର୍କୀୟମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।