ଛାତ୍ରଙ୍କ ପାଇଁ ଖୁସି ଖବର ! ରିଲାଏନ୍ସ ଫାଉଣ୍ଡେସନ୍ ଧୀରୁଭାଇ ଅମ୍ବାନିଙ୍କ ୯୦ ତମ ଜନ୍ମ ବାର୍ଷିକୀରେ ଘୋଷଣା କଲା ଛାତ୍ରବୃତ୍ତି

ଛାତ୍ରଙ୍କ ପାଇଁ ଖୁସି ଖବର ! ରିଲାଏନ୍ସ ଫାଉଣ୍ଡେସନ ବୁଧବାର ଛାତ୍ର ବୃତ୍ତି ଘୋଷଣା କରିଛି । ଚାଲୁଥିବା ଶିକ୍ଷାବର୍ଷରେ ଏହି ବୃତ୍ତି ପ୍ରଦାନ କରାଯିବ ।

ଛାତ୍ରଙ୍କ ପାଇଁ ଖୁସି ଖବର ! ରିଲାଏନ୍ସ ଫାଉଣ୍ଡେସନ୍ ଧୀରୁଭାଇ ଅମ୍ବାନିଙ୍କ ୯୦ ତମ ଜନ୍ମ ବାର୍ଷିକୀରେ ଘୋଷଣା କଲା ଛାତ୍ରବୃତ୍ତି

ଛାତ୍ରଙ୍କ ପାଇଁ ଖୁସି ଖବର ! ରିଲାଏନ୍ସ ଫାଉଣ୍ଡେସନ୍ ଧୀରୁଭାଇ ଅମ୍ବାନିଙ୍କ ୯୦ ତମ ଜନ୍ମ ବାର୍ଷିକୀରେ ଘୋଷଣା କଲା ଛାତ୍ରବୃତ୍ତି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ରିଲାଏନ୍ସ ଫାଉଣ୍ଡେସନ ବୁଧବାର ଛାତ୍ର ବୃତ୍ତି ଘୋଷଣା କରିଛି । ରିଲାଏନ୍ସ ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କ ୯୦ ତମ ଜନ୍ମ ବାର୍ଷିକୀରେ ୫ହଜାର ଲକ୍ଷ ମେରିଟ୍-କମ-ମିନସ ଯୁକ୍ତ ୩ ଛାତ୍ରବୃତ୍ତି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ୧୦୦ ମେରିଟ୍-ଆଧାରିତ ପୋଷ୍ଟ ଗ୍ରାଜୁଏଟ ଛାତ୍ରବୃତ୍ତି ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ।

ଚାଲୁଥିବା ଶିକ୍ଷାବର୍ଷରେ ଅର୍ଥାତ୍ ୨୦୨୨-୨୦୨୩ ରେ ଏହି ବୃତ୍ତି ପ୍ରଦାନ କରାଯିବ । ଏଥିପାଇଁ ଫେବୃଆରୀ ୧୪, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

“ମୋର ଶ୍ୱଶୁର ଶ୍ରୀ ଧୀରୁଭାଇ ଅମ୍ବାନି ଆମ ଯୁବବର୍ଗଙ୍କ ଶକ୍ତି ଏବଂ ସାମର୍ଥ୍ୟ ଉପରେ ବଡ଼ ବିଶ୍ୱାସୀ ଥିଲେ । ମୁକେଶ ଏବଂ ମୁଁ ଏହି ବିଶ୍ବାସ ଜାରି ରଖିଛୁ ଯେ, ସଠିକ୍ ସମର୍ଥନ ପାଇଲେ ଏହି ପିଢି ଜ୍ଞାନ, ନବସୃଜନ ଏବଂ ନେତୃତ୍ୱ ମାଧ୍ୟମରେ ଭାରତର ଅଭିବୃଦ୍ଧି କାହାଣୀର ସବୁଠାରୁ ଗୌରବମୟ ଅଧ୍ୟାୟ ଲେଖିବେ ବୋଲି କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା - ଚେୟାରମ୍ୟାନ୍ ନୀତା ଅମ୍ବାନି

ଏହି ବର୍ଷ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ୍ ସ୍କଲାରସିପ୍ ସ୍ନାତକୋତ୍ତର କଲେଜ ଶିକ୍ଷା ପାଇଁ ମେରିଟ୍-କମ-ଅର୍ଥ ମାନଦଣ୍ଡ ଉପରେ ଆଧାର କରି ୫ହଜାର ମେରିଟିଭ୍ ଛାତ୍ରଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖିଛି ଏବଂ ଯାହା ଦ୍ଵାରା ସେମାନେ ଆର୍ଥିକ ପ୍ରତିବନ୍ଧକ ବିନା ଅଧ୍ୟୟନ ଜାରି ରଖିବାକୁ ସମର୍ଥ ହୋଇପାରିବେ ।

୧୫ ଲକ୍ଷରୁ କମ୍ ପରିବାରର ଆୟ ଥିବା ଛାତ୍ରମାନେ ସ୍ନାତକୋତ୍ତର ଅଧ୍ୟୟନର ପ୍ରଥମ ବର୍ଷରେ ନିଜ ପସନ୍ଦର ଯେକୌଣସି ବିଷୟ ଷ୍ଟ୍ରିମ୍ ଅନୁସରଣ କରି ନାମ ଲେଖାଇ ପାରିବେ । ଏହି କାର୍ଯ୍ୟକ୍ରମରେ ବାଳିକା ଏବଂ ସ୍ବତନ୍ତ୍ର ଦକ୍ଷ ଛାତ୍ରଛାତ୍ରୀଙ୍କ ଆବେଦନକୁ ଉତ୍ସାହିତ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯିବ ବୋଲି କମ୍ପାନି କହିଛି।
Published by:Soubhagya Mishra
First published: