ଅବସରର ପରେ ଉତ୍ତରାଧିକାରୀଙ୍କୁ ଚାକିରି ଦେବା ଯୋଜନା ଅସାମ୍ବିଧାନିକ: ସୁପ୍ରିମକୋର୍ଟ

ଅବସର ପରେ ଉତ୍ତରାଧିରୀଙ୍କୁ ଯଦି ନିଯୁକ୍ତିକୁ ଅନୁମତି ଦିଆଯାଏ, ତେବେ ବାହାର ଲୋକ କଦାପି ନିଯୁକ୍ତ ହୋଇପାରିବେ ନାହିଁ । ଏହା ସମ୍ବିଧାନର ଧାରା ୧୪ ଓ ୧୫ କୁ ଉଲ୍ଲଂଘନ କରୁଛି ।

ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୧୪ ଓ ୧୫ କୁ ଉଲ୍ଲଂଘନ କରୁଥିବାରୁ ଅବସର ପରେ ଉତ୍ତରାଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ଜଷ୍ଟିସ୍ ଏମଆର ଶାହା ଓ ବିଭି ନାଗରତ୍ନଙ୍କ ଏକ ବେଞ୍ଚ କହିଛନ୍ତି ଯେ ଯଦି ଏପରି ନିଯୁକ୍ତିକୁ ଅନୁମତି ଦିଆଯାଏ, ତେବେ ବାହାର ଲୋକ କଦାପି ନିଯୁକ୍ତ ହୋଇପାରିବେ ନାହିଁ, ଯଦିଓ ସେମାନେ ଅଧିକ ସମ୍ମାନଜନକ କିମ୍ବା ଯୋଗ୍ୟ ଅଟନ୍ତି।

"ଅନୁକମ୍ପା ଭିତ୍ତିରେ ନିଯୁକ୍ତି ସ୍ୱୟଂଚାଳିତ ନୁହେଁ ଓ ପରିବାରର ଆର୍ଥିକ ସ୍ଥିତି, ମୃତ କର୍ମଚାରୀଙ୍କ ଉପରେ ପରିବାରର ଆର୍ଥିକ ନିର୍ଭରଶୀଳତା ଓ ପରିବାରର ଅନ୍ୟ ସଦସ୍ୟଙ୍କ ବୃତ୍ତି ସମେତ ବିଭିନ୍ନ ପାରାମିଟରର କଡା ପରୀକ୍ଷା ଆବଶ୍ୟକ ବୋଲି ବେଞ୍ଚ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅହମ୍ମଦନଗର ମ୍ୟୁନିସିପାଲିଟି କର୍ପୋରେସନକୁ କର୍ମଚାରୀଙ୍କ ଉତ୍ତରାଧିକାରୀ ନିଯୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗୁଜୁରାଟ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି

କର୍ମଚାରୀ ସଂଘ ଓ ମ୍ୟୁନିସିପାଲିଟି କର୍ପୋରେସନ୍ ମଧ୍ୟରେ ହୋଇଥିବା ଏକ ଚୁକ୍ତିନାମା ଉପରେ ଏହି ନିର୍ଦ୍ଦେଶନାମା କରାଯାଇଥିଲା ଯେଉଁଥିରେ ୟୁନିଅନର ଅନ୍ୟତମ ଦାବି ଥିଲା ଯେ କର୍ମଚାରୀଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ଅବସର ପରେ ନିଯୁକ୍ତ କରାଯିବା ଉଚିତ୍। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମ୍ୟୁନିସିପାଲିଟି କର୍ପୋରେସନ୍ ଦାଖଲ କରିଥିବା ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଅନୁକମ୍ପା ଆଧାରରେ ନିଯୁକ୍ତ ଅପବାଦ ସୁପ୍ରିମକୋର୍ଟ କହିଛନ୍ତି

ଏକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିରୀକ୍ଷଣ କରିଛନ୍ତି।  ଏହା ଉଲ୍ଲେଖ କରାଯାଇପାରେ ଯେ ଅହମ୍ମଦନଗର ମ୍ୟୁନିସିପାଲ କର୍ପୋରେସନକୁ କର୍ମଚାରୀଙ୍କ ଅବସର ପରେ ଉତ୍ତରାଧିକାରୀ ନିଯୁକ୍ତ କରିବାକୁ ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଅଦାଲତ କହିଛନ୍ତି ଯେ ଅନୁକମ୍ପା କାରଣରୁ ନିଯୁକ୍ତି ସର୍ବଦା ସାଧାରଣ ନିଯୁକ୍ତିର ବ୍ୟତିକ୍ରମ ହେବ।
Published by:Soumya Das
First published: