ଚାପ, ପ୍ରତାରଣା କିମ୍ବା ଲୋଭ ଯୋଗୁଁ ଧର୍ମ ପରିବର୍ତ୍ତନ କରାଇବା ଏକ ଗୁରୁତର ପ୍ରସଙ୍ଗ: SC

SC On Religion Conversion Case: ପ୍ରତାରଣା କିମ୍ବା ଲୋଭ ଦ୍ୱାରା ଧର୍ମକୁ ପରିବର୍ତ୍ତନ କରିବା ଭୁଲ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନଭେମ୍ବର ୨୨ ସୁଦ୍ଧା ଉତ୍ତର ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: ଚାପ, ପ୍ରତାରଣା କିମ୍ବା ଲୋଭ ଯୋଗୁଁ ଧର୍ମ ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଏକ ଗୁରୁତର ବିଷୟ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ ଏହା କେବଳ ଧାର୍ମିକ ସ୍ୱାଧୀନତାର ଅଧିକାର ବିରୁଦ୍ଧରେ ନୁହେଁ ବରଂ ଦେଶର ସୁରକ୍ଷା ପ୍ରତି ବିପଦ।
ବେଆଇନ ଧର୍ମ ପରିବର୍ତ୍ତନ ବିରୋଧରେ ଆଇନର ଦାବି ଉପରେ ନଭେମ୍ବର ୨୨ ସୁଦ୍ଧା ଉତ୍ତର ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ରେ ହେବ।

ସେପ୍ଟେମ୍ବର ୨୩ରେ ସୁପ୍ରିମକୋର୍ଟର ଜଷ୍ଟିସ ଏମ.ଆର. ଶାହଙ୍କ ନେତୃତ୍ୱରେ ଏକ ବେଞ୍ଚ ଭୁଲ ଧର୍ମ ପରିବର୍ତ୍ତନ ବିରୋଧରେ କଠୋର ଆଇନ ଦାବି ଉପରେ ନୋଟିସ ଜାରି କରିଥିଲା। ଯେଉଁମାନେ ଚାପ, ଲୋଭ କିମ୍ବା ପ୍ରତାରଣା ଦ୍ୱାରା ଧର୍ମ ଗ୍ରହଣ କରନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ।

ତାଙ୍କ ଆବେଦନରେ ସେ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଲାଭଣ୍ୟାଙ୍କ ମାମଲାରେ ସମେତ ଅନ୍ୟାନ୍ୟ ଘଟଣାକୁ ଉଲ୍ଲେଖ କରିଛନ୍ତି।

ଲାଭଣ୍ୟା ମାମଲା କ’ଣ?

ତାମିଲନାଡୁର ତଞ୍ଜାବୁରର ୧୭ ବର୍ଷୀୟା ଛାତ୍ରୀ ଲାଭଣ୍ୟା ଚଳିତ ବର୍ଷ ଜାନୁଆରୀ ୧୯ରେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିଲେ। ଏହା ପୂର୍ବରୁ ସେ ଏକ ଭିଡିଓ ତିଆରି କରିଥିଲେ। ସେହି ଭିଡିଓରେ ସେ କହିଥିଲେ ଯେ ତାଙ୍କ ସ୍କୁଲ 'ସେକ୍ରେଡ ହାର୍ଟ ସେକେଣ୍ଡାରୀ' ତାଙ୍କୁ ଖ୍ରୀଷ୍ଟିଆନ ହେବାକୁ ଚାପ ପକାଉଛି। ଏଥିପାଇଁ ନିରନ୍ତର ହଇରାଣ ହରକତ ହୋଇ ସେ ନିଜ ଜୀବନ ତ୍ୟାଗ କରୁଛନ୍ତି। ମାଦ୍ରାସ ହାଇକୋର୍ଟ ଘଟଣାର ତଦନ୍ତ ସିବିଆଇକୁ ଦେଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରିଥିଲେ।

ବେଆଇନ ଧର୍ମ ପରିବର୍ତ୍ତନ ଉପରେ ବିଜ୍ଞପ୍ତି

ଗତ ଶୁଣାଣିରେ ଆବେଦନକାରୀ ବିଚାରପତିମାନଙ୍କୁ କହିଥିଲେ ଯେ ସିବିଆଇ ଲାଭଣ୍ୟାଙ୍କ ମାମଲାର ତଦନ୍ତ କରୁଛି, ତେଣୁ ବର୍ତ୍ତମାନ ସେହି ଦାବି ଶୁଣିବାର କୌଣସି ଆବଶ୍ୟକତା ନାହିଁ। ଏଭଳି ଘଟଣା ପଛରେ ଲୁକ୍କାୟିତ କାରଣଗୁଡ଼ିକୁ ଦୂର କରିବା ଆବଶ୍ୟକ।
Published by:Lipina Das
First published: