ଆପଣଙ୍କୁ ବି ଆସୁଛି SBI ବନ୍ଦ ହେବା ମେସେଜ? ସାବଧାନ! ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ

Scam Alert: ଯଦି ଆପଣଙ୍କର ଆକାଉଣ୍ଟ୍ SBI କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ଅଛି ଏବଂ ଆପଣ କ୍ରମାଗତ ଭାବରେ ମେସେଜ କିମ୍ବା କଲ ପାଇଛନ୍ତି ଯେ କିଛି ଦିନ ମଧ୍ୟରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ, ତେବେ ସତର୍କ ରୁହନ୍ତୁ।

ଏସବିଆଇ ସ୍କାମ୍ ଆଲର୍ଟ

ଏସବିଆଇ ସ୍କାମ୍ ଆଲର୍ଟ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

SCAM ALERT: ବର୍ତ୍ତମାନ ସମୟରେ ହ୍ୟାକର୍ସ ବହୁ ନୂଆ ନୂଆ ଉପାୟରେ ଲୋକମାନଙ୍କ ଆକାଉଣ୍ଟ ଖାଲି କରିବା ପାଇଁ ପ୍ରୟାସ କରୁଛନ୍ତି। ସେଥିପାଇଁ ସେମାନେ ମେସେଜ ଠାରୁ ଆରମ୍ଭ କରି ବିଭିନ୍ନ ଲିଙ୍କ ଆପଣଙ୍କ ଫୋନଙ୍କୁ ପଠାନ୍ତି ଆଉ ଲୋକମାନେ ମଧ୍ୟ କିଛି ନ ବୁଝି ସେହି ଲିଙ୍କରେ କ୍ଲିକ କରି ଦିଅନ୍ତି ଆଉ ଫଳ ସ୍ୱରୂପ ତାଙ୍କର ଆକାଉଣ୍ଟରୁ ସମସ୍ତ ଟଙ୍କା ଗାଏବ ହେଇଯାଏ।

ତେବେ ଏହି ସବୁ ଠକାମୀ ରୁ ବର୍ତ୍ତିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନିଜର ବ୍ୟାଙ୍କଧାରୀଙ୍କୁ ସର୍ବଦା ସଚେତନ କରାଇ ଆସୁଛି।

ଏହା ସହିତ କୌଣସି ସ୍ପାମ ମେସେଜ କିମ୍ବା କଲ ପ୍ରାପ୍ତ ହେବା ପରେ ନିଜର ଆକାଉଣ୍ଟ ସୂଚନା ନ ବାଣ୍ଟିବା ପାଇଁ ସୂଚନା ପ୍ରଦାନ କରିଥାଏ। ନିକଟ ଅତୀତରେ, ଅନେକ ଗ୍ରାହକ ମେସେଜ ଗ୍ରହଣ କରିଛନ୍ତି ଯେ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ସେମାନଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ କରାଯାଇଛି।

ତେବେ ସରକାରୀ ଅଧିକାରୀ ଏବଂ ଫ୍ୟାକ୍ଟ-ଚେକର ପିଆଇବି ମଧ୍ୟ ଗ୍ରାହକଙ୍କୁ ଏହି “ନକଲି ମେସେଜ”ର ଶିକାର ନହେବାକୁ ଚେତାବନୀ ଦେଇଛି। SBIର ଏକ ନକଲି ମେସେଜ ଦାବି କରେ ଯେ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ଅନେକ ବ୍ୟାଙ୍କ ଆକାଉଣ୍ଟ ଧାରୀମାନଙ୍କ ଆକାଉଣ୍ଟ ସାମୟିକ ଭାବେ ବନ୍ଦ ହେଇ ଯାଇଛି। ଆପଣଙ୍କର ବ୍ୟାଙ୍କିଙ୍ଗ୍ ବିବରଣୀ ପାଇଁ ଆପଣ ଇମେଲ୍ / ମେସେଜରେ ପ୍ରତିକ୍ରିୟା ଦିଅନ୍ତୁ ନାହିଁ ବରଂ Report.phishing@sbi.co.inରେ ତୁରନ୍ତ ରିପୋର୍ଟ କରନ୍ତୁ।

ଯଦି ଆପଣ ଏଭଳି ଲିଙ୍କରେ କ୍ଲିକ କରନ୍ତି ତେବେ କଣ ହୁଏ:

ସୂଚନା ମୁତାବକ ଏଭଳି ଲିଙ୍କରେ କିଛି ମାଲୱେର୍ ବ୍ୟବହାର କରି ହ୍ୟାକର୍ସ ଆପଣଙ୍କର ବ୍ୟକ୍ତିଗତ ସୂଚନା ପ୍ରାପ୍ତ କରନ୍ତି ଯାହା ଦ୍ୱାରା ହ୍ୟାକର୍ସ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ସମସ୍ତ ସୂଚନା ହାସଲ କରିପାରନ୍ତି। ଆଉ ଯଦି ଆପଣ ଏହିପରି ଏକ ଲିଙ୍କରେ କ୍ଲିକ୍ କରନ୍ତି, ତେବେ ସ୍କାମର ଆପଣଙ୍କ ଆକାଉଣ୍ଟରେ ପ୍ରବେଶ କରିବାକୁ ପର୍ଯ୍ୟାପ୍ତ ସୂଚନା ପାଇବାରେ ସମର୍ଥ ହୁଏ।

ଆସନ୍ତୁ ଜାଣିବା ଏହି ସବୁ ସ୍କାମରୁ କିଭଳି ବର୍ତ୍ତିବା

ଷ୍ଟେଟ ବ୍ୟାଙ୍କ ହେଉ ଅବା ଅନ୍ୟ ବ୍ୟାଙ୍କର ଅଧିକାରୀମାନେ କୁହନ୍ତି ଯେ ଯଦି ଆପଣ ବ୍ୟାଙ୍କ ନାମରେ କୌଣସି ମେସେଜ କିମ୍ବା କଲ ପାଉଛନ୍ତି ଯେଉଁଥିରେ ଆପଣଙ୍କୁ ଓଟିପି କିମ୍ବା କିଛି ବ୍ୟକ୍ତିଗତ ସୂଚନା ପାଇଁ କୁହାଯାଉଛି ତେବେ ତୁରନ୍ତ report.phishing@sbi.co.in ରେ ରିପୋର୍ଟ କରନ୍ତୁ. ଆଉ କୌଣସି ସୂଚନା ଦିଅନ୍ତୁ ନାହିଁ।

ଏସବିଆଇ ଏହାର ୱେବସାଇଟରେ ଉଲ୍ଲେଖ କରିଛି ଯେ ବ୍ୟାଙ୍କ ତାଙ୍କ ଗ୍ରାହକମାନଙ୍କ ଠାରୁ ତାଙ୍କର ଖାତା ନମ୍ବର, ପାସୱାର୍ଡ କିମ୍ବା ସମ୍ବେଦନଶୀଳ ସୂଚନା ପ୍ରକାଶ କରିବାରେ ବାରଣ କରେ ଯାହା ଠକାମିରେ ବ୍ୟବହୃତ ହୋଇପାରେ।

ଏହା ସହିତ ବ୍ୟାଙ୍କ ତାଙ୍କ ଗ୍ରାହକଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛି। ଏହା ସହିତ ଆକାଉଣ୍ଟ ଅପଡେଟ୍ କରିବା, ଆକାଉଣ୍ଟ ସକ୍ରିୟ କରିବା କିମ୍ବା ଏକ ଫୋନ୍ ନମ୍ବରକୁ କଲ କରି କିମ୍ବା ୱେବସାଇଟରେ ସୂଚନା ଦାଖଲ କରିବା, ପରିଚୟ ଯାଞ୍ଚ କରିବାର ଜରୁରୀ ଆବଶ୍ୟକତା ପ୍ରକାଶ କରନ୍ତି, ତେବେ ଏହି ସବୁ କଲ ପ୍ରତି ସଚେତନ ରୁହନ୍ତୁ।

ପଢ଼ନ୍ତୁ ଏହି ଖବର:  ଏହି ଛାତ୍ରଛାତ୍ରୀଙ୍କୁ ବର୍ଷକୁ ମିଳୁଛି ୨୫ ହଜାର ଟଙ୍କାର ସ୍କଲାରସିପ୍; ଆପଣ ବି କରନ୍ତୁ ଆବେଦନ

ଏହି ମେସେଜ୍ ଗୁଡିକ ଏକ ଫିସିଙ୍ଗ୍ ସ୍କାମର ଏକ ଅଂଶ ହୋଇପାରେ ଯାହାକି ଆପଣଙ୍କର ବ୍ୟକ୍ତିଗତ ଆକାଉଣ୍ଟ୍ ସୂଚନା ପାଇବା ଏବଂ ଠକାମି ପାଇଁ ବ୍ୟବହୃତ ହେଇପାରେ। କାରଣ ବ୍ୟାଙ୍କ ଗ୍ରାହକଙ୍କ ପରିଚୟ ସଂଗ୍ରହ କରିବାକୁ କଦାପି ଇମେଲ/ଏସଏମଏସ ପଠାନ୍ତି ନାହିଁ କିମ୍ବା ଫୋନ କଲ କରନ୍ତି ନାହିଁ ବୋଲି ଏସବିଆଇ ସୂଚନା ଦେଇଛନ୍ତି।
Published by:Lipina Das
First published: