SBI ରେ ସାଲାରୀ ଆକାଉଣ୍ଟ ରଖିଥିବା ଗ୍ରାହକଙ୍କ ପାଇଁ ଜରୁରୀ ଖବର; ମିଳିବ ୫ ଟି ବଡ ସୁବିଧା

SBI salary account: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ବ୍ୟାଙ୍କ ସାଲାରୀ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ହୋମ ଲୋନ, କାର ଲୋନ, ଏଜୁକେସନ ଲୋନ ଓ ପର୍ସଲାନ ଲୋନ ଉପରେ ରିହାତି ପ୍ରଦାନ କରିଥାଏ । ଏହା ବ୍ୟତୀତ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଏ ।

SBI ରେ ସାଲାରୀ ଆକାଉଣ୍ଟ ରଖିଥିବା ଗ୍ରାହକଙ୍କ ପାଇଁ ଜରୁରୀ ଖବର; ମିଳିବ ୫ ଟି ବଡ ସୁବିଧା
SBI ରେ ସାଲାରୀ ଆକାଉଣ୍ଟ ରଖିଥିବା ଗ୍ରାହକଙ୍କ ପାଇଁ ଜରୁରୀ ଖବର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State bank of India) ଦ୍ୱାରା ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି । ଯଦି ଆପଣ ଏହି ସରକାରୀ ବ୍ୟାଙ୍କରେ ଆପଣଙ୍କର ସାଲାରୀ ଆକାଉଣ୍ଟ (Salary Account) ଖୋଲିଛନ୍ତି । ତେବେ ଏହା ଆପଣଙ୍କ ପାଇଁ ଏକ ଜରୁରୀ ଖବର । ସେହି ଗ୍ରାହକଙ୍କୁ କିଛି ବିଶେଷ ସୁବିଧା ଦିଆଯାଏ ଯେଉଁମାନେ ବ୍ୟାଙ୍କ ତରଫରୁ ସାଲାରୀ ଆକାଉଣ୍ଟ ଖୋଲିଥାନ୍ତି । ଏଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣନ୍ତୁ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ବ୍ୟାଙ୍କ ସାଲାରୀ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ହୋମ ଲୋନ, କାର ଲୋନ, ଏଜୁକେସନ ଲୋନ ଓ ପର୍ସଲାନ ଲୋନ ଉପରେ ରିହାତି ପ୍ରଦାନ କରିଥାଏ । ଏହା ବ୍ୟତୀତ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଏ ।

୧. ଆକ୍ସିଡେଣ୍ଟାଲ ଡେଥ୍ କଭର (Accidental death cover) - ଷ୍ଟେଟ ବ୍ୟାଙ୍କ ସହିତ ସାଲାରୀ ଆକାଉଣ୍ଟ ଖୋଲିଥିବା ଗ୍ରାହକଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ ଡେଥ୍ କଭର ଉପଲବ୍ଧ ରହିଛି । ଏହି ସୁବିଧା ଅଧୀନରେ ଯଦି କୌଣସି ଗ୍ରାହକ ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

2. ଏୟାର ଆକ୍ସିଡେଣ୍ଟାଲ ଡେଥ୍ କଭର (Air accidental death cover) - ଏସବିଆଇ ୱେବସାଇଟ୍ ଅନୁଯାୟୀ, ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ଏସବିଆଇ ସାଲାରୀ ଆକାଉଣ୍ଟଧାରୀଙ୍କୁ ଏୟାର ଆକ୍ସିଡେଣ୍ଟାଲ ଇନସୁରାନ୍ସ (ମୃତ୍ୟୁ) କଭର ଅନ୍ତର୍ଗତ ୩୦ ଲକ୍ଷ ଟଙ୍କା ବୀମା ମିଳିଥାଏ ।

୩. ଲୋନ ପ୍ରୋସେସିଂ ଫିରେ ୫୦% ରିହାତି (50% rebate in loan processing fee) - ଏହା ବ୍ୟତୀତ ଆକାଉଣ୍ଟଧାରୀମାନେ ଲୋନ ପ୍ରୋସେସିଂ ଫିରେ ୫୦ % ପର୍ଯ୍ୟନ୍ତ ରିହାତି ପାଇବେ । ପର୍ସଲାନ ଲୋନ, ହୋମ ଲୋନ, କାର ଲୋନ ଇତ୍ୟାଦି ଯେକୌଣସି ଲୋନର ପ୍ରୋସେସିଂ ଫିରେ ଆକାଉଣ୍ଟଧାରୀ ରିହାତି ପାଇପାରିବେ ।

୪. ଓଭରଡ୍ରାଫ୍ଟ ସୁବିଧା (Overdraft facility) - ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପାଇଁ ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ଉପଲବ୍ଧ । ଏହି ସୁବିଧାରେ ଗ୍ରାହକମାନେ ୨ ମାସ ପୂର୍ବରୁ ଦରମା ପାଇଥାନ୍ତି ।

୫. ଲକର ଚାର୍ଜରେ ରିହାତି (Rebate in locker charges) - ଏହା ବ୍ୟତୀତ ସାଲାରୀ ଆକାଉଣ୍ଟ୍ ଧରିଥିବା ଗ୍ରାହକମାନେ ମଧ୍ୟ ଲକର ଚାର୍ଜରେ ରିହାତି ସୁବିଧା ପାଇଥାନ୍ତି । ଗ୍ରାହକ ଏଥିରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇଥା’ନ୍ତି ।

ଏହା ବ୍ୟତୀତ ଗ୍ରାହକମାନେ SMS ଆଲର୍ଟ, ମାଗଣା ଅନ୍ଲାଇନ୍ NEFT / RTGS, ଯେକୌଣସି ବ୍ୟାଙ୍କର ଏଟିଏମରେ ମାଗଣା ଅସୀମିତ କାରବାର, ମଲ୍ଟି ସିଟି ଚେକ୍ ଭଳି ଅନେକ ସୁବିଧା ମଧ୍ୟ ପାଇଥା’ନ୍ତି ।
Published by: Jagdish Barik
First published: May 11, 2021, 11:49 AM IST