News18 Odia Digital
ସାରା ଦେଶରେ ଚାଲିଥିବା ଉତ୍ସବର ସିଜିନ ମଧ୍ୟରେ ଏସବିଆଇ (SBI) ନିଜ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି । ଏହି ଅଫରରେ ବ୍ୟାଙ୍କ ଗ୍ରାହକଙ୍କୁ ଶସ୍ତା ଗୋଲ୍ଡ ଲୋନ, କାର ଓ ପର୍ସନାଲ ଲୋନ ଅଫର କରୁଛି । ହା ବ୍ୟତୀତ ବ୍ୟାଙ୍କ ଏହି ସମସ୍ତ ଲୋନ ଉପରେ ପ୍ରୋସେସିଙ୍ଗ ଫିସ ହ୍ରାସ କରିଛି । SBI ର YONO ଆପ୍ ମାଧ୍ୟମରେ ଯେଉଁ ଗ୍ରାହକ ଲୋନ ନିଅନ୍ତି ସେମାନଙ୍କୁ ପ୍ରୋସେସିଙ୍ଗ ଫିସ ଦେବାକୁ ପଡିବ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟୁଇଟ୍ କରି ଏହି ଅଫର ବିଷୟରେ ସୂଚନା ଦେଇଛି ।
SBI ଟ୍ୱିଟ୍ କରି ଦେଲା ସୂଚନା ଏସବିଆଇ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଏହି ଅଫର ବିଷୟରେ ସୂଚନା ଦେଇଛି । ବ୍ୟାଙ୍କ ଟ୍ୱିଟରେ ଲେଖିଛି ଯେ ଏହି ଉତ୍ସବର ସିଜିନରେ ଗୋଲ୍ଡ, କାର ଓ ପର୍ସନାଲ ଲୋନ ଉପରେ ବିଶେଷ ଅଫର ମିଳୁଛି । ଗ୍ରାହକମାନେ ଏହି ଲୋନ ପାଇଁ YONO ଆପ୍ ମାଧ୍ୟମରେ ଆବେଦନ କରିପାରିବେ ।
ଲୋନର ସୁଧ ହାର ଯାଞ୍ଚ କରନ୍ତୁଏସବିଆଇ ଗୋଲ୍ଡ ଲୋନ (SBI Gold Loan) ନେଉଥିବା ଗ୍ରାହକକୁ 7.5 ସର୍ବନିମ୍ନ ସୁଧ ହାରରେ ଲୋନ ପ୍ରଦାନ କରିବାକୁ ଅଫର କରିଛି । ଏଥିରେ ଗ୍ରାହକମାନେ 36 ମାସ ପାଇଁ ଗୋଲ୍ଡ ଲୋନ ପରିଶୋଧର ସୁବିଧା ପାଇବେ । ସାମ୍ପ୍ରତିକ ସଙ୍କଟରେ ଗ୍ରାହକଙ୍କ ପାଇଁ ସୁଲଭ ଋଣର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏସବିଆଇ 9.6 ପ୍ରତିଶତ ହାରରେ ପର୍ସନାଲ ଲୋନ ଅଫର କରିଛି । ଏହା ବ୍ୟତୀତ କାର ଲୋନ ପାଇଁ ସୁଧ ହାର 7.5 ପ୍ରତିଶତ ଅଟେ ।
ବ୍ୟାଙ୍କ ଅନୁମୋଦିତ ପୂର୍ବରୁ ଋଣସୁବିଧା ପ୍ରଦାନ କରୁଛିଏହା ବ୍ୟତୀତ ବ୍ୟାଙ୍କ ଗ୍ରାହକଙ୍କୁ ପୂର୍ବରୁ ଅନୁମୋଦିତ କାଗଜହୀନ ପର୍ସନାଲ ଲୋନ ପ୍ରଦାନ କରୁଛି । ଡିଜିଟାଲ ବ୍ୟାଙ୍କିଙ୍ଗର ବଢୁଥିବା ଉପଯୋଗିତାକୁ ବିଚାର କରି ଏସବିଆଇ ଏହାର YONO ଆପ୍ ବ୍ୟବହାରକାରୀଙ୍କ ପାଇଁ କାର ଓ ଗୋଲ୍ଡ ଲୋନ ପାଇଁ ପୂର୍ବ ଅନୁମୋଦିତ କାଗଜହୀନ ଲୋନ ପାଇଁ ବ୍ୟବସ୍ଥା କରିଛି ।
ଏପରି ଯାଞ୍ଚ କରନ୍ତୁ ଆପଣଙ୍କର ଯୋଗ୍ୟତାSBI ଗ୍ରାହକମାନେ କେବଳ 4ଟି କ୍ଲିକରେ YONO ଆପରେ ଅନୁମୋଦିତ କାଗଜହୀନ ପର୍ସନାଲ ଲୋନ ପାଇପାରିବେ । ଏହି ଲୋନ ଯୋଗ୍ୟତା ପାଇଁ ଆପଣ ସ୍ମାର୍ଟଫୋନରୁ PAPL ପରେ ସ୍ପେସ୍ ଦେବେ ଓ SBI ଆକାଉଣ୍ଟ ନମ୍ବର ଶେଷ 4 ଅଙ୍କ ଲେଖି ଏହାକୁ 567676 କୁ SMS କରନ୍ତୁ । ଏହା ମାଧ୍ୟମରେ ଆପଣ ଆପଣଙ୍କର ଯୋଗ୍ୟତା ଯାଞ୍ଚ କରିପାରିବେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।