News18 Odia Digital
ନୂଆ ଦିଲ୍ଲୀ: ବର୍ତ୍ତମାନ କୃଷକମାନଙ୍କ ପାଇଁ ଋଣ ପାଇବା ସହଜ ହେବ । ବାସ୍ତବରେ ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦେଶର କୃଷକମାନଙ୍କୁ ଋଣ ଯୋଗାଇବା ପାଇଁ ଆଦାନୀ କ୍ୟାପିଟାଲ ସହିତ ହାତ ମିଳାଇଛି। ନିକଟରେ ଟ୍ରାକ୍ଟର ଓ କୃଷି ଯନ୍ତ୍ର କିଣିବା ପାଇଁ ଚାଷୀଙ୍କୁ ଋଣ ଯୋଗାଇବା ପାଇଁ ଏସବିଆଇ ଆଦାନି ଗ୍ରୁପର ଏନବିଏଫସି ଆର୍ମ ଆଦାନୀ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ସହିତ ଏକ ଚୁକ୍ତି କରିଛି।
NBFC ସହିତ ମିଳିତ ଭାବରେ ଋଣ ଦେବବ୍ୟାଙ୍କ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି, “ଏହି ସହଭାଗିତା ସହିତ ଫସଲର ଉତ୍ପାଦନ ବୃଦ୍ଧି ପାଇଁ କୃଷି ଯନ୍ତ୍ର କିଣିବାକୁ ଚାହୁଁଥିବା କୃଷକମାନଙ୍କୁ ଏସବିଆଇ ଋଣ ପ୍ରଦାନ କରିବାରେ ସକ୍ଷମ ହେବ। ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଫାର୍ମ ମେସିନ୍, ଗୋଡାଉନ୍, କୃଷକ ଉତ୍ପାଦକ ସଙ୍ଗଠନରେ (FPO) ଆର୍ଥିକ ସହାୟତା କରିବାକୁ ଅନେକ NBFC ସହିତ ସହଯୋଗ କରି ଏସବିଆଇ ଋଣ ପ୍ରଦାନ ପ୍ରକ୍ରିୟାକୁ ବଢ଼ାଇବାକୁ ଚେଷ୍ଟା କରୁଛି ।’’
ସହଭାଗୀତାର ଲାଭ କ’ଣ ହେବ?ଏସବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, “କୋ-ଲେଣ୍ଡିଙ୍ଗ କାର୍ଯ୍ୟକ୍ରମ ଅଧୀନରେ ଆଦାନୀ କ୍ୟାପିଟାଲ ସହିତ ହାତ ମିଳାଇ ଆମେ ଆନନ୍ଦିତ। ଏହି ସହଭାଗୀତା SBIର ଗ୍ରାହକଙ୍କ ସଂଖ୍ୟାକୁ ବିସ୍ତାର କରିବ । ଏହା ସହିତ ଏହା ଦେଶର କୃଷି କ୍ଷେତ୍ର ସହିତ ସଂଯୋଗ କରିବାରେ ସାହାଯ୍ୟ କରିବ ଓ ଭାରତର କୃଷି ଅର୍ଥନୀତିର ବିକାଶରେ ସହାୟକ ହେବ । ଅଧିକନ୍ତୁ, ଦୁର୍ଗମ ଅଞ୍ଚଳରେ ସର୍ବାଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଓ ଶେଷ ମାଇଲ୍ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ଆମେ ଅଧିକ NBFC ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଜାରି ରଖିବୁ ।’’
କେଉଁ କୃଷକମାନେ ଲାଭ ପାଇବେ?ଆଦାନୀ କ୍ୟାପିଟାଲର ଏମଡି ଓ ସିଇଓ ଗୌରବ ଗୁପ୍ତା କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଭାରତର ମାଇକ୍ରୋ ଏଣ୍ଟରପ୍ରାଇଜର୍ସଙ୍କୁ ସୁଲଭ ଋଣ ଯୋଗାଇବା। ଏସବିଆଇ ସହିତ ଆମର ସହଭାଗୀତା ହେଉଛି ଭାରତୀୟ କୃଷକମାନଙ୍କୁ ଏହି ସୁବିଧା ଯୋଗାଇବା ଯେଉଁମାନେ ବ୍ୟାଙ୍କର ସେବା ପାଇନାହାଁନ୍ତି। ଏହି ସହଭାଗୀତା ମାଧ୍ୟମରେ ଆମେ କୃଷି ଯାନ୍ତ୍ରିକରଣରେ ସହଯୋଗ କରିବା ଓ କୃଷି କ୍ଷେତ୍ରର ଉତ୍ପାଦକତା ଓ ଆୟରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ରଖିଛୁ।”
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।