News18 Odia Digital
ନୂଆ ଦିଲ୍ଲୀ: ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଦେଶର ବୃହତ୍ତମ ବ୍ୟାଙ୍କ ଏକ ସ୍ୱତନ୍ତ୍ର ଅଫର ଆଣିଛି । ଫେଷ୍ଟିଭ ସିଜିନରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଗ୍ରାହକମାନଙ୍କୁ ଆକର୍ଷଣୀୟ ଡିଲ୍ ଓ ଅଫର୍ ଦେଉଛି । ଗୃହ ଋଣ ହାରରେ ୦.୨୫ ପ୍ରତିଶତ ରିହାତି ଦେବା ସହିତ ଏସବିଆଇ ପ୍ରକ୍ରିୟାକରଣ ଶୁଳ୍କ (Home Loan Processing Fees) ନେଉନାହିଁ । ଏପରି ପରିସ୍ଥିତିରେ ଯେଉଁମାନେ ଘର କିଣିବାକୁ ଯୋଜନା କରୁଛନ୍ତି ସେମାନେ ଲାଭ ପାଇପାରିବେ । ସମ୍ପ୍ରତି ସମୟରେ ଏସବିଆଇ ୬.୯୦% ବାର୍ଷିକ ହାରରେ ଏସବିଆଇ ହୋମ ଲୋନ ଉପରେ ପ୍ରାରମ୍ଭିକ ସୁଧ ପ୍ରଦାନ କରୁଛି । ଯାହାକି ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପାଇଁ ଅଟେ ।
SBI ର ଏହି ବିଶେଷ ଅଫର>> SBI ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଉପରେ ଆପଣଙ୍କୁ ବାର୍ଷିକ ୬.୯୦ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ । ଏସବିଆଇ ଦ୍ୱାରା ଦିଆଯାଇଥିବା ଏହା ସର୍ବନିମ୍ନ ହୋମଲୋନ ସୁଧ ହାର ।
>> ଫେଷ୍ଟିଭ ସିଜିନରେ ଘରୋଇ ଋଣ ଉପରେ SBI ୦.୨୫ ପ୍ରତିଶତ ସୁଧ ହାରରେ ରିହାତି ଦେବ
>> ଏହି ଅଫର ଅନୁଯାୟୀ ଆପଣଙ୍କୁ ଏସବିଆଇରୁ ଋଣ ନେବା ଉପରେ କୌଣସି ପ୍ରୋସେସିଙ୍ଗ ଫିସ୍ ଦେବାକୁ ପଡିବ ନାହିଁ । ଏସବିଆଇ ୧୦୦ ପ୍ରତିଶତ ପ୍ରୋସେସିଙ୍ଗ ଫିସ୍ ଛାଡ଼ କରିବ ।
>> ଯଦି ଆପଣ SBI ମୋବାଇଲ୍ ଆପ୍ ଯଥା YONO ଆପ୍ ମାଧ୍ୟମରେ ହୋମ ଲୋନ ପାଇଁ ଆବେଦନ କରନ୍ତି ତେବେ ଆପଣଙ୍କୁ ଏଥିପାଇଁ ସ୍ୱତନ୍ତ୍ର ରିହାତି ଦିଆଯିବ ।
ଏସବିଆଇରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋମ ଲୋନ ଉପରେ ୬.୯୦ ପ୍ରତିଶତ ସୁଧ ହାର ଦେବାକୁ ପଡିବ । ଏଥି ସହିତ ଏହି ସୁଧ ହାର ୩୦ ଲକ୍ଷ ଟଙ୍କାରୁ ଅଧିକ ହୋମ ଲୋନ ପରିମାଣ ଉପରେ ୭ ପ୍ରତିଶତ ହେବ । ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କିଣିବାରେ ଗ୍ରାହକଙ୍କୁ ୦.୨୫% ସୁଧ ରିହାତି ମିଳିବ । ସୁଧରେ ଏହି ରିହାତି ଗ୍ରାହକଙ୍କ CIBIL ସ୍କୋର ଉପରେ ନିର୍ଭର କରିବ । ଆହୁରି ମଧ୍ୟ ଏହି ରିହାତି କେବଳ ୟୋନୋ ଆପରୁ ଆବେଦନ ଉପରେ ଉପଲବ୍ଧ ହେବ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।