କେବେ ବୁଡ଼ିବନି ଏହି ୩ଟି ବ୍ୟାଙ୍କ; ଏଥିରେ ଆପଣଙ୍କ ଆକାଉଣ୍ଟ ଅଛି କି?

ଯଦି ଏହି ୩ ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଆପଣ ନିଶ୍ଚିତରେ ରୁହନ୍ତୁ, କେବେ ବି ଆପଣଙ୍କର ଟଙ୍କା ବୁଡିବନି।

 ଏଥିରେ ଆପଣଙ୍କ ଆକାଉଣ୍ଟ ଅଛି କି?

ଏଥିରେ ଆପଣଙ୍କ ଆକାଉଣ୍ଟ ଅଛି କି?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

D-SIB Bank: କୌଣସି ଦେଶ ପାଇଁ ବ୍ୟାଙ୍କ(Bank)ଗୁଡ଼ିକ କେତେ ଗୁରୁତ୍ୱପୂର୍ଣ୍ଣ, ନିକଟ ଅତୀତରେଟି ଆମେରିକୀୟ ବ୍ୟାଙ୍କ ବୁଡ଼ିଯିବା ପରେ ଆମେ ନିଶ୍ଚିତ ଭାବେ ଜାଣି ପାରିଥିବା। ଯଦି ଆମେ ଭାରତ ବିଷୟରେ କହିବା, ତେବେ ଏପରି ୩ ଟି ବ୍ୟାଙ୍କ ଅଛି, ଯାହାର ବୁଡ଼ିଯିବାର ବିପଦ ସୀମିତ, କହିବାକୁ ଗଲେ ବୁଡିବାର ସମ୍ଭାବନା ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏହି ବ୍ୟାଙ୍କଗୁଡ଼ିକୁ ଡି-ସିବି(D-SIB) ତାଲିକାରେ ରଖିଛି। ସିଧା ଅର୍ଥରେ କହିବାକୁ ଗଲେ କେଉଁ ୩ଟି ବ୍ୟାଙ୍କ ସବୁଠାରୁ ସୁରକ୍ଷିତ ତାହା ବାବଦରେ ଆଲୋଚନା କରିବା। ଏହି ତାଲିକାର ଉପରେ ଏସବିଆଇ(SBI), ଏଚଡିଏଫସି(HDFC) ଏବଂ ଆଇସିଆଇସିଆଇ(ICICI) ବ୍ୟାଙ୍କଗୁଡ଼ିକ ଆସିଛନ୍ତି। ଏହି ବ୍ୟାଙ୍କଗୁଡିକ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ ବିବେଚନା କରାଯାଇଛି।

ଯଦି ବ୍ୟାଙ୍କ କୌଣସି ସ୍ଥିତିରେ ବୁଡ଼ିଯାଏ ତେବେ କଣ ହେବ?

ଯଦିଓ ଆମେରିକୀୟ ବ୍ୟାଙ୍କଗୁଡିକର ବୁଡ଼ିବା ଯୋଗୁଁ ଭାରତର ବ୍ୟାଙ୍କିଙ୍ଗ ସିଷ୍ଟମ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ବୁଡ଼ିଯିବା ଘଟଣା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଲୋକମାନେ ଚିନ୍ତିତ ଅଛନ୍ତି ଯଦି ସେମାନଙ୍କ ବ୍ୟାଙ୍କ କେବେ ବିଫଳ ହୁଏ ତେବେ ସେମାନଙ୍କ ଟଙ୍କା କ’ଣ ହେବ?  ଯଦି ଏହା ଘଟେ ତେବେ ସରକାର ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ଦିଅନ୍ତି।  କିନ୍ତୁ ଆପଣ ଜାଣନ୍ତି କି ଭାରତରେ ତିନୋଟି ବ୍ୟାଙ୍କ ଅଛି ଯାହା ଏତେ ବଡ ଯେ ସେମାନେ ବୁଡ଼ି ପାରିବେ ନାହିଁ । ଏହିପରି ବ୍ୟାଙ୍କଗୁଡ଼ିକୁ D-SIB କୁହାଯାଏ। ଆରବିଆଇ ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ ଏବଂ ଏଚଡିଏଫସି ବ୍ୟାଙ୍କକୁ ଡି-ସିବି ଭାବେ ବିବେଚନା କରିଛି।

D-SIB କ’ଣ?

ବୈଷୟିକ ଦୃଷ୍ଟିରୁ, ଏହାର ପୂରା ଶବ୍ଦ Domestic Systematical Imported Bank। ଏହାର ଅର୍ଥ ସେହି ବ୍ୟାଙ୍କଗୁଡିକ ଯାହା ଦେଶର ଅର୍ଥନୀତି ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସରକାର ସେମାନଙ୍କୁ ବୁଡ଼ାଇବାକୁ ଦେଇ ପାରିବେ ନାହିଁ। କାରଣ ବୁଡ଼ିଯିବା କାରଣରୁ ଦେଶର ଅର୍ଥନୀତି ବିଚଳିତ ହୋଇପାରେ।  ଯେଉଁଥିପାଇଁ ଅର୍ଥନୈତିକ ସଙ୍କଟ ଏବଂ ଆତଙ୍କ ସୃଷ୍ଟି ହୋଇପାରେ।

୨୦୦୭ ଅର୍ଥନୈତିକ ଅବନତି ପରେ ବ୍ୟାଙ୍କଗୁଡ଼ିକୁ D-SIB ଭାବରେ ଘୋଷଣା କରିବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତା’ପରେ ଅନେକ ଦେଶର ଅନେକ ବଡ ବ୍ୟାଙ୍କ ବୁଡ଼ିଗଲେ, ଯେଉଁ କାରଣରୁ ଅର୍ଥନୈତିକ ସଙ୍କଟ ପରିସ୍ଥିତି ଦୀର୍ଘ ସମୟ ଧରି ରହିଲା। ୨୦୧୫ ଠାରୁ, ଆରବିଆଇ ପ୍ରତିବର୍ଷ D-SIB ର ତାଲିକା ଆଣିଥାଏ।  କେବଳ SBI ଏବଂ ICICI ବ୍ୟାଙ୍କ ୨୦୧୫ ଏବଂ ୨୦୧୬ ରେ D-SIB ଥିଲ। 2017 ରୁ ଏହି ତାଲିକାରେ HDFC ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

ଆପଣଙ୍କ ପାଖରେ ୫ଏକରରୁ କମ ଜମି ଅଛି କି? ହୋଇଯିବ ଋଣ ଛାଡ଼

କେମିତି ବଛାଯାଏ D-SIB?

ଆରବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ସେମାନଙ୍କର କାର୍ଯ୍ୟଦକ୍ଷତା, ଗ୍ରାହକଙ୍କ ଆଧାର ଆଧାରରେ ସିଷ୍ଟମେଟିକ୍ ଗୁରୁତ୍ୱ ସ୍କୋର ଦେଇଥାଏ। ଏକ ବ୍ୟାଙ୍କକୁ D-SIB ଭାବରେ ତାଲିକାଭୁକ୍ତ କରିବାକୁ, ଏହାର ସମ୍ପତ୍ତି ଜାତୀୟ ଜିଡିପିର ୨ ପ୍ରତିଶତରୁ ଅଧିକ ହେବା ଜରୁରୀ। ବ୍ୟାଙ୍କର ଗୁରୁତ୍ୱ ଉପରେ ନିର୍ଭର କରି D-SIB ଗୁଡିକ ପାଞ୍ଚଟି ଭିନ୍ନ ବକେଟସରେ ରଖାଯାଏ। ବକେଟସ ଫାଇଭ ଅର୍ଥ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ହୋଇଥିବାବେଳେ ବକେଟସ ୧ ହେଉଛି ସର୍ବନିମ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ। ଡି-ସିବି ଥିବା ତିନୋଟି ବ୍ୟାଙ୍କ ମଧ୍ୟରେ ଏସବିଆଇ ବକେଟସ ଥ୍ରୀରେ ଥିବାବେଳେ HDFC ଏବଂ ଆଇସିଆଇସିଆଇ ବ୍ୟାଙ୍କ ବକେଟସ ୱାନରେ ଅଛି।

D-SIB ବ୍ୟାଙ୍କ ହେବାର ଅର୍ଥ କ’ଣ?

ଏହିପରି ବ୍ୟାଙ୍କଗୁଡିକ ଉପରେ ଆରବିଆଇ ତୀକ୍ଷ୍ଣ ନଜର ରଖିଥାଏ।  ଏହିପରି ବ୍ୟାଙ୍କଗୁଡିକ ବାକି ବ୍ୟାଙ୍କଗୁଡିକ ତୁଳନାରେ ଏକ ବୃହତ ପୁଞ୍ଜି ବଫର୍ ରଖନ୍ତି, ଯାହାଫଳରେ ଏକ ବଡ଼ ଜରୁରୀକାଳୀନ ପରିସ୍ଥିତି କିମ୍ବା କ୍ଷତି ହେଲେ ମଧ୍ୟ ଏହାର ମୁକାବିଲା କରାଯାଇପାରିବ। ଡି-ସିବି ସହିତ ମୁକାବିଲା କରିବାକୁ ଆରବିଆଇ ଅଲଗା ନିୟମ କରିଛି। କ୍ୟାପିଟାଲ୍ ବଫର୍ ସହିତ ଏହିପରି ବ୍ୟାଙ୍କଗୁଡିକ କମନ୍ ଇକ୍ୱିଟି ଟାୟାର୍ 1 (CET1) ପୁଞ୍ଜି ନାମକ ଏକ ଅତିରିକ୍ତ ପାଣ୍ଠି ମଧ୍ୟ ବଜାୟ ରଖିବାକୁ ପଡିବ। ସର୍ବଶେଷ ଆରବିଆଇ ଗାଇଡଲାଇନ ଅନୁଯାୟୀ, SBI ଏହାର ରିସ୍କ ବେଟେଟ ସମ୍ପତ୍ତି (RWA) ର 0.60 ପ୍ରତିଶତ CET1 ପୁଞ୍ଜି ଭାବରେ ରଖିବା ଆବଶ୍ୟକ କରୁଥିବାବେଳେ ICICI ଏବଂ HDFC ବ୍ୟାଙ୍କଗୁଡିକ 0.20 ପ୍ରତିଶତ ଅତିରିକ୍ତ CET1 ପୁଞ୍ଜି ରଖିବା ଆବଶ୍ୟକ। ଏହାର ଅର୍ଥ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ ବକେଟରେ ଥିବା ବ୍ୟାଙ୍କକୁ ଅଧିକ ଅତିରିକ୍ତ CET1 ପୁଞ୍ଜି ରଖିବାକୁ ପଡିବ।

ଆରପିଏଫ କେମିତି ଜାଣେ, ଟ୍ରେନର କେଉଁ ବଗିରେ କିଏ ଟାଣିଛି ଚେନ?


ଯଦି ଏକ ବ୍ୟାଙ୍କ D-SIB, ତେବେ ଆରବିଆଇ ଏହାର କଠୋର ନିୟମାବଳୀ ସହିତ ନିଶ୍ଚିତ କରେ ଯେ ସେହି ବ୍ୟାଙ୍କ ସବୁଠାରୁ କଠିନ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି। ତେଣୁ ଯଦି ଆପଣଙ୍କର ଆକାଉଣ୍ଟ ଏପରି ବ୍ୟାଙ୍କରେ ଅଛି, ତେବେ ଆପଣ ଏକ ଦୀର୍ଘ ନିଶ୍ୱାସ ଛାଡି ପାରିବେ ଯେ ଆପଣଙ୍କର ଟଙ୍କା ବୁଡ଼ିବ ନାହିଁ।
Published by:Soumya Das
First published: