ବଢ଼ିଲା MCLR (ପ୍ରତିକାତ୍ମକ ଛବି)
News18 Odia Digital
ଯଦି ଆପଣ ଜଣେ ଏସବିଆଇ ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ।ବ୍ୟାଙ୍କ ଗ୍ରାହକଙ୍କୁ ଝଟକା ଦେଇ ମାର୍ଜିନାଲ କୋଷ୍ଟ ଅଫ୍ ଲୋଡିଙ୍ଗ ରେଟରେ ୧୦ ଆଧାର ପଏଣ୍ଟ ବୃଦ୍ଧି କରିଦେଇଛି। ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଏହି ପରିବର୍ତ୍ତନ ଏପ୍ରିଲ୍ ୧୫ରୁ କାର୍ଯ୍ୟକାରୀ ହୋଇଛି।
ଋଣର EMI ବୃଦ୍ଧି ପାଇବ
MCLR ବୃଦ୍ଧି ସହିତ ଘର ଋଣ, ବ୍ୟକ୍ତିଗତ ଋଣ ଏବଂ ଅଟୋ ଋଣ ମହଙ୍ଗା ହେବ। ଏହା ଆପଣଙ୍କ EMI ଉପରେ ସିଧାସଳଖ ପ୍ରଭାବ ପକାଇବ ଏସବିଆଇର ୱେବସାଇଟ୍ ଅନୁଯାୟୀ, ରାତାରାତିରୁ ତିନିମାସ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ MCLR ୬.୬୫% ପରିବର୍ତ୍ତେ ୬.୭୫% ହେବ।
ଏହା ବ୍ୟତୀତ, ୬ ମାସ ପାଇଁ ୬.୯୫ ପ୍ରତିଶତ ପରିବର୍ତ୍ତେ, MCLR ୭.୦୫ ପ୍ରତିଶତ ହେବ। ଏକାସାଙ୍ଗରେ, ଗୋଟିଏ ବର୍ଷ ପାଇଁ ୭.୧୦% MCLR, ଦୁଇ ବର୍ଷ ପାଇଁ ୭.୩୦% ଏବଂ ତିନି ବର୍ଷ ପାଇଁ ୭.୪୦% ହେବ।
MCLR କ’ଣ?
୨୦୧୬ ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା MCLR ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଯେକୌଣସି ଆର୍ଥିକ ପ୍ରତିଷ୍ଠାନ ପାଇଁ ଏହା ଏକ ଆଭ୍ୟନ୍ତରୀଣ ମାନଦଣ୍ଡ ଅଟେ। MCLR ପ୍ରକ୍ରିୟାରେ, ଋଣ ପାଇଁ ସର୍ବନିମ୍ନ ସୁଧ ହାର ସ୍ଥିର ହୋଇଛି।
Published by:Soumya Das
First published: