SBIରେ ଖାତା ଅଛି କି? ଆପଣଙ୍କୁ ବି ମିଳିବ ଏହି ଫାଇଦା

ଅର୍ଥମନ୍ତ୍ରୀଙ୍କ ତାଗିଦ ପରେ ନୂଆ ସେବା ଆରମ୍ଭ କରିବ ଏସବିଆଇ। ଏଣିକି କଷ୍ଟମରଙ୍କୁ ହେବାକୁ ପଡ଼ିବନି ହଇରାଣ ।

ଗ୍ରାହକଙ୍କୁ ମିଳିବ ନୂଆ ସେବା

ଗ୍ରାହକଙ୍କୁ ମିଳିବ ନୂଆ ସେବା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

SBI Latest News: ଯଦି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ରେ ଆପଣଙ୍କର ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ। ପେନସନଧାରୀ ଓ ବରିଷ୍ଠ ନାଗରିକଙ୍କୁ ଶୀଘ୍ର ଏସବିଆଇ ଦ୍ୱାରା ଏକ ନୂତନ ସୁବିଧା ପ୍ରଦାନ କରାଯିବ। ଆପଣଙ୍କ ଘରର ବୃଦ୍ଧ ଲୋକମାନେ ମଧ୍ୟ ଏହି ସୁବିଧା ସୁଯୋଗ ନେଇପାରିବେ। ବ୍ୟାଙ୍କର ନୂଆ ଯୋଜନା ଅନୁଯାୟୀ ଗ୍ରାହକ ବ୍ୟାଙ୍କ କାର୍ଯ୍ୟନିର୍ବାହୀ କିମ୍ବା ଗ୍ରାହକ କେୟାର ସେଣ୍ଟର(Customer Care Center)ରେ ଆଖି ସ୍କାନରୁ ଚିହ୍ନଟ କରାଯିବ। ପରିଚୟ ସୁବିଧା ପାଇଁ ବ୍ଯାଙ୍କ 'ଆଇରିସ ସ୍କାନର୍' (IRIS Scanner)ଯୋଗାଇବାକୁ ମଧ୍ଯ ବିଚାର କରୁଛି।

ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିକଟରେ 'ଆଇରିସ ସ୍କାନର୍'ର ସୁବିଧା ସହିତ ବରିଷ୍ଠ ନାଗରିକଙ୍କୁ ଶାଖାକୁ ଯିବା ଆବଶ୍ଯକ ନାହିଁ। ଏହି ସୁବିଧା ପରେ ସେମାନେ କେବଳ ସେମାନଙ୍କର ନିକଟତମ 'ବ୍ୟାଙ୍କ ମିତ୍ର' କେନ୍ଦ୍ରରୁ ପେନସନ୍ ଉଠାଇବାକୁ ସକ୍ଷମ ହେବେ। ଏସବିଆଇ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏହାର 'ବ୍ୟାଙ୍କ ମିତ୍ର' ଅପରେଟରମାନଙ୍କ ସହ 'ଆଇରିସ୍ ସ୍କାନର୍' ସ୍ଥାପନ କରିବାର ବିକଳ୍ପ ଉପରେ ଆଲୋଚନା କରୁଛି। ଏହା ବରିଷ୍ଠ ନାଗରିକ ଆକାଉଣ୍ଟଧାରୀ ଓ ପେନସନଧାରୀଙ୍କ ଟେନ୍ସନକୁ କମ କରିବ।

Gas Cylinder Offer: ୧୫୫ ଟଙ୍କାରେ ପାଇବେ ଗ୍ୟାସ ସିଲିଣ୍ଡର; ଏମିତି କରନ୍ତୁ ବୁକିଂ


'ଆଇରିସ ସ୍କାନର୍' ସାହାଯ୍ୟରେ ଯେକୌଣସି ବ୍ୟକ୍ତିର ଆଖି ମାଧ୍ୟମରେ ପରିଚୟ ମିଳିପାରିବ। ଆଜିକାଲି, ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତି ରେକର୍ଡ କରିବା ପାଇଁ ସମାନ ସୁବିଧା ବ୍ୟବହୃତ ହେଉଛି। ନିକଟରେ ନବରଙ୍ଗପୁର ଜିଲ୍ଲାର ଜଣେ ବୃଦ୍ଧ ମହିଳା ପେନ୍‌ସନ୍‌ ନେବାକୁ ବ୍ୟାଙ୍କ ମିତ୍ରଙ୍କ ନିକଟକୁ ଯାଇଥିଲେ। ତାଙ୍କର ଫିଙ୍ଗର ପ୍ରିଣ୍ଟ ଠିକରେ ନହୋଇନଥିବାରୁ ତାଙ୍କୁ ବହୁତ ଅସୁବିଧା ହୋଇଥିଲା। ବ୍ୟାଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଆଇରିସ୍ ସ୍କାନର୍ ସ୍ଥାପନ କରିବାର ସମ୍ଭାବନା ବାବଦରେ ଆଲୋଚନା କରାଯାଉଛି।
Published by:Soumya Das
First published: