ଏସବିଆଇର କୋଟିକୋଟି ଗ୍ରାହକଙ୍କୁ ଝଟକା: ଫିକ୍ସଡ ଡିପୋଜିଟ୍ ପରେ ଆରଡି ଉପରେ କମିଲା ସୁଧ ହାର, ଜାଣନ୍ତୁ କେମିତି ଚେକ୍ କରିବେ

ଷ୍ଟେଟ ବ୍ୟାଙ୍କ ଗୋଟିଏ ସପ୍ତାହରେ ଫିକ୍ସଡ ଡିପୋଜିଟ୍ ପରେ ଆରଡି(ରିକୋରିଙ୍ଗ ଡିପୋଜିଟ୍)ଉପରୁ ସୁଧହାର କମାଇବା ପାଇଁ ଫଇସଲା କରିଛି । ଏସବିଆଇ ଆରଡି ଖାତାଧାରୀଙ୍କୁ ଏବେ ୦.୧୫ ପ୍ରତିଶତ କମ୍ ସୁଧ ମିଳିବ ।

ଏସବିଆଇର କୋଟିକୋଟି ଗ୍ରାହକଙ୍କୁ ଝଟକା: ଫିକ୍ସଡ ଡିପୋଜିଟ୍ ପରେ ଆରଡି ଉପରେ କମିଲା ସୁଧ ହାର, ଜାଣନ୍ତୁ କେମିତି ଚେକ୍ କରିବେ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 18, 2020, 12:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ସପ୍ତାହ ପରେ ଫିକ୍ସଡ ଡିପୋଜିଟ୍ ପରେ ଏବେ ଆରଡି (ରିକୋରିଙ୍ଗ ଡିପୋଜିଟ୍) ଉପରୁ ସୁଧ ହାର କମାଇବାକୁ ନିର୍ଣ୍ଣୟ କରିଛି । ଏସବିଆଇ ନିଜର ଆରଡି ଖାତାଧାରୀଙ୍କୁ ଏବେ ୦.୧୫ ପ୍ରତିଶତ କମ୍ ସୁଧ ମିଳିବ । ବ୍ୟାଙ୍କ ଏହି ନୂଆ ଦର ଲାଗୁ କରିଦେଇଛି । ୧ରୁ ୧୦ ବର୍ଷ ଅବଧି ଥିବା ଆରଡି ଖାତାଧାରକଙ୍କ ସୁଧ ହାର ୬.୨୫ ପ୍ରତିଶତ କମ୍ ହୋଇ ୬.୧୦ ପ୍ରତିଶତ ହୋଇଯାଇଛି । ଏହା ପୂର୍ବରୁ ୧୦ ଜାନୁଆରୀରେ ଏସବିଆଇ ୧ ବର୍ଷରୁ ୧୦ ବର୍ଷ ମଧ୍ୟରେ ମ୍ୟାଚୁରିଟି ହେବାକୁ ଥିବା ଦୀର୍ଘକାଳୀନ ଡିପୋଜିଟ୍ ବା ଏଫଡି ଉପରୁ ୦.୧୫ ପ୍ରତିଶତ କମାଇଦେଇଥିଲା ।

ଏସବିଆ ଆରଡି ଡିପୋଜିଟର ନୂଆ ଦର

୧ରୁ ୨ ବର୍ଷ ଲାଗି ସୁଧ ହାର ୬.୧୦ ପ୍ରତିଶତ, ୨ରୁ ୩ ବର୍ଷ ପାଇଁ ସୁଧ ହାର ୬.୧୦ ପ୍ରତିଶତ, ୩ରୁ ୫ ବର୍ଷ ଲାଗି ସୁଧହାର ୬.୧୦ ପ୍ରତିଶତ, ୫ରୁ ୧୦ ବର୍ଷ ଲାଗି ସୁଧହାର ୬.୧୦ ପ୍ରତିଶତ ରହିଛି । ଏସବିଆଇର ଆରଡି ଖାତାଧାରୀମାନେ ପ୍ରତିମାସ ସର୍ବନିମ୍ନ ୧୦୦ଟଙ୍କା ଡିପୋଜିଟ୍ କରିବା ଜରୁରୀ । ତେବେ ବ୍ୟାଙ୍କ ତୁଳନାରେ ପୋଷ୍ଟ ଅଫିସରେ ଅଧିକ ସୁଧ ମଳିଥାଏ । ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ୬.୧୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରୁଛି । ସେହିପରି ପୋଷ୍ଟ ଅଫିସ ଆରଡି ଉପରେ ୭.୨୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରୁଛି ।

ଏସବିଆଇ ନେଟ ବ୍ୟାଙ୍କିଂ ଲଗଇନ୍ କରିବା ପରେ ଫିକ୍ସଡ ଡିପୋଜିଟ୍ ଅନୁସାରେ ଇ-ଆଇଡି/ ଇ-ଏସବିଆଇ ଫ୍ଲେକ୍ସି ଡିପୋଜିଟ୍ ଉପରେ କ୍ଲିକ କରିବା ଦରକାର । ବ୍ୟାଙ୍କରେ ଯଦି ଗୋଟିଏରୁ ଅଧିକ ଖାତା ଥିବ ତାହାସମ୍ପର୍କରେ ତାହା ଦେଖାଇବ । ଅର୍ଥ ସମସ୍ତ ସଞ୍ଚୟ ଏବଂ ଚାଲୁ ଖାତା ସମ୍ପର୍କରେ ସୂଚନା ମିଳିପାରିବ । ପରେ ସେହି ଖାତାରେ କ୍ଲିକ୍ କରିବେ ଯେଉଁଥିରେ ଆରଡି ଲିଙ୍କ କରିବାର ଅଛି । ପରେ ମାସିକ କିସ୍ତି ଅବଧି ବାଛିବା ପରେ ସେହି ଅନୁସାରେ ସୁଧହାର ସ୍ଥିର କରାଯିବ । ଏହା ସର୍ବଦା ଫିକ୍ସଡ ଡିପୋଜିଟ୍ ଦର ଭଳି ସମାନ ରହିଥାଏ । ଯଦି ବୟସ୍କ ହୋଇଥାଏନ୍ତି ତାହାଲେ ସିନିଅର ସିଟିଜେନ ଅପସନ୍ ବାଛନ୍ତୁ । ପର ପେଜରେ ନାମ ଏବଂ ହୋଲଡିଂ ତାରିଖ ଏବଂ ନୋମିନେଶନ ସମ୍ପର୍କରେ ଦେଖାଯିବ । କନଫର୍ମ ବଟନ ଉପରେ କ୍ଲିକ କରିବା ପରେ ଇ-ଆଇଡି ତିଆରି ହୋଇଯିବ । ରେଫେରେନ୍ସ ନମ୍ବର ଏବଂ ଆରଡି ଖାତା ନମ୍ବର ମିଳିଯିବ । ଯଦି ଆପଣ ଚାହିଁବେ ତାହାଲେ ଇ-ଆଇଡି ଖୋଲି ଦେଖିପାରିବେ । ଏହାକୁ ପ୍ରିଣ୍ଟ କରି କିମ୍ବା ଡାଉନଲୋଡ କରିପାରିବେ ।
First published: January 18, 2020, 12:56 PM IST