News18 Odia Digita
ନୂଆ ଦିଲ୍ଲୀ : ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI-State Bank of India) ଏହାର ଗ୍ରାହକମାନଙ୍କୁ ସତର୍କ କରାଇଛି । ବ୍ୟାଙ୍କ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ନକଲି ଋଣ ଅଫର ବିଷୟରେ ଚେତାବନୀ ଦେଇଛି ଓ ଟ୍ୱିଟରେ କହିଛି ଯେ ଯଦି କେହି ଆପଣଙ୍କୁ 'ଏସବିଆଇ ଲୋନ ଫାଇନାନ୍ସ ଲିମିଟେଡ୍' (SBI Loan Finance Ltd) ଓ 'ମୁଦ୍ରା ଫାଇନାନ୍ସ ଲିମିଟେଡ୍' (SBI Loan Finance Ltd-Mudra Finance Pvt. Ltd) ତରଫରୁ ଯୋଗାଯୋଗ କରନ୍ତି, ତେବେ ଜାଣନ୍ତୁ ଯେ ଏହି କମ୍ପାନୀ SBI ସହିତ ଜଡିତ ନୁହେଁ । ଏହା ଏକ ନକଲି କମ୍ପାନୀ । ଯାହା ଲୋକଙ୍କୁ ନକଲି ଋଣ ଅଫର ଦେଉଛି ଓ ଅପାଙ୍କରଙ୍କର କଷ୍ଟ ଉପାର୍ଜିତ ଟଙ୍କାକୁ ଉଡ଼ାଉଛି ।
ଭୁଲରେ ବି ଦିଅନ୍ତୁ ନାହିଁ ଟଙ୍କା- ଏସବିଆଇ କହିଛି ଯେ ଏହି ନକଲି କମ୍ପାନୀଗୁଡିକୁ (Mudra Finance Pvt. Ltd) କୌଣସି ପ୍ରକ୍ରିୟାକରଣ ଶୁଳ୍କ / ପଞ୍ଜୀକରଣ ଦେୟ ପ୍ରଦାନ କରନ୍ତୁ ନାହିଁ । SBI ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ବ୍ୟାଙ୍କର ନିକଟତମ ଶାଖା ସହିତ ସିଧାସଳଖ ଯୋଗାଯୋଗ କରିବା ଉଚିତ ବୋଲି ଏସବିଆଇ ନିଜ ଟ୍ୱିଟରେ କହିଛି । ଋଣ ନେବାକୁ ମଧ୍ୟସ୍ଥିମାନଙ୍କ ନିକଟକୁ ଯାଆନ୍ତୁ ନାହିଁ ।
କମ୍ପାନୀ ନକଲି ଓ ନା କେବେ ପଞ୍ଜୀକୃତ ହୋଇଛି-ଏସବିଆଇ କହିଛି ଯେ 'ଏସବିଆଇ ଲୋନ ଫାଇନାନ୍ସ ଲିମିଟେଡ୍' ଓ 'ମୁଦ୍ରା ଫାଇନାନ୍ସ ଲିମିଟେଡ୍' ନାମକ ସଂସ୍ଥା ତରଫରୁ କିଛି ଅଜ୍ଞାତ ବ୍ୟକ୍ତି ଋଣ ଅଫର୍ ଦେଇ ସାଧାରଣ ଜନତାଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି ।
ବାସ୍ତବରେ ଏହି କମ୍ପାନୀଗୁଡିକ ଅସ୍ତିତ୍ବ ନାହିଁ । ବ୍ୟାଙ୍କ ଗ୍ରାହକଙ୍କୁ ଚେତାବନୀ ଦେଇଛି ଯେ 'ଏସବିଆଇ ଲୋନ ଫାଇନାନ୍ସ ଲିମିଟେଡ୍' ଓ 'ମୁଦ୍ରା ଫାଇନାନ୍ସ ଲିମିଟେଡ୍' ସହିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କୌଣସି ସମ୍ପର୍କ ନାହିଁ। ଯେଉଁମାନେ ସେମାନଙ୍କ ନାମରେ ଋଣ ପ୍ରଦାନ କରୁଛନ୍ତି ସେମାନେ ତାହା କରିବାକୁ ଅନୁମତିପ୍ରାପ୍ତ ନୁହଁନ୍ତି ।
Published by: Jagdish Barik
First published: September 20, 2020, 11:16 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।