News18 Odia Digital
ମୁମ୍ବାଇ: ଘର କିଣୁଥିବା ଲୋକଙ୍କୁ ଏହି ପାର୍ବଣର ଅବସରରେ ଅଧିକ ଖୁସି ପ୍ରଦାନ କରିବା ପାଇଁ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ (SBI) ଗୃହ ଋଣ ହାରରେ (SBI Home Loan Rate) ୦.୨୫ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଛି । SBI ଗୃହ ଋଣ ଗ୍ରାହକମାନଙ୍କୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଜର ସ୍ୱପ୍ନର ଘର କିଣିବା ପାଇଁ ୦.୨୫% ସୁଧ ରିହାତି ମିଳିବ । ଏହି ରିହାତି CIBIL ସ୍କୋର ଆଧାରରେ ଓ YONO ମାଧ୍ୟମରେ ଆବେଦନ ଉପରେ ଉପଲବ୍ଧ ହେବ । ନିକଟରେ ଘୋଷଣା ହୋଇଥିବା ଫେଷ୍ଟିଭାଲ ଅଫର ଅନୁଯାୟୀ ସାରା ଦେଶରେ ୩୦ ଲକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ କ୍ରେଡିଟ ସ୍କୋର ଆଧାରରେ ଏସବିଆଇ ୦.୨୦ ପ୍ରତିଶତ ତୁଳନାରେ ୦.୨୦ ପ୍ରତିଶତ ରିହାତି ପ୍ରଦାନ କରିବ । ଏହି ରିହାତି ଗ୍ରାହକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ ଯେଉଁମାନେ ଦେଶର ଆଠଟି ମେଟ୍ରୋ ସହରରେ ୩ କୋଟି ଟଙ୍କା ଘର ନେଇଥାନ୍ତି । YONO ମାଧ୍ୟମରେ ଆବେଦନ କରିବା ସମୟରେ ସମସ୍ତ ଗୃହ ଋଣ ପାଇଁ ଅତିରିକ୍ତ ୦.୦୫ ପ୍ରତିଶତ ରିହାତି ଉପଲବ୍ଧ ହେବ ।
୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ହେଲା ଶସ୍ତା- SBI ବର୍ତ୍ତମାନ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ପାଇଁ ସର୍ବନିମ୍ନ ସୁଧ ହାର ପ୍ରଦାନ କରୁଛି । ଏହାର ଆରମ୍ଭ ୬.୯୦ ପ୍ରତିଶତରୁ ହୋଇଥାଏ । ୩୦ ଲକ୍ଷ ଟଙ୍କାରୁ ଅଧିକ ଗୃହ ଋଣ ପାଇଁ ସୁଧ ହାର ୭ ପ୍ରତିଶତ ଲାଗୁ ହେବ ।
ଏସବିଆଇ ଏମଡି (ଖୁଚୁରା ଓ ଡିଜିଟାଲ ବ୍ୟାଙ୍କିଙ୍ଗ) ସିଏ ଶେଟ୍ଟୀ କହିଛନ୍ତି ଯେ ଏହି ଫେଷ୍ଟିଭାଲ ସିଜିନରେ ଆମର ଇଛୁକ ଗୃହ ଋଣ ଗ୍ରାହକଙ୍କ ପାଇଁ ଅତିରିକ୍ତ ରିହାତି ଘୋଷଣା କରି ଆମେ ଆନନ୍ଦିତ । ଗୃହ ଋଣ ଉପରେ SBI ରୁ ସର୍ବନିମ୍ନ ସୁଧ ହାର ସହିତ ଆମେ ବିଶ୍ୱାସ କରୁ ଯେ ଏହି ପଦକ୍ଷେପ ଘର କିଣିବାକୁ ଇଚ୍ଛା କରୁଥିବା ଲୋକଙ୍କୁ ସେମାନଙ୍କର ସ୍ୱପ୍ନର ଘର ଯୋଜନା କରିବାରେ ସାହାଯ୍ୟ କରିବ ।
ସିଏସ୍ ଶେଟ୍ଟୀ କହିଛନ୍ତି ଯେ କୋଭିଡ ପରବର୍ତ୍ତୀ ସମୟରେ ଆମେ ବର୍ତ୍ତମାନ ଗ୍ରାହକଙ୍କ ଚାହିଦା ବୃଦ୍ଧି ଦେଖୁଛୁ ଓ ଏହାକୁ ଦୃଷ୍ଟିରେ ରଖି ଆମେ ଏସବିଆଇରେ ଗ୍ରାହକଙ୍କୁ ଆକର୍ଷଣୀୟ ତଥା ଲାଭଦାୟକ ଅଫର ଜାରି ରଖିବୁ ।
SBI ର ବଡ ଅଫର୍-
(୧) ୭୫ ଲକ୍ଷରୁ ଅଧିକ ଋଣ ପାଇଁ, CIBIL ସ୍କୋର ଉପରେ ଆଧାର କରି ୦.୨୦ ପର୍ଯ୍ୟନ୍ତ ସୁଧ ରିହାତି
(୨) ଆରବିଆଇର ମୁଦ୍ରା ନୀତି ଘୋଷଣା ପରେ ବ୍ୟାଙ୍କ ହାରରେ ରିହାତି ପ୍ରଦାନ କରିବ ବ୍ୟାଙ୍କ
(୩) SBI Yono ଆପ୍ ମାଧ୍ୟମରେ ଆବେଦନ ଉପରେ ସମସ୍ତ ପ୍ରକାରର ଗୃହ ଋଣ ଉପରେ ଅତିରିକ୍ତ ୦.୦୫% ରିହାତି
(୪) ୩୦ ଲକ୍ଷରୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଗ୍ରାହକମାନେ ୦.୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ରେଡିଟ୍ ସ୍କୋର ଆଧାରିତ ରିହାତି ପାଇବେ
(୫) ଘର କିଣୁଥିବା ମହିଳାଙ୍କ ପାଇଁ ସୁଧରେ ଅତିରିକ୍ତ ୦.୦୫ ପ୍ରତିଶତ ରିହାତି
(୬) ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ପାଇଁ ସର୍ବନିମ୍ନ ସୁଧ ହାର ୬.୯୦%
ପାର୍ବଣ ଅବସରରେ ଅଫରର ବର୍ଷା - ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଖୁଚୁରା ଗ୍ରାହକଙ୍କ ପାଇଁ କାର, ସୁନା, ବ୍ୟକ୍ତିଗତ ଋଣରେ ପ୍ରୋସେସିଙ୍ଗ ଶୁଳ୍କ ଉପରେ ୧୦୦% ରିହାତି ପ୍ରଦାନ କରିସାରିଛି । ଖୁଚୁରା ଗ୍ରାହକମାନେ କାର ଋଣ ଉପରେ ୭.୫ ପ୍ରତିଶତରୁ ଆରମ୍ଭ ହୋଇଥିବା ସର୍ବନିମ୍ନ ସୁଧ ହାର ଲାଭ ପାଉଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।